Odisha news

ଯଦି ଆପଣ ଫ୍ୟାଟି ଲିଭର ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଏହିସବୁ ଖାଦ୍ୟ କୁ ନିଜ ଖାଦ୍ୟରେ ନିହାତି ସାମିଲ୍ କରନ୍ତୁ

0
ଆଜିର ଖାଦ୍ୟ ପେୟ ପ୍ରଣାଳୀ ମଣିଷକୁ ଅଧିକ ରୋଗ ଗ୍ରସ୍ତ କରାଇଥାଏ । ଯାହାଦ୍ଵାରା ଆମେ ଅନେକ ସମୟରେ ଅନେକ ଗୁଡ଼ିଏ ଶାରିରୀକ ସମସ୍ୟା ଦେଇ ଗତି କରିଥାଉ । ସେହି ସମସ୍ୟା ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଫ୍ୟାଟି ଲିଭର ସମସ୍ୟା । କିନ୍ତୁ ଏହାକୁ ଆମେ ନିଜର ଖାଦ୍ୟ ପେୟ ରେ କିଛିଟା ପରିବର୍ତ୍ତନ କରି ଠିକ୍ କରି ପାରିବା ।
– ଫ୍ୟାଟିଲିଭର ସମସ୍ୟା ଦେଇ ଗତି କରୁଥିବା ବ୍ୟକ୍ତି ବିଶେଷ ଭାବରେ ଚର୍ବିଯୁକ୍ତ ଖାଦ୍ୟ , ଆମିଷ ଖାଦ୍ୟ, ଅଲ୍କୋହଲ ଠାରୁ ଦୂରେଇ ରହିବା ଆବଶ୍ୟକ । ଏହାଛଡା ଅଧିକ ମାତ୍ରାରେ ପ୍ରୋଟିନ ଓ ଫାଇବର ଯୁକ୍ତ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ ।
– ଯଦି ଆପଣ ଫ୍ୟାଟିଲିଭର ସମସ୍ୟା ଦେଇ ଗତି କରୁଛନ୍ତି ତେବେ ବ୍ରକୋଲି ନିହାତି ନିଜ ଖାଦ୍ୟରେ ସାମିଲ କରନ୍ତୁ । ଏହାକୁ ଆପଣ ସିଝା ଓ ସାଲାଡ଼ ପ୍ରସ୍ତୁତ କରି ଖାଇ ପାରିବ । ଏହା ଫ୍ୟାଟିଲିଭର ସମସ୍ୟା ପାଇଁ ଗୋଟିଏ ଭଲ ଖାଦ୍ୟ ଅଟେ ।
– ଏହାପରେ କଫି ମଧ୍ୟ ଫ୍ୟାଟିଲିଭର ପାଇଁ ଖୁବ୍ ଉପଯୋଗୀ ଅଟେ । ତେଣୁ ଦୁଗ୍ଧ ଯୁକ୍ତ କଫି ପରିବର୍ତ୍ତେ ଆପଣ ବ୍ଲାକ କଫି ସେବନ କରି ପାରିବେ । ଯାହା ଆପଣଙ୍କ ଲିଭାର କୁ ଠିକ୍ ରଖିବା ସହ ଫ୍ୟାଟିଲିଭର ସମସ୍ୟା ରୁ ମଧ୍ୟ ଆରାମ ଦେଇ ପାରିବ ।
– ଓଟ ମିଲ୍ ଫାଇବର ରେ ଭରପୁର ଯୁକ୍ତ ଖାଦ୍ୟ ଅଟେ । ଏହାକୁ ଆପଣ ରାତ୍ରି ଭୋଜନ କିମ୍ବା ସକାଳ ଜଳଖିଆ ରେ ସାମିଲ୍ କରିବା ଦ୍ୱାରା ଫ୍ୟାଟିଲିଭର ସମସ୍ୟା ଠିକ୍ ହୋଇଥାଏ । ଏହାକୁ ସର୍ବଦା ଉଷୁମ ଉଷୁମ ସେବନ କରିବା ଜରୁରୀ ଅଟେ ।
– ହଳଦୀ କରକ୍ୟୁମିନ ରେ ଭରପୁର ଅଟେ । ଯାହା ଫ୍ୟାଟିଲିଭର ସମସ୍ୟା ପାଇଁ ଖୁବ୍ ହିତକର ଅଟେ । ଏହାକୁ ସେବନ କରିବା ଦ୍ୱାରା ଲିଭର ଡ୍ୟାମେଜ ବିପଦ ଦୂରେଇ ଯାଇ ଥାଏ । ତେଣୁ ଯଦି ଆପଣ ଫ୍ୟାଟିଲିଭର ସମସ୍ୟା ଦେଇ ଗତି କରୁଛନ୍ତି ତେବେ ନିୟମିତ ସକାଳୁ ଉଷୁମ ପାଣି ରେ ସାମାନ୍ୟ ହଳଦୀ ଗୁଣ୍ଡ ମିଶାଇ ସେବନ କରନ୍ତୁ ।
– ଯେଉଁ ବ୍ୟକ୍ତି ଆମିଷ ଖାଇବାକୁ ପସନ୍ଦ କରନ୍ତି ସେମାନେ ସଲେମନ୍ ଓ ଟୁନା ଫିସ୍ କୁ ନିଜ ଭୋଜନ ରେ ସାମିଲ କରି ପାରିବେ । ଏହି ୨ଟି ମାଛ ଫ୍ୟାଟିଲିଭର ସମସ୍ୟା ଠାରୁ ଦୂରେଇ ରଖିଥାଏ । ତେଣୁ ନିୟମିତ ନିଜର ଭୋଜନ ରେ ସାମିଲ କରନ୍ତୁ ।
– ରସୁଣ ସେବନ ଶରୀର ପାଇଁ ଖୁବ୍ ହିତକର । କିନ୍ତୁ ବିଶେଷ ଭାବରେ ଅଲ୍କୋହଲିକ୍
ଫ୍ୟାଟିଲିଭର ସମସ୍ୟା ପାଇଁ ରସୁଣ ରମବାଣ
ଅଟେ । ଫ୍ୟାଟିଲିଭର ରୋଗୀ ମାନେ ନିଜ ଖାଦ୍ୟରେ କଞ୍ଚା ରସୁଣ ନିହାତି ସାମିଲ୍ କରନ୍ତୁ । ଯାହାଦ୍ଵାରା ଶରୀର କୁ ମିଳିବ ଅଦ୍ଭୁତ ଲାଭ ।
– ନିୟମିତ ଯୋଗାସନ ଓ ବ୍ୟାୟାମ ଶରୀର ପାଇଁ ଖୁବ୍ ହିତକର ଆମେ ଏହା ଜାଣିଛୁ । ତେଣୁ ନିୟମିତ ନିଜ ଦୈନନ୍ଦିନ ଜୀବନର ଯୋଗ ଓ ବ୍ୟାୟାମ କୁ ସାମିଲ କରନ୍ତୁ । ପ୍ରତିଦିନ ରାତିରେ ଖାଇ ସରିବା ପରେ ସାମାନ୍ୟ ଚାଲନ୍ତୁ । ଏହା ମଧ୍ୟ ଫ୍ୟାଟିଲିଭର ସମସ୍ୟା କୁ ଦୂରେଇ ରଖିଥାଏ ।
Leave A Reply