Odisha news

ଆଜି ପୌଷ ମାସ ର ପ୍ରଥମ ରବିବାର , ଜାଣନ୍ତୁ ସୂର୍ଯ୍ୟ ପୂଜନ ର ମହତ୍ତ୍ଵ ଓ ବ୍ରତ , ପୂର୍ଣ୍ଣ ହୋଇଥାଏ ସମସ୍ତ ମନୋସ୍କାମନା

0
ଆଜି ହେଉଛି ପୌଷ ମାସର ପ୍ରଥମ ରବିବାର । ଆମେ ପ୍ରତ୍ୟେକ ମାସ ଓ ପ୍ରତ୍ୟେକ ଦିନ ସୂର୍ଯ୍ୟଦେବ ଙ୍କୁ ପୂଜା କରିଥାଉ । ସାରା ବ୍ରହ୍ମାଣ୍ଡର ସେହିଁ କେବଳ ସତ୍ୟ । କିନ୍ତୁ ପୌଷ ମାସରେ ସୂର୍ଯ୍ୟ ପୂଜନ ର ବିଶେଷ ମହତ୍ତ୍ଵ ରହିଥାଏ । କାହିଁକି ନା ଶାମ୍ବ ଙ୍କ ମା ଏହି ପୌଷ ମାସରେ ସୂର୍ଯ୍ୟ ପୂଜନ କରି ଦୁରାରୋଗ୍ୟ ରୁ ଶାମ୍ବ ଙ୍କୁ ମୁକ୍ତି ଦେଇଥିଲେ । ତେଣୁ ଏହି ମାସରେ ସୂର୍ଯ୍ୟଦେବ ଙ୍କୁ ବିଧିବଦ୍ଧ ଭାବରେ ପୂଜା କରିବା ଦ୍ୱାରା ସନ୍ତାନ ମାନଙ୍କ ଜୀବନ ରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ ।
ଆମେ ପ୍ରତିଦିନ ସୂର୍ଯ୍ୟ ଦେବ ଙ୍କୁ ପୂଜା କଲେ ମଧ୍ୟ ରବିବାର ଦିନ ପୂଜା କରିବାରେ ବିଶେଷ ମହତ୍ତ୍ଵ ରହିଛି । ତେଣୁ ପୁରାଣ ର ମାନ୍ୟତା ଅନୁସାରେ ପୌଷ ରବିବାର ଖୁବ୍ ମହତ୍ତ୍ୱପୂର୍ଣ୍ଣ ।
* ପୌଷ ରବିବାର ଦିନ ସୂର୍ଯ୍ୟ ଦେବଙ୍କୁ ୩ଥର ପୂଜା କରାଯିବା ନିୟମ ରହିଛି । ପ୍ରଥମେ ସକାଳେ ଦୁଗ୍ଧ ରେ ଅର୍ଘ୍ୟ ଦେଇ ପ୍ରାର୍ଥନା କରାଯାଏ । ଏହା ଉଦିତ ସୂର୍ଯ୍ୟଙ୍କ ନିକଟରେ କରିବା ଦ୍ୱାରା ଜୀବନ ରେ ସୁଖ , ବୈଭବ , ଶାନ୍ତିର ଆଗମନ ହୋଇଥାଏ ।
* ଏହାପରେ ମଧ୍ୟାହ୍ନ ସୂର୍ଯ୍ୟ ଙ୍କୁ ପୂଜା କରିବା ସମୟରେ ଶୀତଳ ଜଳ ଓ ମହୁରେ ଅର୍ଘ୍ୟ ଦେବା ଆବଶ୍ୟକ ଓ ସେଥିରେ ଅକ୍ଷତ , ସିନ୍ଦୂର ଓ ନାଲି ପୁଷ୍ପ ମଧ୍ୟ ସାମିଲ କରିବା ଉଚିତ୍ । ଏହାଦ୍ବାରା ଜୀବନ ରେ ଶକ୍ତି ଜାଗ୍ରତ ହୋଇଥାଏ, ସମୃଦ୍ଧି ବୃଦ୍ଧି ହୋଇଥାଏ, ଶତ୍ରୁ ଭୟ ଦୂର ହୋଇଥାଏ ।
* ଅସ୍ତ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦେବା ଦ୍ଵାରା ଜୀବନ ସୁଖମୟ ହୋଇଥାଏ ଏବଂ ମଣିଷ ଆରୋଗ୍ୟ ପ୍ରାପ୍ତି କରିଥାଏ । ଏହି ସମୟରେ ଆପଣ ଜଳ ଓ ଘୃତ ରେ ଅର୍ଘ୍ୟ ଅର୍ପଣ କରନ୍ତୁ । ଏହା ଆମକୁ ଜରା ବ୍ୟାଧି ଓ ଅପମୃତ୍ୟୁ ଠାରୁ ଦୂରେଇ ରଖିଥାଏ ।
* ଏହାପରେ ବ୍ରତ ଧାରୀ ମାନେ ନିଜ ବ୍ରତ ପୂରଣ କରିବା ପାଇଁ ବିନା ଲୁଣ ରେ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ । ନଚେତ୍ ଆପଣ ଫଳ ମଧ୍ୟ ନିଜର ଆହାର ଭାବରେ ଗ୍ରହଣ କରି ପାରିବେ । ଏହିଦିନ ମନରେ ସାତ୍ଵିକ ଭାବନା ରଖିବା ଉଚିତ୍ । ପର ନିନ୍ଦା ବର୍ଜନୀୟ ଅଟେ ।
* ସୂର୍ଯ୍ୟଦେବ ସମସ୍ତ ଭଗବାନ୍ ଙ୍କ ମୁଖିଆ ଅଟନ୍ତି । ସମସ୍ତଙ୍କୁ କର୍ମ ଜଗତକୁ ପ୍ରେରିତ କରି ଥାଆନ୍ତି । ଜଗତ ରେ ସମସ୍ତ ଘଟଣା ସୂର୍ଯ୍ୟଦେବ ଙ୍କ ଦ୍ଵାରା ପ୍ରେରିତ ହୋଇଥାଏ । ଭଗବାନ୍ ସୂର୍ଯ୍ୟଦେବ ପ୍ରତିଦିନ ଜୀବନ ର ୩ଟି ନୀଳା କୁ ଦର୍ଶାଇ ଥାଆନ୍ତି ।
Leave A Reply