Odisha news

୨୦୨୩ ଜାନୂୟାରୀ ୧ତାରିଖ ରୁ ୧୮ ରୁ ୨୫ ବର୍ଷର ଆୟୁ ବର୍ଗରେ ବଣ୍ଟା ଯାଉଛି କଣ୍ଡୋମ, କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

0

ନୂଆଦିଲ୍ଲୀ : ଫ୍ରାନ୍ସ ରାଷ୍ଟ୍ରପତି ଈମାନୁଏଲ ମେକ୍ରନ ଗୁରୁବାର ଦିନ କହିଛନ୍ତି ଯେ ଜାନୁଆରୀ ୧ତାରିଖ ୨୦୨୩ ରୁ ୧୮-୨୫ ବର୍ଷ ର ଆୟୁ ବର୍ଗର ଲୋକଙ୍କ ପାଇଁ ମେଡିକାଲ ସପ ରେ ଫ୍ରି ରେ କଣ୍ଡୋମ ଯୋଗାଇ ଦିଆଯିବ l  ଏହି ନିଷ୍ପତି ଗମ୍ଭୀର ରୋଗ ଠାରୁ ଯୁବକ ମାନଙ୍କୁ ରକ୍ଷା କରିବାକୁ ପଡିବ l  ବିଶେଷ ଭାବରେ ଏସଟିଡି ଓ ଭୁଲ ରେ ଗର୍ଭ ଧାରଣ ସମସ୍ୟାକୁ ଅଟକାଇବା ପାଇଁ ଏହି ନିଷ୍ପତି ନିଆ ଯାଇଛି l  ଫ୍ରାନ୍ସ ସରକାରଙ୍କ ଅନୁସାରେ ଏହା ଗୋଟିଏ ପ୍ରକାରର କ୍ରାନ୍ତି ଅଟେ l

ନିକଟରେ ରାଷ୍ଟ୍ରପତି ଈମାନୁଏଲ ମେକ୍ରନ ୱେଷ୍ଟ ଫ୍ରାନ୍ସ ରେ ପାଇଟିୟର୍ସ ର ଗୋଟିଏ ସହର ଫନଟେନ-ଲେ-କାମଟେ ରେ ଯୌନ ଶିକ୍ଷା କୁ ନେଇ ହୋଇଥିବା ଗୋଟିଏ କର୍ଣ୍ଣଫରେନ୍ସ କୁ ଯାଇଥିଲେ l  ଦେଶର ଯୁବକ ମାନଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି କହିଥିଲେ ଯୌନ ଶିକ୍ଷା ଉପରେ ଆମର ଧାରଣା ସେଭଳି ନୁହେଁ, ଯେଭଳି ଆମେ ଏହି ଦେଶକୁ ତିଆରି କରିବାକୁ ଚେଷ୍ଟା କରାଯାଏ l  ସତ୍ୟତା ଖୁବ ଦୟନୀୟ ଅଟେ l ଆମେ ଶିକ୍ଷା କ୍ଷେତ୍ରରେ ଅଧିକ ପଦକ୍ଷେପ ଗ୍ରହଣ କରିବା ଜରୁରୀ l  ଫ୍ରାନ୍ସ ସରକାର ଙ୍କ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ମହିଳା ମାନେ ମଧ୍ୟ ନିଜର ମତାମତ ଖୁବ ସହଜ ରେ ରଖି ପାରିବେ l  ଝିଅମାନେ ମଧ୍ୟ ଗର୍ଭ ନିରୋଧକ ଔଷଧ ଏଥିପାଇଁ କିଣି ଖାଇ ପାରି ନଥାଆନ୍ତି କାହିଁକି ନା ଏହାର ମୂଲ୍ୟ ଖୁବ ଅଧିକ ହୋଇଥାଏ l

ଏଡ୍ସ ଓ ଅନ୍ୟ ଯୌନ ସମ୍ବନ୍ଧୀୟ ରୋଗ ସହିତ ଲଢ଼ିବା ପାଇଁ ଡାକ୍ତରଙ୍କ ଦ୍ୱାରା ନିର୍ଧାରିତ କରାଯାଇଥିବା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ପ୍ରଣାଳୀ ଦ୍ୱାରା ଫ୍ରାନ୍ସ ର ସମସ୍ତ ମେଡିକାଲ ସପ ରେ କଣ୍ଡୋମ ଯୋଗାଇ ଦିଆଯିବ l  ଫ୍ରାନ୍ସ ର ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ସୂଚନା ଅନୁସାରେ ବିଭିନ୍ନ ପ୍ରକାରର ଯୋଉଁ ରୋଗର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି l

Leave A Reply