Odisha news

ଶନିଦେବଙ୍କ ପୂଜା କରିବା ସମୟରେ କରନ୍ତୁ ନାହିଁ ଏହିସବୁ ଭୁଲ, ହୋଇପାରେ ବଡ଼ ଅନର୍ଥ

0

ଶନିବାର ଦିନ ନ୍ୟାୟର ଦେବତା ଶନିଦେବଙ୍କୁ ବିଧିବଦ୍ଧ ଭାବରେ ପୂଜା କରାଯାଏ l ଏହିଦିନ ଶନିଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଉପାୟ କରାଯାଇ ଥାଏ l ଶନିଦେବ ଯେଉଁ ବ୍ୟକ୍ତି ଉପରେ ପ୍ରସନ୍ନ ହୋଇ ଥାଆନ୍ତି ତାର ସମସ୍ତ କଷ୍ଟ ଯନ୍ତ୍ରଣା ଦୂର କରି ଥାଆନ୍ତି l  ଯଦି ଶନିଦେବ ଙ୍କ କୃପା ପ୍ରାପ୍ତ ହୁଏନାହିଁ ତେବେ ସମସ୍ତ କାର୍ଯ୍ୟରେ ବାଧା ବିଘ୍ନ ଉପୁଜିଥାଏ l  ଶନିବାର ଦିନ ଶନିଦେବ ଙ୍କ ପୂଜା କରିବା ଖୁବ ଶୁଭ ହୋଇଥାଏ l

ଶନିଦେବ ଙ୍କ ପୂଜାରେ ବିଶେଷ ନିୟମ ରହିଥାଏ, ଆସନ୍ତୁ ଜାଣିବା ସେହି ନିୟମ ଗୁଡିକ କଣ –

ଶନିଦେବଙ୍କ ପୂଜା ସମୟରେ କରନ୍ତୁ ନାହିଁ ଏହିସବୁ ଭୁଲ –

* ଶନିଦେବଙ୍କ ପୂଜା ସର୍ବଦା ମନ୍ଦିରରେ କରିବା ଶୁଭ ହୋଇଥାଏ l  ତାଙ୍କ ପୂଜା କରିବା ସମୟରେ ତାଙ୍କ ସମ୍ମୁଖ ରେ ଦୀପ ଜଳାଇବା ଉଚିତ ନୁହେଁ l ଯଦି ଆମେ ଶନିଦେବ ଙ୍କ ସ୍ଥାନରେ କୌଣସି ଓସ୍ତ ବୃକ୍ଷ ତଳେ ଦୀପ ଜଳାଇବା ତେବେ ଶୁଭ ହୋଇଥାଏ l

* ଶନି ଙ୍କ ପୂଜାରେ କଦାପି ନାଲି ରଙ୍ଗ କିମ୍ବା ନାଲି ରଙ୍ଗର ଫୁଲ ପ୍ରୟୋଗ କରିବା ଉଚିତ ନୁହେଁ l  ନାଲି ରଙ୍ଗ ମଙ୍ଗଳ ଗ୍ରହ ଙ୍କ ପାଇଁ ଉଦ୍ଧିଷ୍ଟ ଓ ମଙ୍ଗଳ ଶନି ଙ୍କ ଶତ୍ରୁ ଅଟନ୍ତି l ଶନିବାର ଦିନ ନୀଳ କିମ୍ବା କଳା ରଙ୍ଗର ଫୁଲ ଶନିଙ୍କ ନିକଟରେ ଅର୍ପଣ କରିବା ଜରୁରୀ l

* ଭୁଲ ରେ ସୁଦ୍ଧା ଶନିଦେବଙ୍କ ପୂଜାରେ ତମ୍ବା ପାତ୍ରର ପ୍ରୟୋଗ କରିବା ଉଚିତ ନୁହେଁ l  ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତମ୍ବା ର ସମ୍ବନ୍ଧ ସୂର୍ଯ୍ୟଦେବ ଙ୍କ ସହିତ ରହିଛି l  ସୂର୍ଯ୍ୟପୁତ୍ର ହେବ ସତ୍ୱେ ଶନିଦେବସୂର୍ଯ୍ୟଙ୍କ ଶତ୍ରୁ ମଧ୍ୟ ଅଟନ୍ତି l  ଶନିଦେବଙ୍କ ପୂଜାରେ ସର୍ବଦା ଲୁହ ପାତ୍ରର ବ୍ୟବହାର କରାଯାଇ ଥାଏ l

* ଯଦି ଆପଣ ଶନି ମନ୍ଦିରରେ ପୂଜା କରୁଛନ୍ତି ତେବେ କଦାପି ଶନିଦେବ ଙ୍କ ଆକ୍ଷିରେ ଆକ୍ଷି ମିଶାଇ ଦଦର୍ଶନ କରନ୍ତୁ ନାହିଁ l  ଏହି ସ୍ଥାନରେ ଆପଣ ଶନିଦେବ ଙ୍କ ମନ୍ଦିରରେ ତାଙ୍କର ଶିଳା ଭାବରେ ଦର୍ଶନ କରିବା ଜରୁରୀ l

* ଯଦି ଆପଣ ଶନିଦେବଙ୍କୁ ତେଲ ଅର୍ପଣ କରୁଛନ୍ତି ତେବେ ବିଶେଷ ଧ୍ୟାନ ରଖନ୍ତୁ, ଯେପରି ସେ ତେଲ କୌଣସି ସ୍ଥାନରେ ନପଡେ଼ , ନଚେତ ହୋଇଯିବ ବଡ ଅନର୍ଥ l

* ଯେବେବି ଶନିଦେବଙ୍କୁ ଧ୍ୟାନ କରୁଛନ୍ତି ସେତେବେଳେ ପଶ୍ଚିମ ଦିଗରେ ବସି ଧ୍ୟାନ କରନ୍ତୁ ଓ ଶନି ଚାଳିଶା ପାଠ କରନ୍ତୁ l

Leave A Reply