ରମ୍ଭାରେ ହେବ ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ : କ୍ରିକେଟ ପାଇଁ ହୁଲସ୍ତୁଲ ହେବ ଅଞ୍ଚଳ, ରାଜ୍ୟ ବାହାରୁ ଆସିବେ ହଇଚଇ କରିବେ ଟିମ
ରମ୍ଭା:-09/12/2022 ଚଳିତ ମାସ 23ରିଖ ଠାରୁ 31ରିଖ ପର୍ଯ୍ୟନ୍ତ ରମ୍ଭା କ୍ରିକେଟ କ୍ଳବ ଆନୁକୂଲ୍ୟରେ ସ୍ଥାନୀୟ ମିନି ଷ୍ଟାଡିୟମ ପରିସରରେ ଆନ୍ତଃରାଜ୍ୟ ଅଗ୍ରଣୀ ଟିମ ମାନଙ୍କୁ ନେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ।ଚଳିତ ବର୍ଷ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଏକ ଉଚ୍ଚ କୋଟିର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ବୈଠକ ସ୍ଥଳରୁ ପ୍ରକାଶ।ତତ ସଙ୍ଗେ ସଙ୍ଗେ ରାଜ୍ୟ ବାହାରର ଅଗ୍ରଣୀ ଟିମ ମାନଙ୍କୁ ନିମନ୍ତ୍ରଣ କରିବା ସହ ଅଭିଜ୍ଞ ଅମ୍ପାୟାର ଓ ଧାରା ବିବରଣୀ ଘୋଷକଙ୍କୁ ଆମନ୍ତ୍ରଣ କରିବା ପାଇଁ ନିଷ୍ପତ୍ତି ହୋଇଛି।ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାରୁ 6ଗୋଟି କ୍ରିକେଟ କ୍ଳବ ଯଥା ଟାଉନ କ୍ଳବ ଭୁବନେଶ୍ୱର, ପାୟନୋୟର କ୍ଳବ ପୁରୀ, ସ୍ପୋଟିଂ କ୍ଳବ ଖଲ୍ଲିକୋଟ, ଲିଡ୍ସ କ୍ରିକେଟ ଏକାଡେମୀ ବ୍ରହ୍ମପୁର, ରମ୍ଭା କ୍ରିକେଟ କ୍ଳବ, ରାମେଶ୍ବର ସ୍ପୋଟିଂ କ୍ଳବ ବ୍ରହ୍ମପୁର ସହିତ ରାଜ୍ୟ ବାହାରୁ 4 ଗୋଟି କ୍ରିକେଟ କ୍ଳବ ମଧ୍ୟରୁ ଆଇ. ସି. ସି ଇଚ୍ଛାପୁର, ଟେକେଲି କ୍ଳବ ଟେକେଲି,ଏଫ. ସି. ସି ଇଚ୍ଛାପୁର, ଵାଲା କ୍ରିକେଟ କ୍ଳବ ସିକାକୋଲମ ଖେଳରେ ଭାଗ ନେବା ପାଇଁ ସମ୍ମତି ପ୍ରକାଶ କରିଥିବା ଆୟୋଜକଙ୍କ ଠାରୁ ପ୍ରକାଶ।ଖେଳରେ ପ୍ରସ୍ତୁତି ବୈଠକ ରେ ଟୁର୍ଣ୍ଣାମେଣ୍ଟ ଅର୍ଗାନାଇଜିଙ୍ଗ ସଭାପତି ଟି. ବାପୁଜି ସୁବୁଦ୍ଧି, ଉପ-ସଭାପତି କାଳିଆ ତରେଇ, ରମ୍ଭା କ୍ରିକେଟ କ୍ଳବ ସଭାପତି – ସୀମାଞ୍ଚଳ ବାଡ଼ତୀୟ।,ଉପସଭାପତି-ହିମାଂଶୁ ବୈଦାରୁ, ସମ୍ପାଦକ-ବିବେକାନନ୍ଦ ପଟ୍ଟନାୟକ, ସହ-ସମ୍ପାଦକ-କ୍ଷେତ୍ର ମୋହନ ବେହେରା, ରମ୍ଭା ଏନ. ଏ. ସି ଅଧ୍ୟକ୍ଷ। ପ୍ରତିନିଧି କାହ୍ନ। ସ୍ବାଇଁ ପ୍ରମୁଖ ଙ୍କୁ ନେଇ ଏକ ପରିଚାଳନା କମିଟି ଗଠନ ହେବା ସହ କୃତକାର୍ଯ୍ୟ ଟୁର୍ଣ୍ଣାମେଣ୍ଟ ଟିମ ମାନଙ୍କୁ ଲୋଭନୀୟ ପ୍ରାଇଜ ବ୍ୟବସ୍ଥା ରଖାଯାଇଥିବା ଜଣାଯାଇଛି।