ଧାର୍ମିକ ମାନ୍ୟତା ଅନୁସାରେ ଯେଉଁ ଗୃହରେ ମା ଲକ୍ଷ୍ମୀଙ୍କ କୃପା ରହିଥାଏ, ସେଠାରେ କିଛିଟା ସଂକେତ ମଧ୍ୟ ଦେଖା ଦେଇଥାଏ l ବାସ୍ତୁ ଶାସ୍ତ୍ର କହୁଛି ଯେ ଧନ ଲାଭ ଯୋଗ ସମସ୍ତ ଭାଗ୍ୟରେ ଜୁଟି ନଥାଏ ସେଥିପାଇଁ ବିଶେଷ କିଛିଟା ଯୋଗ ଦେଖାଯାଏ l ସେଥିପାଇଁ ବିଶେଷ ଧ୍ୟାନ ଦେବା ଜରୁରୀ l
* ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଅଚାନକ ଭାବରେ କଳା ଜନ୍ଦା ବା ପିମ୍ପୂଡ଼ିଙ୍କ ଗୋଟିଏ ଦଳ ନଜର ଆସିବେ ଏବଂ କୌଣସି ଖାଦ୍ୟ କୁ ଖାଇବା ଆରମ୍ଭ କରନ୍ତି ତେବେ ଏହା ଧନ ଆଗମନ ର ସଂକେତ ଅଟେ l ତେଣୁ ଏପରି ସ୍ଥିତି କୁ ଶୁଭ ସଂକେତ ବୋଲି ଭାବିବା ଜରୁରୀ l
* ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଘରର ଅଗଣା କିମ୍ବା ବାଲକୋନୀ କୌଣସି ଚଢେଇ ବସା ବାନ୍ଧିଥାଏ, କିମ୍ବା ଅଣ୍ଡା ଓ ଛୁଆ ଦେଇଥାଏ ତାହା ଶୁଭ ସଂକେତ ଅଟେ l ଏଭଳି ସ୍ଥିତି ରେ ଆପଣ ସେହି ଚଢେଇ ବସାକୁ ଆଦୌ ଭାଙ୍ଗିବା ଉଚିତ ନୁହେଁ l ଏହି ସଂକେତ ଧନ ଆଗମନ ସହିତ ସନ୍ତାନ ଆଗମନ ର ସଂକେତ ଅଟେ l
* ପ୍ରାୟ ଅଧିକାଂଶ ଲୋକ ଝିଟିପିଟି କୁ ଅଶୁଭ ଜୀବ କିମ୍ବା ଅସନା ଜୀବ ଭାବରେ ଗ୍ରହଣ କରି ଥାଆନ୍ତି l ଯଦି ଆପଣ କୌଣସି ଧନ ସମ୍ବନ୍ଧୀୟ କାର୍ଯ୍ୟରେ ବାହାରକୁ ଯାଉଛନ୍ତି ଏବଂ ଯିବା ସମୟରେ ଘରର ମୁଖ୍ୟ ଦ୍ୱାରା ଉପରେ ଝିଟିପିଟି ଦେଖୁଛନ୍ତି ତେବେ ଶୁଭ ସଂକେତ ଅଟେ l ଧନ ଅସୁବିଧାର ସମସ୍ତ ଅସୁବିଧା ଦୁରେଇ ଦେଇଥାଏ l
* ଆମେ ବିଶେଷ ଭାବରେ ଆମେ ଲକ୍ଷ୍ମୀ ଠାକୁରାଣୀ ଙ୍କୁ ପୂଜା ସମୟରେ ଆଖୁ ଅର୍ପଣ କରି ଥାଆନ୍ତି l କିନ୍ତୁ ଘରୁ ବାହାରିବା ସମୟରେ ଯଦି ଆଖୁ କ୍ଷେତ ଦେଖିଥାଉ ତେବେ ଏହା ଶୁଭ ସଂକେତ ଅଟେ l ତା ଛଡା ଏହା ଧନ ସମ୍ବନ୍ଧୀୟ ଅସୁବିଧା ଦୂର ହୋଇଥାଏ l