Odisha news

ଓଡ଼ିଆ ମାନଙ୍କ ପ୍ରିୟ ଖାଦ୍ୟ ଚୁଡ଼ା , ଅନେକ ପ୍ରକାରର ପୋଷାକ ତତ୍ତ୍ଵ ରେ ଭରପୁର ଅଟେ

ନିୟମିତ ଖାଆନ୍ତୁ ଓ ଫିଟ୍ ରୁହନ୍ତୁ

0
ପ୍ରତ୍ୟେକ ଓଡ଼ିଆ ଘରେ ସକାଳ ଜଳଖିଆ ରେ ପ୍ରାୟ ଚୁଡ଼ା ଖାଇବାର ଦେଖିବାକୁ ମିଳିଥାଏ । ଯେପରିକି ଚୁଡ଼ା ଭଜା , ଚୁଡ଼ା ଚକଟା ଓ ଚୁଡ଼ା ଉପମା ଇତ୍ୟାଦି । ଏହା ଓଡ଼ିଆ ମାନଙ୍କର ଜଳଖିଆ ମାନଙ୍କ ମଧ୍ୟରୁ ଗୋଟିଏ ପସନ୍ଦ ଯୋଗ୍ୟ ଜଳଖିଆ ଅଟେ । ଯାହାକି ସଭିଙ୍କ ନିକଟରେ ଖୁବ୍ ଆଦୃତ ।
ଆମେ ହୁଏତ ଜାଣି ନଥିବା ଯେ ଚୁଡ଼ା ଖାଇବା ଦ୍ବାରା ଶରୀର କୁ ଅନେକ ଲାଭ ମିଳିଥାଏ । ପେଟ ସମସ୍ୟା ଠାରୁ ନେଇ ଓଜନ ହ୍ରାସ ପର୍ଯ୍ୟନ୍ତ ଲାଭ ଦାୟକ । ଆଜି ଆସନ୍ତୁ ଜାଣିବା ଚୁଡ଼ା ଖାଇବାର ଲାଭ ବିଷୟରେ ।
* ଚୁଡ଼ାରେ ଥିବା ପୋଷାକ ତତ୍ତ୍ଵ ଗୁଡ଼ିକ ହେଲା – କାର୍ବୋହାଇଡ୍ରେଟ
– ଫାଇବର
– ଆଇରନ
– କ୍ୟାଲୋରୀ
– ପ୍ରୋଟିନ
* ପାଚନ ତନ୍ତ୍ର ପାଇଁ ହିତକର :-
ଚୁଡ଼ା ଫାଇବର ରେ ଭରପୁର ଗୋଟିଏ ଖାଦ୍ୟ ଅଟେ । ଯାହାକି ପେଟ ସମସ୍ୟା ପାଇଁ ଖୁବ୍ ହିତକର । ଏଥିରେ ଥିବା ଫାଇବର ପାଚନ କ୍ରିୟା କୁ ସୁସ୍ଥ କରିଥାଏ । ଯାହାଦ୍ଵାରା ପାଚନ ପ୍ରକ୍ରିୟା ସୁସ୍ଥ ରହିଥାଏ। ତେଣୁ ପେଟ ର ଯେ କୌଣସି ସମସ୍ୟା ହୋଇଥାଏ ଆମ ପାଇଁ ଚୁଡ଼ା ସେବନ ଖୁବ୍ ହିତକର ।
* ଆମର ଭୁଲ୍ ଧାରଣା ରହିଛି ଯେ ଚୁଡ଼ା ଖାଇବା ଦ୍ବାରା ଓଜନ ବୃଦ୍ଧି ହୋଇଥାଏ , କିନ୍ତୁ ଏହା ଭୁଲ୍ ଅଟେ । ଚୁଡ଼ା ଖାଇବା ଦ୍ବାରା ଖୁବ୍ ସହଜ ରେ ଓଜନ ହ୍ରାସ ହୋଇଥାଏ । ଏଥିରେ ରହିଥିବା ଫାଇବର ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗି ନଥାଏ ଓ ଓଜନ ବୃଦ୍ଧି ହୋଇ ନଥାଏ ।
* ଚୁଡ଼ା ଖାଇବା ଦ୍ବାରା ଶରୀରରେ ଆଇରନ ବୃଦ୍ଧି ହୋଇଥାଏ । ଏହାଦ୍ବାରା ଶରୀର ରେ ଏନିମିଆ ସମସ୍ୟା ଦୂର ହୋଇଥାଏ । ତେଣୁ ଗର୍ଭବତୀ ମହିଳା ମାନଙ୍କୁ ଚୁଡ଼ା ଖାଇବା ପାଇଁ ପରାମର୍ଶ ଦିଆ ଯାଇଥାଏ ।
* ଚୁଡ଼ା ଗୋଟିଏ କ୍ୟାଲୋରୀ ଫୁଡ୍ । ଯାହା ଖାଇବାକୁ ଖୁବ୍ ହାଲୁକା ହୋଇଥାଏ । ଶରୀର କୁ ଚୁଡ଼ା ଶକ୍ତି ଯୋଗାଇ ଥାଏ ଓ ମଣିଷର କାର୍ଯ୍ୟ କ୍ଷମତା ବୃଦ୍ଧି ହୋଇଥାଏ । ତେଣୁକରି ଗାଁ ଗହଳି ରେ କଠିନ ପରିଶ୍ରମ କରୁଥିବା ଲୋକ ମାନେ ନିୟମିତ ଚୁଡ଼ା ଖାଇ ଥାଆନ୍ତି ।
* ଓଷା ବ୍ରତ ରେ ପ୍ରାୟ ଆମେ ଚୁଡ଼ା ଖାଇ ଥାଉ । ଯାହାକି ଆମ ଶରୀର କୁ କ୍ୟାଲୋରୀ ଯୋଗାଇବା ସହ ଭୋକ ଶୀଘ୍ର ଲାଗି ନଥାଏ । ତେଣୁ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଚୁଡ଼ା ଉପବାସ ରେ ନିହତି ଖାଆନ୍ତୁ।
ଚୁଡ଼ା ରେ କ୍ୟାଲୋରୀ ଭରପୁର ମାତ୍ରା ରହିଥାଏ । ତେଣୁ ସମସ୍ତ ପ୍ରକାରର ଶକ୍ତି ଆମେ ପାଇଥାଉ ବୋଲି ଆମେ ଚୁଡ଼ା ଖାଇଥାଉ ।
Leave A Reply