Odisha news

ଏଲମl ମନ୍ଦିରରେ ସି ପି ଆଇ ଗଞ୍ଜାମ ଜୋନର ଜୋନାଲ ବଡି ବୈଠକ

0

ରମ୍ଭା ତା -07/11/2022 ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗଞ୍ଜାମ ଜୋନ ଜୋନାଲ ବଡି ବୈଠକ ଏଲମା ମନ୍ଦିରରେ ସାଥି ନାରାୟଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିସହ ନଭେମ୍ବର 27 ରିଖରେ ରମ୍ଭା ଠାରେ ଜୋନାଲ ବଡି ବୈଠକ ଅନୁଷ୍ଠିତ ହେବାପାଇଁ ସ୍ତିରୀକୃତ ହୋଇଛି l ଡ଼ିସେମ୍ବର ଶେଷ ସୁଦ୍ଧା 14 ଗୋଟି ଶାଖାର ସମ୍ମିଳନୀ ଶେଷ କରିବାପାଇଁ ନିଷ୍ପତି ହୋଇଛି l

ତତ ସଙ୍ଗେ ସଙ୍ଗେ ବୈଠକରେ ଅଞ୍ଚଳର ବିଭିନ୍ନ ସମସ୍ୟା, ଲବଣ ଶ୍ରମିକ ସମସ୍ୟା, ଜୟଶ୍ରୀ ଶ୍ରମିକ ମାନଙ୍କୁ ଛଟେଇର ପ୍ରତିବାଦ ପାଇଁ ଶ୍ରମିକ ଆନ୍ଦୋଳନ କରିବାପାଇଁ ନିଷ୍ପତି ହୋଇଛି l କାର୍ଯ୍ୟକ୍ରମରେ ଜୋନ ସମ୍ପାଦକ ବି. ଦଣ୍ଡପାଣି ପାତ୍ର କାମଧନ୍ଦା ପାଇଁ ରିପୋର୍ଟ ଉପସ୍ଥାପନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ତଥା ଛତ୍ରପୁର ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ, ଗଞ୍ଜାମ ଜିଲ୍ଲା ସହସମ୍ପାଦକ ସାଥି ପ୍ରଦୀପ ସେଠି, ସହ ସମ୍ପାଦକ ବିଶ୍ୱନାଥ ବିଶ୍ୱାଳ,ପୂର୍ଣ୍ଣ ପଲେଇ, ଶରତ ଚନ୍ଦ୍ର ପଟ୍ଟନାୟକ, ସଦାନନ୍ଦ ନାୟକ, ନିରାକାର ବେହେରା, କ୍ଷେତ୍ରମୋହନ ବେହେରା ସମେତ ବହୁ ସଭ୍ୟ / ସଭ୍ୟା ଆଲୋଚନାରେ ଭାଗ ନେଇଥିଲେ l

Leave A Reply