ଆଠଗଡ଼ ତା ୭/୧୧/୨୨ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବର ଶୈବପୀଠ। ଗତ ୨ ବର୍ଷ କରୋନା କଟକଣା ଯୋଗୁଁ ବଡ୍ଓଷା ପର୍ବରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ।ଚଳିତବର୍ଷ ବାବା ଧବଳେଶ୍ବର ଙ୍କ ପୀଠରେ ବଡ ଓଷା ପାଳନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ମନରେ ଥିଲା ଆନନ୍ଦ। ହେଲେ ଝୁଲାପୋଲୋ ର ଅବସ୍ଥା ଅତି ଶୋଚନୀୟ ଅବସ୍ଥା ଥିବାରୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯିବା ଫଳରେ ପୀଠ ଭକ୍ତଶୂନ୍ୟ ହୋଇପଡିଛି ଏବଂ ଭର୍ଚୁଆଲ ମାଧ୍ୟମରେ ଭକ୍ତ ପ୍ରଭୁଙ୍କ ଦର୍ଶନ କରୁଛନ୍ତି।ତେବେ ବଡ୍ଓଷା ର ମୁଖ୍ୟ ଆକର୍ଷଣ ହେଉଛି ପ୍ରସିଦ୍ଧ ଗଜଭୋଗ ।ଯେଉଁ ଭୋଗକୁ ପାଇବା ପାଇଁ ଶ୍ରଦ୍ଧାଳୁ ମାନେ ଏକ ମାସ ଧରି ହିବାଷାନ୍ନ ଖାଇ ନିଷ୍ଠାର ସହିତ ଅପେକ୍ଷା କରିଥାନ୍ତି ।ହେଲେ ୧୪୪ ଧାରା ଜାରି ହେବାପରେ ଶ୍ରଦ୍ଧାଳୁ ଗଜଭୋଗ ପାଇବାରୁ ବଞ୍ଚିତ ହୋଇଛନ୍ତି।ତେବେ ଏହି ପ୍ରସିଦ୍ଧ ଗଜଭୋଗ ଲୋକଙ୍କ ପାଖରେ ଓ ଘରେ ଘରେ ପହଞ୍ଚାଇବା ପାଇଁ ଏକ ନିଆରା ପ୍ରୟାସ କରିଛନ୍ତି ଆଠଗଡ ର ଯୁବ ସମାଜସେବୀ ଅଭୟ କୁମାର ବାରିକ। ୫ ହଜାର ଗଜଭୋଗ ତିଆରି କରି ଧବଳେଶ୍ବର ଙ୍କ ଠାରେ ପୂଜାର୍ଚ୍ଚନା କରି ସର୍ବପ୍ରଥମେ ଆଠଗଡ଼ ରଥଗଡା ସ୍ଥିତ ଜଗନ୍ନାଥ ମନ୍ଦିର , ତିଗିରିଆ ବ୍ଲକ ପାଞ୍ଚ ଗାଁ, ,ଖୁଣ୍ଟୁଣୀ,ଗୋବରା,ଡାଳଭାଗ, ପ୍ରଭୃତି ସ୍ଥାନରେ ପହଞ୍ଚି ସମସ୍ତ ଭକ୍ତ ମାନଙ୍କୁ ଗଜ ଭୋଗ ବାଣ୍ଟିଥିଲେ। ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପାଇଁ ଶ୍ରୀଯୁକ୍ତ ଅଭୟ ବାରିକ ଙ୍କୁ ସାଧାରଣ ରେ ପ୍ରଂଶସା କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସରୋଜ କୁମାର ଦାସ, ପ୍ରଶାନ୍ତ ସାହୁ,ଲୁଲୁ ଦାସ, ବିକ୍ରମ ପ୍ରମୁଖ ସହଯୋଗ କରିଥିଲେ।