ବିଶେଷ ଭାବରେ ଆମେ ଜାଣି ଥାଉ ଯେ ପେଟ ଗରମ୍ କିମ୍ବା ଶରୀରରେ କୌଣସି ପ୍ରକାର ଭିଟାମିନ କମିବା ଦ୍ଵାରା ପାଟିରେ ଘା କିମ୍ବା ଅଲ୍ସର ସମସ୍ୟା ଦେଖା ଯାଇଥାଏ । ଏହି ସମୟରେ ଆମେ କିଛି ମଧ୍ୟ ଖାଇ ପାରି ନଥାଉ ଓ ଅନେକ ଯନ୍ତ୍ରଣା ଅନୁଭବ କରିଥାଉ ।
ଆସନ୍ତୁ ଆଜି ଜାଣିବା ମାଉଥ ଅଲ୍ସର ଠିକ୍ କରିବାର ସ୍ଵାସ୍ଥ୍ୟଗତ ଲାଭ -:
– ହଳଦୀ ଗୁଣ୍ଡରେ ଉପଚାର :
ପ୍ରତ୍ୟେକ ରୋଷେଇ ଘରେ ଆମେ ହଳଦୀ ଗୁଣ୍ଡ ଦେଖିବାକୁ ପାଇଥାଉ । ହଳଦୀ ଗୋଟିଏ ପ୍ରାକୃତିକ ଆଣ୍ଟିବାୟୋଟିକ୍ ଭାବରେ ପରିଚିତ । ଆପଣ କିଛି ମାତ୍ରାରେ ହଳଦୀ ଗୁଣ୍ଡ ନେଇ ସେଥିରେ ସାମାନ୍ୟ ଦେଶୀ ଘିଅ ମିଶାଇ ଗରମ୍ କରି ନିଅନ୍ତୁ । ଏହାକୁ ପ୍ରତିଦିନ ୪ଥର ଲେଖାଏଁ ଉଷୁମ କରି ଅଲସର୍ ହୋଇଥିବା ସ୍ଥାନରେ ଲଗାନ୍ତୁ । ଏହା ଆପଣଙ୍କୁ ଆରାମ ଦେବା ସହ ଖୁବ୍ ଶୀଘ୍ର ଠିକ୍ ମଧ୍ୟ ହୋଇଯିବ ।
– ବହୁତ୍ ଗୁଣକାରୀ ଅଟେ ଲୁଣାପାଣି :
ଯଦି ଆପଣ ପାଟି ଘାର ନିୟମିତ ସମ୍ମୁଖୀନ ହେଉଛନ୍ତି ତେବେ ଲୁଣ ପାଣି ଗୋଟିଏ ଭଲ ଉପାୟ । ଆପଣ ଯଦି ପ୍ରତିଦିନ ୪-୫ ଥର ଲୁଣାପାଣି କୁଳି କରିବେ ଏହା ଆପଣଙ୍କ ପାଟି ର ସମସ୍ତ ସମସ୍ୟାକୁ ଦୂର କରିବ ।
– ମହୁ ଖୁବ୍ ଉପକାରୀ :
ମହୁ ଅନେକ ଗୁଡ଼ିଏ ପ୍ରାକୃତିକ ଗୁଣରେ ଭରପୁର ଅଟେ । ଆପଣ ପାଟି ର ଇନ୍ଫେକସନ୍
ପାଇଁ ନିୟମିତ ମହୁ ର ପ୍ରୟୋଗ କରି ପାରିବେ । ମହୁ ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୁର ଅଟେ । ତେଣୁ ବିଭିନ୍ନ ଶାରିରୀକ ସମସ୍ୟା ରୁ ଦୂରେଇ ରଖିଥାଏ । ତେଣୁ ପାଟିରେ ଘା ହୋଇଥିଲେ ନିୟମିତ ମହୁ ର ପ୍ରୟୋଗ କରିବା ଦ୍ୱାରା ଠିକ୍ ହୋଇ ଯାଇଥାଏ ।