Odisha news

କାର୍ ସହ ୬୦ କିଲୋ ଗଞ୍ଜେଇ ଜବତ, ୨ ଗିରଫ

0

ଭଞ୍ଜନଗର,୬/୧୧: ସ୍ଥାନୀୟ ପୁଲିସ ଏହି ଥାନା ଅନ୍ତର୍ଗତ ଖାରିଗୁଡା ନିକଟରୁ ଏକ ସେଣ୍ଟ୍ରୋ କାର୍ କୁ ସନ୍ଦେହ ଜନକ ଅବସ୍ଥାରେ ଧରିଥିବା ବେଳେ ଏଥିରେ ଗଞ୍ଜେଇ ଥିବା ଜାଣିପାରି କାର ସହ ଗଞ୍ଜେଇ କୁ ଜବତ କରିବା ସହ ଏଥିରେ ସଂପୃକ୍ତ ଅଭିଯୋଗରେ ପଶ୍ଚିମ ବଙ୍ଗର ୨ ଜଣ ଯୁବକ ଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଭଞ୍ଜନଗର ଥାନା ଅଧିକାରୀ ଧୀରେଶ କୁମାର ଦାସ ଙ୍କ ସୂଚନା ପ୍ରକାରେ ୫ ତାରିଖ ଅପରାହ୍ନ ସାଢେ଼ ୨ଟାରେ ଖାରିଗୁଡା ଠାରେ ପୁଲିସ ରାସ୍ତା ବ୍ଳକିଙ୍ଗ୍ କରି ଯାନ ବାହାନ ତନଖି କରୁଥିବା ବେଳେ ଏସ୍ ଆଇ କେଶବ ଷଡ଼ଙ୍ଗୀଙ୍କ ନିକଟକୁ ଏକ ସୂଚନା ପହଞ୍ଚି ଥିଲାଯେ ଏକ ସେଣ୍ଟ୍ରୋ କାରରେ କଳିଙ୍ଗା ରୁ ଭଞ୍ଜନଗର ଦେଇ ପଶ୍ଚିମ ବଙ୍ଗ କୁ ଏକ କାର ଯାଉଛି।

ଆଉ ଏହି ସୂଚନା କୁ ଭିତ୍ତି କରି ପୁଲିସ ଖାରିଗୁଡା ଠାରେ ରାସ୍ତା ଅବରୋଧ କରି ଯାନ ବାହାନ ତନଖି କରୁଥିବା ବେଳେ ବାଦାମୀ ରଙ୍ଗ ର ସେଣ୍ଟ୍ରୋ କାରଟି ପହଞ୍ଚିଥିଲା। ଆଉ ଏହି କାରଟିକୁ ଦେଖିବା ମାତ୍ରେ ପୁଲିସ ତାକୁ ମାଡି ବସିଥିଲା। କାର ଭିତରୁ ୩ଟି ଜରି ବ୍ୟାଗରେ ଭର୍ତ୍ତି ଗଞ୍ଜେଇ ଜବତ କରିବା ସହ ଏଥିରେ ଥିବା ୨ ଜଣ ଯୁବକ ଙ୍କୁ ଧରି ନେଇଥିଲା।

ପରେ ଏସଂପର୍କରେ ଥାନା କୁ ସୂଚନା ଦେବାପରେ ପୁଲିସ ମାଜିଷ୍ଟ୍ରେଟଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଜବତ ଗଞ୍ଜେଇ କୁ ଓଜନ କରିଥିଲେ। ଏହି ଜବତ ଗଞ୍ଜେଇର ପରିମାଣ ୬୦.୮୩୦ ଗ୍ରାମ ହୋଇଥିବା ଥାନା ଅଧିକାରୀ ଦାସ ସୂଚନା ଦେଇଛନ୍ତି। ଏସଂପର୍କରେ ଭଞ୍ଜନଗର ଥାନା କେଶ ନମ୍ବର ୫୯୪/୨୨ ପ୍ରକାରେ ମାମଲା ରୁଜୁ କରି ପଶ୍ଚିମ ବଙ୍ଗର ନଦିଆ ଅଞ୍ଚଳର ହଙ୍ଗୋଲବେରିଆ ଥାନା ଅନ୍ତର୍ଗତ ସୁନ୍ଦର ପୁର ହାଟପଦା ଗ୍ରାମର ରଣା ସେଖ୍ (୧୯)ଓ ସୁମନ ପରମାଣିକ (୨୪) ନାମକ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଧୀରେଶ କୁମାର ଦାସ ଙ୍କ ସୂତ୍ରରୁ ଜଣାପଡିଛି।

Leave A Reply