Odisha news

ବ୍ରାହ୍ମଣୀବିହାର ସରସ୍ୱତୀ ଶିଶୁମନ୍ଦିର ଛାତ୍ରଛାତ୍ରୀଙ୍କ ପ୍ରାତଭ୍ରମଣ

0

ତାଳଚେର :  ତା ୦୬/୧୧ ତାଳଚେର ତାଳଚେର ବ୍ରାହ୍ମଣୀ ବିହାର ଶିଶୁ ବିଦ୍ୟାମନ୍ଦିରର ଶିଶୁବାଟ୍ଟିକା ବିଭାଗର ୯୦ଜଣ ଶିଶୁ ଭାଇଭଉଣୀଙ୍କୁ ନେଇ ଜଗନ୍ନାଥ ମନ୍ଦିର ଓ ପାର୍କ ଭ୍ରମଣରେ ବିଦ୍ୟାଳୟ ପ୍ରମୁଖ ସୁରେନ୍ଦ୍ର କୁମାର ସାହୁ ଓ ଶିଶୁବାଟିକାର ପ୍ରମୁଖ ସରସ୍ମିତା ଦାସଙ୍କ ତତ୍ୱବଧାନରେ ସମ୍ପାଦିତ ହୋଇଥିଲେ ।  ଛାତ୍ରଛାତ୍ରୀମାନେ ମନ୍ଦିରବେଢ଼ା ବୁଲି ସମସ୍ତ ଦେବାଦେବୀଙ୍କ ଦର୍ଶନ କରିଥିଲେ । ମନ୍ଦିର ଗୁଡ଼ିକରେ ଥିବା ବିଭିନ୍ନ ଦେବାଦେବୀଙ୍କ ଅଙ୍କିତ ଚିତ୍ର ଓ ମୂର୍ତିମାନ ଦେଖି ବେଶ ଅନନ୍ଦିତ ଲାଭ କରିଥିଲେ । ଏହି ପ୍ରାତଭ୍ରମଣରେ ପ୍ରଧାନ ଆଚାର୍ଯ୍ୟ ହେମନ୍ତ କୁମାର ପ୍ରଧାନ ଏବଂ ଶିଶୁ ମନ୍ଦିରର ଗୁରୁଜୀ/ଗୁରୁମା ମାନେ ଛାତ୍ରଛାତ୍ରୀମାନଙ୍କୁ ଏହି ପ୍ରାତଭ୍ରମଣରେ ନିଜର ଦାୟୀତ୍ୱ ସମ୍ପୂର୍ଣ୍ଣଭାବେ ତୁଲାଇଥିବା ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଏହା ପ୍ରକାଶ କରିଛନ୍ତି । ତେବେ ଏହି ପ୍ରାତ ଭ୍ରମଣରେ ପିଲାମାନେ ବେଶ୍ ଖୁସି ପାଉଥିବାକୁ ନେଇ ବିଭିନ୍ନ ସମସ୍ୟା ଛାତ୍ରଛାତ୍ରୀଙ୍କ ପାଠପଢ଼ିବା ଓ ତାଙ୍କ ମନକୁ ଆନନ୍ଦିତ କରାଯିବାକୁ ନେଇ ଏମିତି ଆଗକୁ କାର୍ଯ୍ୟକ୍ରମ କରାଯିବ ବୋଲି ପ୍ରଧାନ ଆଚାର୍ଯ୍ୟ ମତପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ନେଇ ଛାତ୍ରଛାତ୍ରଙ୍କ ଅଭିଭାବକମାନେ ଏହା ଏକ ସ୍ୱାଗତଯୋଗ୍ୟ ନିଷ୍ପତି ବୋଲି ସେମାନଙ୍କ ନିକଟରୁ ଶୁଣିବାକୁ ମିଳେ ।

Leave A Reply