Odisha news

ଆସନ୍ତୁ ଜାଣିବା ଆଜି ଦିନଟି କେମିତି କଟିବ

0

ମେଷ:~ ବନ୍ଧୁ ସହ ଆଲୋଚନା , ଖେଳ, ମଉଜ ମହଲିସ୍ ରେ ସମୟ କଟାଇପାରନ୍ତି। ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ଶତ୍ରୁତା କଲେ କ୍ଷତିରେ ପଡିବେ। କର୍ମକ୍ଷେତ୍ରରେ ପାରିପାଶ୍ୱିର୍କ ପରିସ୍ଥିତି କେତେକାଂଶରେ ଭଲ ରହିବା କାରଣରୁ କାମ ଗୁଡିକ ଅଟକିବ ନାହିଁ। ସାମାଜିକ ସ୍ତରରେ ସାହିତ୍ୟ,କଳା,ସଙ୍ଗିତ କାର୍ଯ୍ୟରେ ଅଗ୍ରଗତି ଘଟିବ।

ବୃଷ:~ ଘରୋଇ ବ୍ୟାପାର ରେ ମୁଣ୍ଡ ପୂରାନ୍ତୁ ନାହିଁ, ଯାହାକି ସମସ୍ୟାର କାରନ ହୋଇପାରେ। ଦରକାରୀ କାଗଜପତ୍ର କୋଣସି ଅଲଗା ସ୍ଥାନରେ ରଖି ଠିକ୍ ସମୟରେ ପାଇପାରିବେ ନାହିଁ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ। ଆନୁଷ୍ଠାନିକ କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟର ଗତି ମନ୍ଥର ହେବ। ପରିବାରରେ ଭୁଲ୍ ବୁଝାମଣାରୁ ମାନୋମାଳିନ୍ୟ ଘଟିପାରେ।

ମିଥୁନ:~ ଅନ୍ୟ ଦ୍ୱାରା ପରିଚାଲିତ ହୋଇ ସ୍ଥଗିତ କାମ କରିଚାଲିବେ , କିନ୍ତୁ ନିଜ ଇଚ୍ଛା ରେ ନୁହେଁ । ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ବିଦେଶ ଯାତ୍ରାକୁ ମନ ବଳାଇବେ ପରୋକ୍ଷଶତ୍ରୁତା ପ୍ରତି ସଜାଗ ରହି କାମ କରିବା ଭଲ ହେବ । ଆଲୋଚନା ପରିସରରେ ସତର୍କତାର ସହକଥାବାର୍ତ୍ତା ନ କଲେ ଅପଦସ୍ଥ ହୋଇପାରନ୍ତି । ନିଜ ଲୋକ କେହି ହଇରାଣରେ ପକାଇବାକୁଚେଷ୍ଟା କରିପାରନ୍ତି।

କର୍କଟ:~ କେତେକ କ୍ଷେତ୍ରରେ ଅନ୍ୟ ଉପରେ ନିର୍ଭରଶୀଳ ହୋଇପାରନ୍ତି। କର୍ମକ୍ଷେତ୍ରରେ ନିଜରଭୁଲ୍ ବୁଝାମଣାଜନିତ ବିଶୃଙ୍ଖଳା ମାନସିକ ସ୍ଥିତିକୁ କଳୁଷିତ କରିବ। କର୍ମକ୍ଷେତ୍ରରେଉଚ୍ଚବର୍ଗଙ୍କ ସାହାର୍ଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ। ମଉଜିଆ କଥା କହି ଅନ୍ୟକୁ ଆପଣାର କରିବେ, ଯାହାକି କାମ ହାସଲରେ ସାହାର୍ଯ୍ୟ କରିବ।

ସିଂହ:~ ଆଜି ଏକ ଭିନ୍ନ ପରିସ୍ଥିତି ରେ ବାନ୍ଧବୀଙ୍କ ସହ ଭାଙ୍ଗି ପଡିଥିବା ସମ୍ପର୍କ ପୁଣିଯୋଡି ହୋଇଯିବ। ଈର୍ଷା ଓ ଅସୂୟା ମନୋଭାବ ଓ ପୋଷଣ କରି ନିଜ ଲୋକମାନେ ଶତ୍ରୁତାଆଚରଣ କରିପାରନ୍ତି । ଅଧିକାଂଶ ସମୟ ଆର୍ଥିକ ଅନଟନ, ରୋଗ,ଋଣ ଓ ପରୋକ୍ଷ ଶତ୍ରୁତାଯୋଗୁ ବ୍ୟସ୍ତ ରହିବେ । ପୁନଶ୍ଚ କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି।

କନ୍ୟା:~ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉଙ୍କି ମାରିବ କିନ୍ତୁ କିଛିବି ହୋଇପାରିବନାହିଁ। ନିଜ ପରିସରରେ କୌଣସି ସ୍ପର୍ଶକତା କାଥାରେ ଚିହ୍ନା ପଡନ୍ତୁ ନାହିଁ। ଅଧିକାଂଶସମୟରେ ଅପୂରଣୀୟ ଆଶା ମନରେ ନିରାଶା ଭାବ ସୃଷ୍ଟି କରିବ। ଅବଶ୍ୟ କେତେକ କ୍ଷେତ୍ରରେ ବନ୍ଧୁମାନଙ୍କ ସହ ଯୋଗରୁ ଉତ୍ସାହିତ ହେବେ ।

ତୁଳା:~ କୌଣସି ନୂତନ କର୍ମାରମ୍ଭ କରିବେ ଓ ଏଥିରେ ସହ-ଯୋଗ ଅବଶ୍ୟ ମିଳିବ ।ପରିବାରରେ ସାଧାରଣ କଥାରେ ପାଟିତୁଣ୍ଡ ହୋଇ କଚେରି ପର୍ଯ୍ୟନ୍ତ ଯାଇପାରନ୍ତି ।ପାରିପାଶ୍ୱିର୍କ ପରିସ୍ଥିତି ଭଲ ନ ଥିଲେ ମଧ୍ୟ ଦିନ ଗୋଟାଏ ପରେ ଏକପ୍ରକାର ସାମାଧାନରରାସ୍ତା ବାହାର କରିବାରେ ସମର୍ଥ ହେବେ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଙ୍କ ପ୍ରତି ସତର୍କ ରୁହନ୍ତୁ ।

ବିଛା:~ ନିର୍ମାଣ ଓ ଜମିଜମା କ୍ଷେତ୍ରରେ କେତେକ ପ୍ରତିବନ୍ଧ ଦେଖା ଦେଇପାରେ। ଆତ୍ମୀୟଙ୍କସହାୟତାରେ ବହୁ କଷ୍ଟ ସ୍ୱୀକାର କରି ଟଙ୍କା ଯୋଗାଡ କରିବାରେ ସକ୍ଷମ ହେବେ। ବିଭିନ୍ନପ୍ରକାର ପାରିବାରିକ ସମସ୍ୟା ବିଷୟ ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ। କର୍ମକ୍ଷେତ୍ରରେ ନୀଚ ସଂସର୍ଗରୁ ଦୂରେଇ ରହିବ। ଭଲ, ଅନ୍ୟଥା କଳହର ସମ୍ଭାବନା ରହିଛି।

ଧନୁ:~ ଦୀର୍ଘ ପଥ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖା ଦେଇପାରେ। ଟାଉଟରି କରୁଥିବାଲୋକଟି ପ୍ରତି ସତର୍କ ରହନ୍ତୁ, ନତୁବା ଅସୁବିଧାରେ ପଡିପାରନ୍ତି । ଆଜି ଦିନଟିପ୍ରତିଟି କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇବ। ସଭାସମିତି, ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।

ମକର:~ ଆଜି କୌଣସି କାମର ବ୍ୟସ୍ତତା ବଢିଯାଇପାରେ, କିନ୍ତୁ କିଛି ଅସୁବିଧା ହେବନାହିଁ। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭଲ ସମ୍ପର୍କ ରହିଥିବା ବନ୍ଧୁଟି କ୍ରମଶଃ ଦୂରେଇ ଯିବ। ବିଭିନ୍ନ ସୂତ୍ରରୁ ରୋଜଗାର ବୃଦ୍ଧି ପାଇବ ଓ କୌଣସି କ୍ଷେତ୍ରରେ ତାହାକୁ ବିନିଯୋଗକରିବା ପାଇଁ ଚେଷ୍ଟା କରି ଉପକୃତ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ।

କୁମ୍ଭ:~ ଆଜି ଘରୋଇ ବରାଦ ଅନୁଯାୟୀ କିଛି ମନୋରଞ୍ଜନ ଜିନିଷ କ୍ରୟ କରିବେ। ସତର୍କତା ଅଭାବରୁ ଟଙ୍କା, ସୁନା, ଚୋରି ହୋଇଯାଇପାରେ। ଲକ୍ଷ୍ୟ ଭ୍ରଷ୍ଟ ହୋ ମରୀଚିକାପଛରେ ଦୌଡି ପାରନ୍ତି। ଆତ୍ମୀୟମାନଙ୍କ ସହ ଯୋଗରେ ସହଜ ଓ ସୁବିଧାରେ ଆଜିରକାମଗୁଡିକ ସମ୍ପନ୍ନ ହୋଇଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ସୁବିଧା ହେବ ନାହିଁ।

ମୀନ:~ ପାରିବାରିକ ସମସ୍ୟା ସମାଧାନରେ ସଫଳ ହେବେ। କୌଣସି ବନ୍ଧୁଙ୍କ ମିଥ୍ୟା ପ୍ରତିଶ୍ରୁତିରେ ସବୁ ଦୁଃଖ ଭୁଲିଯିବେ, ଯାହାକି ପରିକ୍ଷଣରେ ପାରିବାରିକ ଜୀବନରେ ପ୍ରତିକୂଳ ପ୍ରଭାବପକାଇବ। ଈର୍ଷା ପରାୟଣ ନିଜ ଲୋକଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି। ନିର୍ମାଣ ଓ ପରିବହନରେ ସଫଳତା ହାସଲ କରିବେ ଓ ଜମା ଧନ ବୃଦ୍ଧି ପାଇବ।

 

Leave A Reply