ମେଷ – ପରିବାରର ସହମତି ଓ ସହ-ଯୋଗ ଆପଣଙ୍କ କାମ ଲାଗି ଅନୁକୂଳ ପରିବେଶ ସୃଷ୍ଟି କରିବ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କାମ କରି ଅନୁତପ୍ତ ହେବେ। ଆଜି ଦଶମ ଚନ୍ଦ୍ର ହେତୁ ପ୍ରତ୍ୟେକ ଦିଗରୁ ଲାଭ ହେବେ ଓ ଯାହା ଖୋଜୁଛନ୍ତି ତାହା ପାଇବେ। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାର୍ଯ୍ୟ ଓ ସହ-ଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ୱିତ କରିବେ। ରୂପା କଏନ୍ ଘରକୁ ଆଣିବେ।
ବୃଷ – ପାଖକୁ ଆସିପାରି ନ ଥିବା ଜିନିଷଟି ପାଇଁ ତର୍କ ଓ ବିବାଦ ବଢିପାରେ।କଚେରି ମାମଲାରେ ପ୍ରତିପକ୍ଷ ପ୍ରତିଶ୍ରୁତି ରକ୍ଷା କରି ଠିକ୍ ସମୟରେ ଆସିପାରିବେ ନାହିଁ।କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ଅନ୍ୟମାନଙ୍କରଚାପରେ ପଡି ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ପିତଳ ଜିନିଷ ଘରକୁ ଆଣନ୍ତୁ ।
ମିଥୁନ – ବନ୍ଧୁଙ୍କ ପରାମର୍ଶକ୍ରମେ ପ୍ରତିଯୋଗିତାରେ ସଫଳତା ହାସଲ ରେ ସମର୍ଥ ହେବେ।କଳା,ସାହିତ୍ୟ, କ୍ରୀଡା କ୍ଷେତ୍ରରେ ସଫଳତା ହାସଲ କରିବେ। ପାରିବାରିକ କ୍ଷେତ୍ରରେ ଚାପ କ୍ରମଶଃବଢିପାରେ। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ଆଶଙ୍କାରହିଛି। କାନକୁହା କଥା ଶୁଣି ଉପର ଅଧିକାରିମାନେ ଖପ୍ପା ହୋଇପାରନ୍ତି। ସୁନା କଏନ୍ ପୂଜା କରନ୍ତୁ।
କର୍କଟ:~ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଉପସ୍ଥିତ ବୁଦ୍ଧିରେକାର୍ଯ୍ୟ ସାଧନ କରିବେ। ଆଜି ଶନିଯୁକ୍ତ ସପ୍ତମ ଚନ୍ଦ୍ର ହେତୁ ଯାତ୍ରା ସ୍ଥଗିତ ମନକୁ ବିଷାଦିତକରିବ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ ନତୁବା ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ପିତଳ ଜିନିଷ ଘରକୁ ଆଣି ପାରିବେ।
ସିଂହ – ଅନ୍ୟକୁ ସାହାର୍ଯ୍ୟ କରିବାକୁ ଯାଇ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ଚାପରବଶବର୍ତ୍ତି ହୋଇ କେତେକ କାମ କରିବାକୁ ବାଧ୍ୟ ହେବେ। ବୁଧାଦିତ୍ୟ ଯୋଗ ଗୁରୁକ୍ଷେତ୍ରସ୍ଥହେତୁ ଆପଣଙ୍କ ଯୁକ୍ତିଯୁକ୍ତ କଥାକୁ ବନ୍ଧୁମାନେ ପସନ୍ଦ କରିବା ସହ ସହମତି ପ୍ରକାଶ କରିବେ।ପିଲାମାନଙ୍କ ସମସ୍ୟା ଭିତରେ ନିଜେ ବାନ୍ଧି ହୋଇଯିବେ। ସୁନାର ଶ୍ରୀ ଗଣେଷ କଏନ୍ ଆଣି ପାରିବେ ।
କନ୍ୟା – ପଡୋଶୀମାନେ ଈର୍ଷାନ୍ୱିତ ହୋଇ ଭିନ୍ନ ପ୍ରକାର ମନ୍ତବ୍ୟ ଦେଇପାରନ୍ତି। ବ୍ୟବସାୟ,ପରିବହନ ଓ ବାଣିଜ୍ୟରେ ସ୍ଥିତି ମାନ୍ଦା ହେବ ନାହିଁ। ସମସ୍ୟା ରହିଥିଲେ ମଧ୍ୟ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ସହକର୍ମୀଙ୍କ ସାହାର୍ଯ୍ୟରେ ଦୀର୍ଘ ଦିନର ବକେୟା ଅର୍ଥ ଆଦାୟ କରିବେ। ରୂପାର କିଛି ବି ଜିନିଷ ଆଣିପାରିବେ।
ତୁଳା – ବିଶିଷ୍ଟ ବ୍ୟକ୍ତିଙ୍କ ପୃଷ୍ଟପୋଷକତା କାରଣରୁ ସାମୟିକ ମନୋବଳ କାମକୁତ୍ୱରାନ୍ୱିତ କରିବ। ଶୁକ୍ର ପ୍ରଭାବରେ ଆନୁଷ୍ଠାନିକ ସୁବିଧା ସୁଯୋଗ ସହ କାବ୍ୟ, ସାହିତ୍ୟ, କଳା, କାରିଗର ପ୍ରତି ରୁଚି ବଳିବ। ବିଭିନ୍ନ ସୂତ୍ରରୁ ରୋଜଗାର କରିବେ କିନ୍ତୁ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ। ରୂପାର କଏନ୍ ପୂଜା ଘରେ ରଖନ୍ତୁ।
ବିଛା – ଅତୀତର ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ବିବାଦ ଦେଖା ଦେଇପାରେ ।ଦୀର୍ଘଦିନରୁ ଖୋଜୁଥିବା ଜିନିଷର ସନ୍ଧାନ ଡେରି ରେ ମିଳିବ । କେତୁ ଯୁକ୍ତ ରାଶିସ୍ଥହେତୁ କୌଶଳରେ କାମ ହାସଲ କରିପାରିବେ । ପ୍ରଶାସନିକ ସ୍ତରରେ ଆପୋଷ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୋଇଯିବ । ସୁନାର କଏନ୍ ପୂଜା ଘରେ ରଖନ୍ତୁ ।
ଧନୁ – ପୂର୍ବକଳ୍ପିତ ଯୋଜନାକୁ ବାସ୍ତବ ରୂପ ଦେବାରେ ସଫଳ ହେବେ। ଆଜି କର୍ମକ୍ଷେତ୍ର, ପ୍ରକାଶନ, ପ୍ରଶାସନିକ ଏବଂ ନିର୍ମାଣ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ଉତ୍ତରାଷାଢା ନକ୍ଷତ୍ରର ସାମାନ୍ୟ ବଚସାରୁ ପ୍ରିୟ ବନ୍ଧୁଙ୍କ ସହ ସମ୍ପର୍କ ହାନି ଘଟିପାରେ। ରୂପା, ସୁନା, ପିତଳ ର ଗୋଟେ ଗୋଟେ ଜିନିଷ ପୂଜା ଘରେ ରଖି ପୂଜା କରନ୍ତୁ।
ମକର – ନିର୍ମାଣ, ପରିବହନ, ସଭାସମିତି , ସାମ୍ବାଦିକତା ପ୍ରଭୃତି କ୍ଷେତ୍ରରେ ସମସ୍ୟା ଦୂର ହେବ। ସକାଳୁ ଅର୍ଥ ସାହାର୍ଯ୍ୟ ଆଶାରେ ବନ୍ଧୁଙ୍କୁ ବିଭିନ୍ନ ବିନୟପୂର୍ଣ୍ଣ କଥା କହିବେ। ଆଜି ଅଧ୍ୟୟନ, ଆଲୋଚନା , ତର୍କରେ ପ୍ରଶଂସିତ ହେବେ। ଭୁଲ୍ ବୁଝାମଣା କାରଣରୁ ପଡୋଶୀଙ୍କ ସହ ସମ୍ପର୍କ ତିକ୍ତ ହୋଇପାରେ। ତମ୍ବା ର ଶ୍ରୀ ଗଣେଷ ଓ ମା ଲକ୍ଷ୍ମୀ ର ମୁର୍ତ୍ତି ଆଣନ୍ତୁ।
କୁମ୍ଭ – ଦୀର୍ଘ ଦିନରୁ ଯାହା ଆଜି ଯାଏ ଚାହୁଁଛନ୍ତି ତାହା ପାଇବା ସକାଶେ ସାମାନ୍ୟ କଷ୍ଟସ୍ୱୀକାର କରିବାକୁ ପଡିବ। ଜନ୍ମ ଚନ୍ଦ୍ର ଶନିକ୍ଷେତ୍ରସ୍ଥ ହେତୁ ବିଭିନ୍ନ କଥା ଚିନ୍ତା କରିମାନସିକ ସ୍ଥିତି ଭଲ ରହି ନ ପାରେ । ଅଫିସ କାମ ହାସଲ ସକାଶେ ଆଗନ୍ତୁକଟି ପ୍ରଶଂସାରେ ଶତମୁଖ ହୋଇ ଉଠିବ। ତମ୍ବାର କିଛି ବି ଜିନିଷ ଆଣି ପାରିବେ ।
ମୀନ – ଆକସ୍ମିକ କାରଣକୁ ନେଇ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇପାରେ। ଆଲୋଚନାକ୍ଷେତ୍ରରେ ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଭଲ। ସକାଳୁ କୌଣସି ଭଦ୍ରବ୍ୟକ୍ତିଙ୍କ ସହ ଆଲୋଚନାମନଃସ୍ଥିତିକୁ ଦୃଢ କରିପାରେ। କର୍ମକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଆଶ୍ୱସ୍ତି ଲାଭ କରିବେ। ସୁନାର କିଛି ଜିନିଷ ଆଣନ୍ତୁ ।