Odisha news

ଶିତଳାପଲ୍ଲୀ ରେ ଚାଂଚଲ୍ୟ ଦିଅରକୁ ହତ୍ୟା ଅଭିଯୋଗରେ ଭାଉଜ ଗିରଫ

0
ଵ୍ରହ୍ମପୁର : ଗୋପାଳପୁର ଥାନା ଅନ୍ତର୍ଗତ ଶିତଳାପଲ୍ଲୀ ଗ୍ରାମରେ ଶନିବାର  ଦିଅର କୁ ହତ୍ୟା କରିଥିବା ଅଭିଯୋଗରେ ପୁଲିସ  ସମ୍ପର୍କୀୟ ଭାଉଜ କୁ ଗିରଫ କରିଛି। ମାମଲା ନମ୍ବର ୨୦୮/୨୨ ଅଭିଯୁକ୍ତ ଭାଉଜ  ମାମିନି ନାୟକ(୩୮) ଙ୍କୁ କୋର୍ଟ ଚାଲାଣ କରିଛି।ମୃତକ ଜଣଙ୍କ ପ୍ରଦିପ ନାୟକ । ସୂଚନା ଯେ ମୃତ ପ୍ରଦୀପ ଦୀର୍ଘ ୮ ବର୍ଷ ହେବ ମାମିନୀ ସହ ପ୍ରେମ ସଂପର୍କ ରହିଥିଲା। ସେ ନେଇ ପୂର୍ବରୁ ଦୁଇହିଁ ଙ୍କ ମଧ୍ୟରେ ପାଟି ତୁଣ୍ଡ ହେଉଥିଲା। ଶୁକ୍ରବାର  ରାତିରେ ଉଭୟ ଙ୍କ ମଧ୍ୟରେ କୌଣସି କlରଣକୁ ନେଇ ମାରପିଟ ହୋଇଥିଲା।ଇତି ମଧ୍ୟରେ ଉତ୍ୟକ୍ତ ହୋଇ ମାମୀନି ତାର ତଣ୍ଟି କୁ ଧରି ଦେଇଥିଲା।ପ୍ରଦୀପ ଅତ୍ୟଧିକ ମଦ୍ୟପାନ କରିଥିବା ରୁ ଅଚେତ ହୋଇଥିବା ଜାଣିପାରି ତାକୁ ପଡୋଶୀ ରେ ରହୁଥିବା ନିଜ ଘରେ ସୁଆଇ ଦେଇଥିଲେ।ସକାଳୁ ଦେଖିଲା ବେଳକୁ ତାର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ଥିଲା ।ଘଟଣା ଜଣାପଡ଼ିବା ପରେ ମୃତକଙ୍କ ବଡ ଭାଇ କୃଷ୍ଣ ଚନ୍ଦ୍ର ନାୟକ ଗୋପାଳପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ ପ୍ରକାରେ ପୁଲିସ କେସ ନଂ ୨୦୮/୨୨ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ମେଡିକାଲ୍ କୁ ପଠାଇଥିଲେ।
ଶବ ବ୍ୟବଚ୍ଛେଦ ପରେ ମୃତକ ଙ୍କ ପରିବାର ଙ୍କୁ ହସ୍ତାନ୍ତର କରାଯାଇଥିଲା । ଅଭିଯୋଗ ରେ ମୃତକ ଙ୍କ ଭାଇ କୃଷ୍ଣ ଭାଉଜ ମାନିନୀ ଉପରେ ସଂଦେହ ଥିବା  ଲିଖିତ ଭାବେ  ପୁଲିସ କୁ ଜଣାଇଥିଲେ।ଏହା‌କୁ ଭିତ୍ତି କରି ପୁଲିସ ମାମିନି କୀ ଥାନା ଆଣି ପଚରାଉଚରା ସମୟରେ ମୃତ ପ୍ରଦିପ ଓ ତାଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ପ୍ରଦିପ ଅଚେତ ହୋଇ ଯିବାରୁ ତାକୁ ନେଇ ଘରେ ଶୁଆଇ ଦେଇଥିବା ପ୍ରକାଶ କରିଥିଲେ । ଜେରା ପରେ ସତ୍ୟତା ଜାଣିବା ପରେ ହତ୍ୟା ମାମଲା ରେ ରୁଜୁ କରି ଆଜି ଅଭିଯୁକ୍ତ ମାମିନି‌କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ କହିଛନ୍ତି। ମାନିନୀ ପ୍ରଦୀପ ର ବଡବାପା ଙ୍କ ପୁଅ ର ସ୍ତ୍ରୀ ବୋଲି ଜଣାପଡିଛି। ମାମୀନ ର ସ୍ବାମୀ ର ପ୍ରାୟ ୫ ବର୍ଷ ତଳେ ମୃତ୍ୟୁ ଘଟିଥିବା ବେଳେ ମୃତ ପ୍ରଦୀପ ର ସ୍ତ୍ରୀ ପ୍ରାୟ ୪ ବର୍ଷ ତଳେ ମୃତ୍ୟୁ ଘଟିଥିବା ଜଣାପଡିଛି।ଗତ କିଛି ବର୍ଷ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା ବେଳେ ମାମିନ ଅନ୍ୟ କାହା ସହ ସମ୍ପର୍କ ରଖିଥିବା ସନ୍ଦେହ କରି ଉଭୟ ଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା।
Leave A Reply