Odisha news

ଜାତୀୟ ରାଜପଥ ଉପରେ ଲୁଟ ଘଟଣା, ୫ ଗିରଫ

0

ମାର୍ଶାଘାଇ ୧୩ /୧o :  ଚଣ୍ଡିଖୋଲ ପାରାଦ୍ୱୀପ ଜାତୀୟ ରାଜପଥ କାନପୁର ଛକ ନିକଟରେ ଗତ ସେପ୍ଟେମ୍ବର ମାସ ୧୫ ତାରିଖ ଘଟିଥିବା ଲୁଟ ଘଟଣାରେ ମାର୍ଶାଘାଇ ପୋଲିସ ୫ ଜଣକୁ ଗିରଫ କରିଛି l ଗିରଫ ହୋଇଥିବା ଆସାମୀ ମାନଙ୍କ ଠାରୁ ଏକ ହାତ ତିଆରି ବନ୍ଧୁକ, ୩ ଟି ଜୀବନ୍ତ ଗୁଳି ଓ ୨ ଟି ବାଇକ ଜବତ ହୋଇଛି l ଆଜି ଏ ସମ୍ପର୍କରେ  ମାର୍ଶାଘାଇ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷିକ ମଦକର ସନ୍ଦୀପ ସମ୍ପଦ ସୂଚନା ଦେଇଛନ୍ତି l ଗିରଫ ଆସାମୀ ମାନେ ହେଲେ କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳ ଚୁନା ଖାନ, ଆବୁ ଜାଫର ଖାନ, ଖୁର୍ସିଦ ଖାନ, ସନ୍ତୋଷ ବେହେରା ଏବଂ  ମାର୍ଶାଘାଇ ଥାନା ଅଞ୍ଚଳର ରଞ୍ଜନ ରାଉତ ଓରଫ ଦୀପକ  l ଏମାନେ ଗତ ସେପ୍ଟେମ୍ବର ୧୫ ତାରିଖରେ ଏକ  ଘରୋଇ ବ୍ୟାଙ୍କର ଅଧିକାରୀ ରଘୁନାଥ ବେହେରାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଵା ସହ ଫାଙ୍କା ଗୁଳି ଫୁଟାଇ  ଲୁଟ ଉଦ୍ୟମ କରିଥିଲେ l  ଏବଂ ତାଙ୍କ ଠାରୁ  ମୋବାଇଲ ଛଡାଇ  ନେଇ ଯାଇଥିଲେ l ପୋଲିସ ଏ ଘଟଣାକୁ   ଗୁରୁତର ସହ ନେଇଥିଲା l ମାର୍ଶାଘାଇ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ସାମନ୍ତରାୟଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଗଠନ କରାଯାଇଥିଲା l ତେବେ ଏ ଘଟଣାରେ ମାର୍ଶାଘାଇ ପୋଲିସ  ବିଭିନ୍ନ ସ୍ଥାନ ରେ ଚଢ଼ାଉ କରି ଆସାମୀ ମାନଙ୍କୁ ଧରିଥିଲେ l ତେବେ ଗିରଫ ହୋଇଥିବା ଆସାମୀ ମାନଙ୍କ ନାମରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଥିବା ନେଇ ପୋଲିସ ମଧ୍ୟ ସୂଚନା ଦେଇଛି l

Nalco
Leave A Reply