କୋଣାର୍କ – କୋଣାର୍କ ସ୍ଥିତ ଆଶ୍ରମ ସ୍କୁଲ ସମ୍ମେଳନ କକ୍ଷରେ କୋଣାର୍କ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆମ ପୋଲିସ ସମିତି ଆବାହକ ଗୋପାଳ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ପୁରୀ ଅତିରିକ୍ତ ଏସପି ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ନିମାପଡ଼ା ଏସଡିପିଓ ଦେବାଶିଷ ମିଶ୍ର, କୋଣାର୍କ ଏନଏସି ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, ଗୋପ ତହସିଲଦାର ସୌମେନ୍ଦ୍ର ତେଜ, ଅତିରିକ୍ତ ତହସିଲଦାର ରାଜୀବ ଲୋଚନ ନାୟକ, କୋଣାର୍କ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ବିଧୁଭୁଷଣ ନାୟକ, କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ, ଆମ ପୋଲିସ ସମିତି ସଂଯୋଜକ ରାମକୃଷ୍ଣ ମହାନ୍ତି ଓ ପ୍ରାକ୍ତନ ପ୍ରାଧ୍ୟାପକ ଶରତଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ କୋଣାର୍କ ଥାନାରେ ଆବଶ୍ୟକ ମୁତାବକ ଅଧିକାରୀ ଓ କର୍ମଚାରୀ ନିଯୁକ୍ତି କରିବା, ଟ୍ରାଫିକ ସମସ୍ଯା, ଭ୍ରାମ୍ୟମାଣ ଭାବେ ଆମ ପୋଲିସ ସମିତି ବୈଠକ କରିବା ଓ କୋଣାର୍କକୁ ସରସ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ସାମୁହିକ ପ୍ରଚେଷ୍ଟା କରିବା ଉପରେ ଗୁରୁତ୍ଵାରୋପ କରାଯାଇଥିଲା। ଏହି ବୈଠକରେ କାଉନସିଲର ନିହାର ରଞ୍ଜନ ବେଉରା, ପୂର୍ବତନ କାଉନସିଲର ପଦ୍ମ ଚରଣ ବେଉରା, କାଉନସିଲର ବିଶ୍ବମ୍ବର ବିଶ୍ବାଳ, କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ସଂପାଦକ ଭାଗୀରଥୀ ସ୍ଵାଇଁଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନ, ମହିଳା ସଂଗଠନ, କୋଣାର୍କ ସାମ୍ବାଦିକ ସଂଘ, ପ୍ରେସ କ୍ଲବର ପ୍ରତିନିଧି ଏବଂ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।
