Odisha news

ଧରାକୋଟ ,ଦୁଇ ଶିକ୍ଷକ ପାଇଲେ ନେଶନ ବିଲଡର ସମ୍ମାନ

0
ବ୍ରହ୍ମପୁର ସ୍ଥିତ ରୋଟାରୀ କ୍ଲବ ତରଫରୁ ସମାଜ ପ୍ରତି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ପ୍ରତିବଦ୍ଧତା ସହ ଶିକ୍ଷାର୍ଥୀ ମାନଙ୍କ ପାଇଁ ଉଚ୍ଛର୍ଗିକୃତ ତ୍ୟାଗ ମନୋଭାବ ଦୃଷ୍ଟିରୁ ଜିଲ୍ଲାର ନିଷ୍ଠାପର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ନେଶନ୍ ବିଲଡର ସମ୍ମାନ ପ୍ରଦାନ କରାଯାଇଥିଲା।ରୋଟରୀୟନ୍ ସତ୍ୟକାମ ପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରୋଟରୀୟନ ମନୋଜ କୁମାର ବେହେରା,ଅଜିତ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ର କୁଳପତି ପ୍ରଫେସର ଶ୍ରୀମତୀ ଗୀତାଞ୍ଜଳି ଦାସ ଯୋଗଦେଇ କୃତି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସମ୍ମାନିତ କରିଥିଲେ । ଏହି ଅବସରରେ ଧରାକୋଟ ବ୍ଲକର ବାହାରପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁରସେନ ସାହୁ ଓ ସୁନାମୋହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରବୀନ୍ଦ୍ର ନାଥ ପଲାଇ ଙ୍କୁ ଉପଢୌକନ ଓ ମାନପତ୍ର ସହ ସମ୍ମାନୀତ କରାଯାଇଥିଲା। ଉଭୟ ଶିକ୍ଷକଙ୍କୁ ବ୍ଲକ୍ ଶିକ୍ଷକ ସଂଘ ପକ୍ଷରୁ ଶୁଭେଛା ଜ୍ଞାପନ କରାଯାଇଛି।
Leave A Reply