Odisha news

ନରସିଂହପୁର ଠାରେ ଚର୍ତୁଦିବସୀୟ ଅlଧ୍ୟାତ୍ମିକ ଶିକ୍ଷା ସମ୍ମିଳନୀ ଅନୁଷ୍ଠିତ.

0
କାକଟପୁର 20/9 ବ୍ରହ୍ମlକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ କାକଟପୁର ଶାଖା ତରଫରୁ ଦୀର୍ଘ ଚାରିଦିନ ବ୍ୟାପି ଧର୍ମଜ୍ଞାନ,ସହଜ ରାଜଯୋଗ ଶିକ୍ଷା ସମ୍ମିଳନୀ ନାୟହlଟ ଠା ରେ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ଉତ୍ସବ ରେ  ମୁମ୍ବାଇ ରୁ ଆସିଥିବା ରାଜ ଯୋଗିନୀ ବି କେ ମମତା ପାଳ,  କାକଟପୁର ସ୍ଥିତ ବ୍ରହ୍ମlକୁମାରୀ ଇଶ୍ୱରୀୟ ରୁ ପ୍ରଵକ୍ତା ଭାବେ ରାଜ ଯୋଗୀ ଲଷ୍ମୀଧର ଖୁଣ୍ଟିଆ, ରାଜ ଯୋଗୀ କିଶୋର କୁମାର ଦୀକ୍ଷିତ,ନୟାହାଟ ଅଞ୍ଚଳ ର ବରିଷ୍ଠ ଶିକ୍ଷବିତ ମକରଧୋର୍ଯ୍ୟ  ଯୋଗ ଦେଇ ମାଉଣ୍ଟଆବୁ ରୁ ପ୍ରଶିକ୍ଷଣ ପାଇଥିବା ଅଧ୍ୟାତ୍ମିକ ଜ୍ଞାନ ଚର୍ଚ୍ଚା ଉପର ନିଜର ଅନୁଭବ ବଖାଣି ଥିଲେ,ଏଥିରେ ବହୁ ରାଜ ଯୋଗିନୀ ଏବଂ ଭଗ୍ନୀ ମାନେ ଯୋଗ ଦେଇ ଇଶ୍ୱରୀୟ ଅମୃତ ରଶ ପାନ କରି ଆଜିର ଦୁନିଆ ରେ କିପରି ଚାଲିବେ ସେ ବିଷୟରେ ମଂଚାସୀନ ଅତିଥି ମାନଙ୍କର ବକ୍ତ୍ୟବ କୁ ଗ୍ରହଣ କରିବା ସହିତ ଆଗାମୀ ଦିନରେ କାର୍ଯ୍ୟ ରେ ଲଗାଇବା ପାଇଁ ସଂକଳ୍ପ ବଧ ବୋଲି ପରି ପ୍ରକାଶ କରିଥିଲେ l  କାକଟପୁର ରାଜ ଯୋଗିନୀ କୁନ୍ତଳା ଏବଂ ବ୍ରହ୍ମlକୁମାରୀ ରାଜ ଲକ୍ଷ୍ମୀ ତାଙ୍କ ଅଭିଭାଷଣ ରେ ଘର ଗୃହସ୍ତ ରେ ସୁଖ ଶାନ୍ତି ମୟ ଜୀବନ ଜାପାନ ର ଆଧାର ହେଉଛି ରାଜ ଯୋଗ ବୋଲି ନିଜ ନିଜ ଶୈଳ ରେ ଉପସ୍ଥାପନା କରିଥିଲେ l ଭଉଣୀ ବି କେ ମଧୁସ୍ମିତା ଧନ୍ୟବାଦ ଅର୍ପଣ କରିଥିଲେ ଶେଷରେ ସମସ୍ତ ସଦସ୍ୟ ପ୍ରସାଦ ପାଇ ନିଜକୁ ଧନ୍ୟ ମନେ କରିଥିଲେ l
Leave A Reply