Odisha news

ମୁଣ୍ଡଲରେ ରିଭଲଭର୍ ଲଗାଇ ଘରେ କଳାକନା ବୁଲାଇଲେ ଦୃର୍ବୁତ

0

ତାଳଚେର ତା ୨୦/୦୯ ତାଳଚେର ସଦରଥାନା ଅନ୍ତର୍ଗତ ବାଘୁଆବୋଲ ଗ୍ରମାର ପ୍ରଭାକର ସାହୁଙ୍କ ଘରେ ୫ଜଣ ଦୃର୍ବୁତ ପାଚେରୀ ଡ଼େଇଁ ଘରର କବାଟଭାଙ୍ଗି ଭିତରେ ପଶିଥିଲେ । କିଛି ନକହିବା ପୂର୍ବରୁ ସେମାନେ ଖଣ୍ଡା, ଭୂଜାଲି ଓ ରିଭଲଭର୍ ମୁଣ୍ଡରେ ଲଗାଇବା ସହ ଶ୍ରୀ ସାହୁଙ୍କୁ ଆକ୍ରମଣ କରି ସେଠାରେ ଉପସ୍ଥିତଥିବା ତାଙ୍କ ସ୍ତ୍ରୀଙ୍କ କାନରୁ କାନଫୁଲ, ରଖିଥିବା ଅଳଙ୍କାର ସହ ୭ହଜାରଟଙ୍କା ଓ ଗୋଟିଏ ସୁନା ଚେନ୍ ସହିତ ଟଙ୍କା ଧରି ଆଖିପିଛୁଳାକେ ଛୁ’ ମାରିଥିଲେ । ୫ଜଣ ଦୃର୍ବୁତ ସଂଘବଦ୍ଧଭାବେ ସନ୍ଧ୍ୟା ୭.୩୦ ରୁ ୮ଘଟିକା ମଧ୍ୟରେ ତାଙ୍କ ଘରେ ପଶିଥିଲେ ବୋଲି ଶ୍ରୀ ସାହୁ ଏହା ପ୍ରକାଶ କରିଛନ୍ତି । ଏସମ୍ପର୍କରେ ସେ ତାଳଚେର ଥାନାରେ ଏକ ଲିଖିତ ଅଭିଯୋଗ କରିବାପରେ ସାଇଟିଫିକ୍ ଟିମ୍ ସହ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପଂହଚିଛନ୍ତି । ପୋଲିସ୍ ବର୍ତମାନ ସୁଦ୍ଧା ସମ୍ପୃକ୍ତ ଦୃର୍ବୁତମାନଙ୍କର ଟେର୍ ପାଇନଥିବା ଜଣାପଡ଼ିଛି । ତେବେ ତାଳଚେର ଅଂଚଳରେ ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବା ସାଙ୍ଗକୁ ମଦ, ମାଂସ, ଧଳା ଜହର ଖାଇ ଆଜିର ଯୁବପିଢ଼ୀ ନିଶାଶକ୍ତ ଅବସ୍ଥାରେ ଲୋକଙ୍କୁ ଭୟଭିତ କରାଇ ଏପରି କାଣ୍ଡ ଭିଆଉଥିବା ତାଳଚେର ଅଂଚଳରେ ନିତିଦିନିଆ ଘଟଣା ହୋଇଗଲାଣି ।

Leave A Reply