ନୂଆଦିଲ୍ଲୀ : ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟ ର ଏମଏମଏସ ଲିକ କେଶ ରେ ବର୍ତମାନ ବ୍ଲାକ ମେଲିଙ୍ଗ ଘଟଣା ସାମ୍ନା କୁ ଆସିଛି l ସୋମବାର ଦିନ ଆରୋପି ଝିଅର ଓକିଲ ସନ୍ଦୀପ ଶର୍ମା ଏହି କଥା କହିଛନ୍ତି l ସେ କହିଛନ୍ତି ଯେ ଅଭିଯୁକ୍ତ ଝିଅଙ୍କୁ ଗୋଟିଏ ଯୁବକ ବ୍ଲାକମେଲ କରୁଥିଲେ l ବର୍ତମାନ ଗିରଫ ହୋଇଥିବା ଯୁବତୀ ଓ ୨ ଯୁବକ ଙ୍କୁ ପୋଲିସ ରିମାଣ୍ଡ କୁ ପଠାଇ ଦିଆଯାଇଛି l ଏମାନଙ୍କ ମୋବାଇଲ କୁ ଫୋରେନସିକ ଯାଞ୍ଚ ପାଇଁ ପଠାଇ ଦିଆ ଯାଇଛି l ସୂଚନା ଯୋଗ୍ୟ ଯେ ଏହି ମୋବାଇଲ ରୁ ୨ଟି ଭିଡିଓ ମିଳିଛି l
ଏହା ପୂର୍ବରୁ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟ ର ଏମଏମଏସ ଲିକ କେଶ ରେ ୩ଜଣ ଅଭିଯୁକ୍ତ ଙ୍କୁ ମୋହାଲି କୋର୍ଟ ରେ ଫରୱାଡ କରାଯାଇଛି l କଲି ସର୍ବ ପ୍ରଥମେ ଅଭିଯୁକ୍ତ ଝିଅ କୁ ଗିରଫ କରାଯାଇ ଥିଲା l ଏହାପରେ ସିମଲା ରୁ ଝିଅଟି ର ପୁଋଷବନ୍ଧୁ ସନ୍ନି ମେହତା ଙ୍କୁ ପୋଲିସ ଗିରଫ କରିଛି l
ଶନିବାର ଦିନ ମଧ୍ୟ ରାତ୍ରିରେ ଅଚାନକ ସେହି ସମୟରେ ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇ ଯାଇଥିଲା, ଯେତେବେଳେ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟ ରେ ଝିଅ ମାନଙ୍କର ଗାଧେଇବା ସମୟର ଭିଡିଓ ପ୍ରସ୍ତୁତ କରି ଥିବାର ଘଟଣା ସାମ୍ନା କୁ ଆସିଛି l ସୂଚନା ଯୋଗ୍ୟ ଯେ ଏହି ଭିଡିଓ ଜଣେ ଝିଅ ପ୍ରସ୍ତୁତ କରୁଥିଲା l ଏହି ଘଟଣା ସାମ୍ନା କୁ ଆସିବା ପରେ ବିଶ୍ୱବିଦ୍ୟାଳୟ ରେ ହଂଗାମା ହେବା ଆରମ୍ଭ ହୋଇ ଯାଇଥିଲା l ଏହାପରେ ଛାତ୍ରଛାତ୍ରୀ ମାନେ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ l