ନିମ୍ନ ରକ୍ତଚାପ ଦ୍ୱାରା ମଧ୍ୟ ଅନେକ ବ୍ୟକ୍ତି ଗ୍ରସିତ ରହି ଥାଆନ୍ତି l ଏହାଛଡା ନିମ୍ନ ରକ୍ତଚାପ କୁ ମଧ୍ୟ ଅଣଦେଖା କରି ଥାଆନ୍ତି l କିନ୍ତୁ ଏହା ଠିକ ନୁହେଁ l ନିମ୍ନ ରକ୍ତଚାପ ର ରିଡିଂ ୯୦ / ୬୦ କିମ୍ବା ଏହାଠାରୁ ଏହାଠାରୁ କମ୍ ରହିଥାଏ l ଏହାକୁ ନିମ୍ନ ରକ୍ତଚାପ ହାଇପୋଟେନ୍ସନ ବୋଲି କୁହାଯାଇ ଥାଏ l ନିମ୍ନ ରକ୍ତଚାପ ରେ ଥକାପଣ ଓ ମୁଣ୍ଡ ବୁଲାଇବା ଅସୁବିଧାର ସମୁଖୀନ ହେବାକୁ ପଡିଥାଏ l ଏହି ସମସ୍ୟା ଅନେକ କାରଣରୁ ହୋଇଥାଏ l
– ଶରୀରରେ ଜଳୀୟ ଅଂଶ କମିବା ଦ୍ୱାରା ଡିହାଇଡ୍ରେସନ ସମସ୍ୟା ଉପୁଜି ଥାଏ l ଏହି କାରଣରୁ ନିମ୍ନ ରକ୍ତଚାପ ସମସ୍ୟା ହୋଇଥାଏ l
– ନଚେତ ଯଦି ଆପଣ କୌଣସି ପ୍ରକାରର ଗମ୍ଭୀର ସଂକ୍ରମଣ କିମ୍ବା ଏଲର୍ଜୀ ଦ୍ୱାରା ଗ୍ରସିତ ରହୁଛନ୍ତି ତେବେ ନିମ୍ନ ରକ୍ତଚାପ ର ଶିକାର ହୋଇ ଥାଆନ୍ତି l
– ହୃଦଘାତ, ହାର୍ଟ ଫେଲିଓର, ଛାତି ଥରିବା ଓ ହୃତ ସ୍ପନ୍ଦନ କମିବା ଦ୍ୱାରା ନିମ୍ନ ରକ୍ତଚାପ ର କାରଣ ହୋଇଥାଏ l
– ରକ୍ତ ହୀନତା ଓ ବ୍ଲଡ଼ ଠିକ ଭାବରେ ପମ୍ପିଂଗ ନକରିବା ଦ୍ୱାରା ମଧ୍ୟ ନିମ୍ନ ରକ୍ତଚାପ ସମସ୍ୟା ଦେଖା ଦେଇଥାଏ l
ସତର୍କ ରହିବା ପାଇଁ ନିୟମିତ ବ୍ୟାୟାମ, ଯୋଗାସନ, କିଛି ସମୟ ଚାଲିବା, ସନ୍ତୁଳିତ ଭୋଜନ କରିବା, ଅଧିକ ପାଣି ପିଇବା ଇତ୍ୟାଦି ନିୟମିତ କରିବା ଆବଶ୍ୟକ l ଉଚିତ ପରିମାଣର ୭ – ୮ ଘଣ୍ଟା ନିହାତି ଶୋଇବା ଜରୁରୀ l ମାନସିକ ଚାପ ଠାରୁ ଦୁରେଇ ରହିବା ଆବଶ୍ୟକ l