Odisha news

ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ ବଚସା, ଦେହରେ ନିଆଁ ଲଗାଇ ସ୍ତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ତେନ୍ତୁଳିବାଡ଼ି ଗ୍ରାମର ଜଣେ ମହିଳା ଆତ୍ମହତ୍ୟା ପାଇଁ ଉଦ୍ୟମ କରିବା ସହ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଗୁରୁତର ହେବାପରି ଅଭାବନୀୟ ଘଟଣା ଘଟିଯାଇଛି । ଘଟଣାରୁ ପ୍ରକାଶ ଯେ, ପ୍ରାୟ ଦେଢବର୍ଷ ପୂର୍ବେ ତେନ୍ତୁଳିବାଡି ଗ୍ରାମର ମୁନା ସିଂ ଓ ଚନ୍ଦ୍ରମଣି ସିଂଙ୍କ ବିବାହ ହୋଇଥିବାବେଳେ ଉଭୟଙ୍କ ସମ୍ପର୍କ ସ୍ୱାଭାବିକ ଥିଲା । ବିଶ୍ୱକର୍ମା ପୂଜା ଅବସରରେ ବାପ ଘରକୁ ଯିବା ନିମନ୍ତେ ସ୍ୱାମୀଙ୍କ ନିକଟରେ ଜିଦ୍ ଧରିଥିଲେ ଚନ୍ଦ୍ରମଣି । ମାତ୍ର ଟଙ୍କା ନଥିବାରୁ ପନôୀଙ୍କ କଥାରେ ଅମଙ୍ଗ ହୋଇଥିଲେ ମୁନା ସିଂ । ଏହାପରେ ସେ ନିଜ କାମରେ ଘରୁ ବାହାରକୁ ଚାଲି ଯାଇଥିଲେ । ଏହି ସମୟରେ ଘରେ ଏକୁଟିଆ ଥିବା ସୁଯୋଗରେ କବାଟ ଦେଇ ନିଜ ଦେହରେ କିରୋସିନି ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ ଚନ୍ଦ୍ରମଣି । କିଛି ସମୟ ପରେ ଘରୁ ଧୂଆଁ ବାହାରୁଥିବା ଦେଖିଥିଲେ ପଡ଼ୋଶୀ । ଏଥିସହ ଚନ୍ଦ୍ରମଣିଙ୍କ ଚିକôାର ଶୁଣି କବାଟ ଭାଙ୍ଗି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରେ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ତାଙ୍କୁ ପ୍ରଥମେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରର ପାଖାପାଖି ୭୦ପ୍ରତିଶତ ପୋଡି ଯାଇଥିବାବେଳେ ଅବସ୍ଥା ସଙ୍କଟାପନ୍ନ ରହିଛି ତେଣୁ ଉଦଳାରୁ ତାଙ୍କୁ ବାରିପଦା ସ୍ଥିତ ପିଆରଏମ୍ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ସାମାନ୍ୟ କଥାରୁ ଏଭଳି ଏକ ଅଘଟଣ ଘଟିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply