Odisha news

କଣାସରେ ବନ୍ୟା ବିପନ୍ନଙ୍କ ରାସ୍ତାରୋକ

0

କଣାସ୧୯/୦୯/୨୦୨୨ :  ଚଳିତ ବର୍ଷ ବନ୍ୟାରେ କଣାସ ବ୍ଲକରେ ଅନେକ କ୍ଷେୟକ୍ଷେତି ଘଟିଛି । ଚୁପୁରିଙ୍ଗ ପଞ୍ଚାୟତ ପାହିଲୁଣ୍ଡି କଉଡ଼ିଆପୁର ଠାରେ ଘାଇ ହେବା ଫଳରେ ସାହୁପଡ଼ା,ବକୁ, ବଡାଲ,ଆଦୁଆ ପଞ୍ଚାୟତରେ ଅନେକ ଗାଁର ଲୋକମାନେ ଜଳବନ୍ଦୀରେ କିଛି ଦିନ ରହିବା ପରେ  ପାଣି ଛାଡିଥିଲା ପରେ ପରେ ଚାଷ ଓ ଘର ଦ୍ବାର  ଅନେକ ପରିମାଣରେ କ୍ଷେୟକ୍ଷେତି ହୋଇଥିଲା ।ତାରି ପ୍ରତିବାଦରେ ବକୁ ପଞ୍ଚାୟତ ମଇଁନ୍ଦିପୁର,ପାଟଯୋଶୀପୁର, କାନପୁ ର ,କଳାମାଟି ଓ ରତନପୁର ଗ୍ରାମକୁ ବନ୍ୟା କ୍ଷେୟକ୍ଷେତି ସହାୟତା ଦାବୀରେ ଜଗନ୍ନାଥ ସଡ଼କ ସ୍ଥାନୀୟ ଗ୍ରାମବାସମାନେ ଅବରୋଧ କରିଥିଲେ ।ଘଟଣା ସ୍ଥଳରେ ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ ।ଲୋକମାନେ ତହସିଲଦାରଙ୍କୁ ଏକ ଦାବୀ ପତ୍ର ଦେଇଥିଲେ ।ବନ୍ୟା ବିନ୍ନଙ୍କୁ ରିଲିଫ୍ ସହୟତା ଓ ଚାଷ ଜମି ସମ୍ପୂର୍ଣ କ୍ଷେୟକ୍ଷେତି,ଘରଘଙ୍ଗା ସହାୟତା ଦେବା ପାଇଁ ଦାବୀପତ୍ର ଦେଇଛନ୍ତି ।ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପଦକ୍ଷପ ନେବେ ବୋଲି ତହସିଲଦାର ପ୍ରତିଶୃତି ଦେବାରୁ ରାସ୍ତା ଅବରୋଧ ହଟିଥିଲା ।

Leave A Reply