ବାଲେଶ୍ୱର-୧୯/୦ : -ଭୋଟର ପରିଚୟପତ୍ର ସହ ଆଧାର ନମ୍ବର ସଂଯୋଗ କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ନାଗରିକଙ୍କୁ ଅନୁରୋଧ କରିଛନ୍ତି । ଏଥିପାଇଁ ସମସ୍ତ ନାଗରିକ ପ୍ରଥମେ ଏହି ସଂଯୋଗୀ କରଣର ଆବଶ୍ୟକତା ବିଷୟରେ ସଚେତନ ହେବା ଜରୁରୀ । ଏହି କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଜି ବାଲେଶ୍ୱର ଜିଲ୍ଲା ସଦର ମହକୂମାସ୍ଥିତ ସର୍କିଟ ହାଉସ ଠାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏବଂ ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଧ ପତାକା ହଲାଇ ଏକ ଭୋଟର ସଚେତନତା ରଥ ପରିଭ୍ରମଣର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ସଂଯୋଗ କରିବା ନିତ୍ୟାନ୍ତ ଜରୁରୀ । ଦେଖାଯାଉଛି ଅନେକ ଭୋଟରଙ୍କର ଏକାଧିକ ସ୍ଥାନରେ ଭୋଟର ତାଲିକାରେ ନାମ ଅର୍ନ୍ତଭୁକ୍ତ ଥିବାରୁ କିଛି ଭୋଟରଙ୍କ ନାମ ତାଲିକାରୁ ସମ୍ପୂର୍ଣ୍ଣ ବାଦ ପଡ଼ିଯାଉଛି । ଯାହାଦ୍ୱାରା ସେମାନେ ଭୋଟ ଅଧିକାରରୁ ବଞ୍ଚôତ ହେଉଛନ୍ତି ଏବଂ ସମ୍ପୂର୍ଣ୍ଣ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତିରେ ବାଧା ଉପୁଜୁଛି । ଏହି ସମସ୍ୟାର ସମାଧାନ କରି ଏକ ସମ୍ପୂର୍ଣ୍ଣ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବା ନିମନ୍ତେ ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ସଂଯୋଗ କରିବା ଜରୁରୀ ହୋଇପଡ଼ିଛି । ଏଥିପାଇଁ ଭୋଟର ସଚେତନତା ରଥ ପ୍ରତ୍ୟେକ ଜନସମାଗମ ସ୍ଥାନ ଯଥା ହାଟ, ବଜାର, ମେଳା ଆଦି ସ୍ଥାନରେ ରହି ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ ଭୋଟରମାନେ ଭୋଟର ହେଲ୍ପଲାଇନ୍ ଆପ୍ ଡାଉନଲୋଡ଼ କରି ତା ମାଧ୍ୟମରେ କିମ୍ବା ବିଏଲ୍ଓଙ୍କ ଜରିଆରେ ଭୋଟର ପରିଚୟପତ୍ର ସହ ଆଧାର ନମ୍ବର ସଂଯୋଗ କରିପାରିବେ । ଏହି କାର୍ଯ୍ୟକ୍ରମ ସାରା ରାଜ୍ୟରେ ୩ମାସ ଧରି ·ଲିବାକୁ ଥିବାବେଳେ ବାଲେଶ୍ୱର ଜିଲ୍ଲାରେ ୨ଟି ରଥ ମାଧ୍ୟମରେ ୧୨ଟି ବ୍ଲକର ପ୍ରତ୍ୟେକ ଗ୍ରା.ପ.ରେ ସଚେତନତା ସୃଷ୍ଟି କରାଯିବ