Odisha news

ପୁନର୍ବାର ପିସିସି ସଭ୍ୟ ହେଲେ ଇଞ୍ଜିନିୟର୍ ସଂଗ୍ରାମ

0

ବେଲଗୁଣ୍ଠା,19/09, ଦ୍ୱିତୀୟ ଥର ପାଇଁ ପ୍ରଦେଶ କଂଗ୍ରେସ କମିଟିର ସଭ୍ୟ ଭାବେ ବିଶିଷ୍ଟ ସମାଜସେବୀ ଇଂଜିନିୟର୍ ସଂଗ୍ରାମ କେଶରୀ ମହାନ୍ତି ଙ୍କୁ ଚୟନ କରାଯାଇଛି l ପ୍ରକାଶ ଥାଉକି ସେ ଗଞ୍ଜାମ ଜିଲ୍ଳା ସୋରଡ଼ା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ୍ ର ବିଧାୟକ ପ୍ରାର୍ଥୀ ଭାବେ ଗତ ସାଧାରଣ ନିର୍ବାଚନରେ ଲଢ଼େଇ କରିଥିବା ବେଳେ ଆସନ୍ତା 2024 ସାଧାରଣ ନିର୍ବାଚନ ପାଇଁ ମଧ୍ୟ ସେ ଜାତୀୟ କଂଗ୍ରେସ୍ ର ବିଧାୟକ ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି I ଦ୍ୱିତୀୟ ଥର ପାଇଁ ପ୍ରଦେଶ କଂଗ୍ରେସ୍ ର ସଭ୍ୟ ଗ୍ରହଣ କରିବା ପରେ ଇଞ୍ଜିନିୟର୍ ସଂଗ୍ରାମ ଆଗାମୀ ଦିନରେ ସୋରଡ଼ା ଏବଂ ବେଲଗୁଣ୍ଠା ଅଞ୍ଚଳରେ ଜାତୀୟ କଂଗ୍ରେସ୍ କୁ ଶକ୍ତିଶାଳୀ କରିବାକୁ ଚେଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି I ରାଜ୍ୟ ସରକାରଙ୍କ ଦୁର୍ନିତୀ ଏବଂ କେନ୍ଦ୍ର ସରକାରଙ୍କ ଗରୀବ ଶୋଷଣ ନୀତିକୁ ଜନ ସାଧାରଣଙ୍କ ନିକଟରେ ଉପସ୍ଥାପନ କରି ସେ ଜାତୀୟ କଂଗ୍ରେସ୍ ପାଇଁ ଜନମତ ସଂଗ୍ରହ କରିବେ ବୋଲି ପ୍ରକାଶ କରିଛନ୍ତି I ସେ ପୁନର୍ବାର ଜାତୀୟ କଂଗ୍ରେସ୍ ର ସଭ୍ୟ ଗ୍ରହଣ କରିବା ପରେ ସୋରଡ଼ା ନିର୍ବାଚନ ମଣ୍ଡଳୀର କଂଗ୍ରେସ୍ କର୍ମୀଙ୍କ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି I

Leave A Reply