ନିହାର ରଞ୍ଜନ ବିଷୋୟୀ , ନବରଙ୍ଗପୁର : ପୂର୍ବ ଶତ୍ରୁତା କୁ ନେଇ ୧୪ ବର୍ଷୀୟ ନାବାଳକ କୁ ଛୁରା ମାଡ଼ । ନବରଙ୍ଗପୁର ସହର ରେ ଘଟିଛି ଘଟଣା । ନବରଙ୍ଗପୁର ସହର ମଙ୍ଗରାଜ ସାହିର ବି ଶ୍ରୀନିବାସ ନାମକ ନାବାଳକ କୁ ଦୁଇ ଜଣ ଯୁବକ ଛୁରା ମାଡ଼ କରି ଫେରାର ହୋଇଯାଇଥିଲେ । ତେବେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନାବାଳକ କୁ ଦେଖି ଅମିତ ପ୍ରଧାନ ନାମକ ବ୍ୟକ୍ତି ସଂଗେ ସଙ୍ଗେ ନିଜ ବାଇକ ରେ ବସାଇ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ବର୍ତ୍ତମାନ ଯୁବକ ସୁସ୍ଥ ରହିଛନ୍ତି । ତେବେ ଆହତ ଯୁବକ ଙ୍କ କହିବା ଅନୁଯାୟୀ ନବରଙ୍ଗପୁର ସହର ର କେଉଟ ସାହି ଛକ ନିକଟରେ ଦୁଇ ଜଣ ଯୁବକ ଆସି ଛୁରା ସାହାଯ୍ୟ ରେ ଆକ୍ରମଣ କରିଥିଲେ । ନବରଙ୍ଗପୁର ସହର ମେଦ୍ରୀ ସାହିର ସାଇ ନାମକ ଜଣେ ଯୁବକ ସହ ଅନ୍ୟ ଜଣେ ଆଦିବାସୀ ଯୁବକ ସହ ଦୁଇ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି । ପୂର୍ବରୁ ବର୍ଷେ ତଳେ ଝଗଡା ହୋଇଥିବା ପ୍ରକାଶ କରିଛନ୍ତି । ନାବାଳକ କୁ କୋରାପୁଟ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା କରାଯାଉଛି । ଛୁରା ମାଡ କରିଥିବା ଦୁଇ ଜଣ ମଧ୍ୟ ନାବାଳକ ବୋଲି ସୂଚନା ମିଳିଛି ।