ଆମେ ଖାଲି ରେ କଞ୍ଚା ରସୁଣ ସେବନ କରିବା ବିଷୟରେ ଜାଣିଛୁ , କିନ୍ତୁ ରସୁଣ ସହିତ ମହୁ ସେବନ କରିବା ଜାଣି ନାହୁଁ । ଏହି ୨ଟି ଜିନିଷର ମିଶ୍ରଣ ଅନେକ ଶାରିରୀକ ସମସ୍ୟା କୁ ଦୂର କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଆଣ୍ଟି – ବ୍ୟାକ୍ଟେରିଆ , ଆଣ୍ଟି ବାୟୋଟିକ୍, ଆଣ୍ଟି ଫଙ୍ଗାଲ, ଆଣ୍ଟି ସଂକ୍ରମଣ ଗୁଣ ରହିଥାଏ , ଯାହାକି ସର୍ଦ୍ଦି,କାଶ ଭଳି ଅନେକ ସମସ୍ୟା ଦୂର କରିଥାଏ । ରସୁଣ ରେ ଏଲିଶିନ ଓ ଫାଇବର ଗୁଣ ରହିଛି ଯାହା କି ଓଜନ ନିୟନ୍ତ୍ରଣ କରିଥାଏ । ରସୁଣ ରେ ଥିବା ଗୁଣ ଇମ୍ୟୁନିଟି ବୁଷ୍ଟ କରିଥାଏ । ଏହାଦ୍ବାରା ଆପଣ ଅନେକ ଗୁଡ଼ିଏ ସମସ୍ୟା କୁ ଦୂର କରି ପାରିବେ ।
* ପ୍ରତିଦିନ ସକାଳୁ ଖାଲି ପେଟରେ ଯଦି ରସୁଣ କୁ ମହୁରେ ବୁଡାଇ ସେବନ କରିବେ ତେବେ ଆପଣଙ୍କର ଶରୀରର ଅତିରିକ୍ତ ଚର୍ବି କମିବାରେ ସାହାଯ୍ୟ ମିଳିବ । ଯଦି ଆପଣ ନିଜର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ସେବନ କରନ୍ତୁ ରସୁଣ ସହିତ ମହୁ ।
* ସର୍ଦ୍ଦି – କାଶ ରୁ ଦୂରେଇ ରହିବା ପାଇଁ ପ୍ରତିଦିନ ରସୁଣ ସହିତ ମହୁ ସେବନ କରିବା ଉଚିତ୍ । ଏଥିରେ ଥିବା ଆଣ୍ଟି ଇମ୍ଫ୍ଲାମେଟରୀ ଗୁଣ ଟନ୍ ସିଲ୍ ଠିକ୍ କରିବା ସହିତ ଗଳା କୁ ସୁସ୍ଥ ରଖିଥାଏ । ଏହାଦ୍ବାରା ଗଳା ର କିିଚ୍ କିିଚ୍ ଦୂର ହୋଇଥାଏ ଓ କଫ ସମସ୍ୟା ମଧ୍ୟ ଠିକ୍ ହୁଏ ।
* ପ୍ରତିଦିନ ରସୁଣ ଓ ମହୁ ସେବନ କରିବା ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ । ଏହାକୁ ସେବନ କରିବା ଦ୍ୱାରା ହାର୍ଟ ର ଧମନୀ ଗୁଡିକରେ ଜମି ଥିବା ଫ୍ୟାଟ୍ ବାହାରି ଯାଇଥାଏ , ଯାହା ଫଳରେ ବ୍ଲଡ଼ ସର୍କୁଲେଶନ ଠିକ୍ ଭାବରେ ହୋଇଥାଏ । ଏପରି ସ୍ଥିତି ରେ ହାର୍ଟ ସୁସ୍ଥ ରହିଥାଏ ।
* ରସୁଣ ଓ ମହୁ ର ସମିଶ୍ରଣ ପେଟ ସମ୍ବନ୍ଧୀୟ ବିଭିନ୍ନ ବିକର ଦୂର କରିଥାଏ । ପାଚନ ସମ୍ବନ୍ଧୀୟ ସମସ୍ୟା ଠିକ୍ ହେବା ସହ ଗ୍ୟାସ୍ ଏସିଡିଟି ସମସ୍ୟା ଠିକ୍ ହୋଇଥାଏ । ପ୍ରତିଦିନ ସକାଳୁ ଖାଲି ପେଟରେ ରସୁଣ ଓ ମହୁ ନିହାତି ସେବନ କରନ୍ତୁ ।