ମହାଦେବ ଙ୍କ ପ୍ରିୟ ଦିନଟି ହେଉଛି ସୋମବାର ଦିନ । ଏହିଦିନ ଶିବ ପୁରାଣରେ ଖୁବ୍ ମହତ୍ତ୍ଵ ରହିଛି । ଭକ୍ତ ନିଜର ଇଚ୍ଛା ପୂରଣ କରିବା ପାଇଁ ସୋମବାର ଦିନ ଶିବଳୟ କୁ ଯାଇ ଅଭିଷେକ କରିଥାଉ । ମାନ୍ୟତା ଅନୁସାରେ ସୋମବାର ଦିନ ମହାଦେବ ଙ୍କୁ ରୁଦ୍ରାଭିସେକ କରିବା ଦ୍ୱାରା ସମସ୍ତ ଇଚ୍ଛା ପୁରଣ ହୋଇଥାଏ । ମହାଦେବ ଙ୍କୁ ରୁଦ୍ରାଭିସେକ ଅଲଗା ଅଲଗା ଜିନିଷ ରେ କରାଯାଇ ଥାଏ ଯାହାର ବିଶେଷ ମହତ୍ତ୍ଵ ରହିଥାଏ ।
ରୁଦ୍ରାଭିସେକ ରେ ବ୍ୟବହାର ହୋଇଥିବା ପଦାର୍ଥ –
* ଦୁଗ୍ଧ ରେ ଅଭିଷେକ – ଦୁଗ୍ଧ ରେ ଅଭିଷେକ କରିବା ଦ୍ୱାରା ମଣିଷ ଜୀବନ ରେ ଦୁଃଖ ଦୁର୍ଦ୍ଦଶା ଦୂର ହୋଇଥାଏ ଓ ଏହାଛଡା ସନ୍ତାନ ପ୍ରାପ୍ତି ହୋଇଥାଏ ।
* ଦହି ରେ ଅଭିଷେକ – ମହାଦେବ ଙ୍କୁ ଦହି ରେ ଅଭିଷେକ କରିବା ଦ୍ୱାରା ଜାତକ ରେ ଥିବା ବାଧା ଦୁର ହୋଇଥାଏ । ଏହାଛଡା ମଣିଷର ଆତ୍ମ ବିଶ୍ବାସ ବୃଦ୍ଧି ହୋଇଥାଏ ।
* ଗଙ୍ଗା ଜଳ ରେ ଅଭିଷେକ – ମହାଦେବ ନିଜ ଜଟ ରେ ମା ଗଙ୍ଗା ଙ୍କୁ ଧାରଣ କରିଛନ୍ତି । ଏପରି ସ୍ଥିତି ରେ ଯେଉଁ ବ୍ୟକ୍ତି ମହାଦେବ ଙ୍କ ଅଭିଷେକ ଗଙ୍ଗା ଜଳ ରେ କରିଥାଏ ତାକୁ ମହାଦେବ ଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ । ଗଙ୍ଗା ଜଳ ରେ ଅଭିଷେକ କରିବା ଦ୍ୱାରା ବ୍ୟକ୍ତି ମରଣ ବନ୍ଧନ ରୁ ମୁକ୍ତି ପାଇଥାଏ ।
* ମହୁ ରେ ଅଭିଷେକ – ଯେଉଁ ବ୍ୟକ୍ତି ସୋମବାର ଦିନ ମହୁ ରେ ଅଭିଷେକ କରାଇ ଥାଏ ତା ଜୀବନ ରେ ସର୍ବଦା ମାନ ସମ୍ମାନ ବୃଦ୍ଧି ହୋଇଥାଏ । ଏହାଛଡା ମହୁ ରେ ଅଭିଷେକ କରିବା ଦ୍ୱାରା ବାଣୀ ରେ ମଧୁରତା ଆସିଥାଏ ।
* ଘିଅ ରେ ଅଭିଷେକ – ଯଦି ମହାଦେବ ଙ୍କୁ ଘିଅ ରେ ଅଭିଷେକ କରାଯାଏ ତେବେ ରୋଗ ବୈରାଗ ଦୂର ହୋଇଥାଏ ।
* ଅତର ରେ ଅଭିଷେକ – ସୋମବାର ଦିନ ମହାଦେବ ଙ୍କୁ ଅତର ରେ ଅଭିଷେକ କରିବା ଦ୍ୱାରା ମାନସିକ ଦୁଶ୍ଚିନ୍ତା ଦୁର ହୋଇଥାଏ ଓ ଜାତକ ରେ ଶାନ୍ତି ଆସିଥାଏ ।
* ଆଖୁ ରସରେ ଅଭିଷେକ – ନିଜ ଜୀବନ ର ଆର୍ଥିକ ଅସୁବିଧା କୁ ଦୂର କରିବା ପାଇଁ ସୋମବାର ଦିନ ଆଖୁ ରସରେ ଅଭିଷେକ କରାଯାଇ ଥାଏ ।
* ଶୁଧ ଜଳରେ ଅଭିଷେକ – ପୁଣ୍ୟ ଲାଭ ଓ ଶିବ କୃପା ଲାଭ କରିବା ପାଇଁ ସୋମବାର ଦିନ ସୁଧ ଜଳ ରେ ଅଭିଷେକ କରିବା ଆବଶ୍ୟକ ।
* ସୋରିଷ ତେଲ ରେ ଅଭିଷେକ – ସୋମବାର ଦିନ ସୋରିଷ ତେଲ ରେ ଅଭିଷେକ କରିବା ଦ୍ୱାରା ଜାତକ ସମସ୍ୟା ଦୂର ହୋଇଥାଏ ଓ ପାପ ଗ୍ରହର କଷ୍ଟ ଦୂର ହୋଇଥାଏ ଓ ଶତ୍ରୁ ଙ୍କ ବିନାଶ ହୋଇଥାଏ ।