ବ୍ୟଙ୍କରେ ଡିପୋଜିଟ ପାଇଁ ଏସ ଏଚ ଜିଙ୍କ ଠାରୁ ଟଙ୍କା ଆଦାୟକରି କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଚଳୁକରି ବ୍ୟାଙ୍କ ମିତ୍ର ଫେରାର:ଓଡିଶା ଗ୍ରାମ୍ୟ ବ୍ୟାଙ୍କ କବାଟବନ୍ଧ ଶାଖାରେ ଉତ୍ତେଜନା
ଚଣ୍ଡିଖୋଲ,୧୭/୦୯ : ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଳକ ଅନ୍ତର୍ଗତ କବାଟବନ୍ଧ ସ୍ଥିତ ଓଡିଶା ଗ୍ରାମ୍ୟବ୍ୟାଙ୍କ ଶାଖା ପକ୍ଷରୁ ନିଯୁକ୍ତି ପାଇଥିବା ଜଣେ ମହିଳା ବ୍ୟାଙ୍କ ମିତ୍ର ବା ବ୍ୟାଙ୍କ କୋଅର୍ଡିନେଟର ସ୍ଥାନୀୟ ଏସ ଏଚ ଜି ମାନଙ୍କଠାରୁ ରୂଣ ପରିଷୋଧ ପାଇଁ ଆଦାୟ କରିଥିବା ଟଙ୍କାରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ବ୍ୟାଙ୍କରେ ଜମା ନକରି ଆତ୍ମସାତ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି! ଯାହାକୁ ନେଇ କ୍ଷତିଗ୍ରସ୍ଥ ଏସ ଏଚ ଜି ସଦସ୍ୟ ମାନେ ଆଜି ବ୍ୟାଙ୍କରେ ପହଞ୍ଚି ଏ ସମ୍ପର୍କରେ ଖୋଳତାଡ କରିବାରୁ କବାଟବନ୍ଧ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟଙ୍କ ଶାଖାରେ ତିବ୍ର ଉତ୍ତେଜନା ପ୍ରକାଶ ପାଇଥିଲା!ଉକ୍ତ ବ୍ୟାଙ୍କରେ ଏତେବଡ ଘୋଟାଲା ବିଷୟରେ ପ୍ରଘଟ ହେବା ପରେ ସମଗ୍ର ଅଞ୍ଚଳରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି! ବ୍ୟାଙ୍କିଙ୍ଗ ସୁବିଧା ନଥିବା ଦୁର୍ଗମ ଗ୍ରାମାଞ୍ଚଳରେ ବ୍ୟାଙ୍କ ସେବାକୁ ଲୋକମାନଙ୍କ ପାଖରେ ପହଞ୍ଚିଥିବା ପାଇଁ ଏବେ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ ମିତ୍ର ବା ବ୍ୟାଙ୍କ କୋଅର୍ଡିନୈଟରଙ୍କୁ ନିଯୁକ୍ତି ଦିଆଯାଇଛି! ଏହି ଆଧାରରେ କବାଟବନ୍ଧ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ପକ୍ଷରୁ ସେଠାକାର ଏଣ୍ଡଳବା ପଞ୍ଚାୟତ ପାଇଁ ବାଘୁଆବେଣା ଗ୍ରାମର ଜଣେ ମହିଳା ଇନ୍ଦୁମତୀ ପୃଷ୍ଟିଙ୍କୁ ଗତ ୩ ବର୍ଷ ହେବ ବ୍ୟାଙ୍କ ମିତ୍ର ଭାବେ ନିଯୁକ୍ତି ଦିଆଯାଇଥିଲା! ବ୍ୟାଙ୍କରୁ ରୁଣ ନେଇଥିବା ଏସ ଏଚ ଜି ବା ସ୍ୱୟଂ ସହାୟକା ଗୋଷ୍ଠୀ ମାନଙ୍କ ଠାରୁ ସୁଧ ଓ ରୂଣଟଙ୍କା ଆଦାୟ ପାଇଁ ମଧ୍ୟ ତାଙ୍କୁ ବ୍ୟାଙ୍କ ଦାୟିତ୍ୱ ଦେଇଥିଲା! ଯାହା ଫଳରେ ଇନ୍ଦୁମତୀ ଗତ ୩ ବର୍ଷ ହେବ ଏଣ୍ଡଳବା ପଞ୍ଚାୟତରେ ରହିଥିବା ପ୍ରାୟ ୮୫ଟି ସ୍ୱୟଂ ସହାୟକା ଗୋଷ୍ଠୀଙ୍କ ଠାରୁ ଟଙ୍କା ଆଦାୟକରି ବ୍ୟାଙ୍କରେ ଜମା କରିବାକୁ ଆଣୁଥିଲେ ଓ ସେଠାକାର ଲୋକଙ୍କୁ ଅନ୍ୟାନ୍ୟ ବ୍ୟାଙ୍କ ସେବା ଯୋଗାଉଥିଲେ! ତେବେ ଇତି ମଧ୍ୟରେ କେତେକ ଏସ ଏଚ ଜିର ସଦସ୍ୟମାନେ ବ୍ୟାଙ୍କକୁ ଆସି ସେମାନଙ୍କ ଦେଣନେଣ ସମ୍ପର୍କରେ ଜାଣିବାକୁ ଚାହିଁବାରୁ ଏହି ଘୋଟାଲା ନେଇ ସେମାନଙ୍କୁ ସୂଚନା ପାଇଥିଲା!ଏଣ୍ଡଳବା ପଞ୍ଚାୟତର ଆଖଣ୍ଡଳମଣି ସ୍ୱୟଂ ସହାୟକା ଗୋଷ୍ଠୀର ସଭାପତି ପୁଷ୍ପଲତା ମଲିକ ଓ ସମ୍ପାଦିକା ଉର୍ମିଳା ମଲିକଙ୍କ ଅଭିଯୋଗ ଅନୁଯାଇ ତାଙ୍କ ଘୋଷ୍ଠୀ କବାଟବନ୍ଧ ଓଡିଶା ଗ୍ରାମ୍ୟବ୍ୟାଙ୍କ ଶାଖାରୁ ୩ ଲକ୍ଷ ୧୬ ହଜାର ଟଙ୍କା ରୂଣ ନେଇଥିଲା! ସେମାନେ ଚଳିତ ଅଗଷ୍ଟ ମାସ ସୁଧା ସୁଧସହ ସମସ୍ତ ରୂଣଟଙ୍କା ସୁଝି ଦେଇଥିଲେ! ଏହି ଟଙ୍କା ସେମାନଙ୍କ ଠାରୁ ପ୍ରତି ମାସରେ ସପୃକ୍ତ ବ୍ୟାଙ୍କ ମିତ୍ର ଇନ୍ଦୁମତୀ ଆଦାୟକରି ବ୍ୟାଙ୍କରେ ଜମା କରିବାକୁ ଆଣିଥିଲେ! ହେଲେ ସେମାନେ ଦେଖିବା ବେଳକୁ ତାଙ୍କ ଗୋଷ୍ଠିର ଆହୁରି ୨ ଲକ୍ଷ ୬୦ ହଜାର ରୂଣଟଙ୍କା ସୁଝିବାକୁ ବାକିଅଛି!ଆଦାୟ ଟଙ୍କାରୁ ଇନ୍ଦୁମତୀ ମାତ୍ର ୫୬ ହଜାର ବ୍ୟାଙ୍କରେ ଜମାକରି ଅନ୍ୟ ସମସ୍ତ ଟଙ୍କା ଆତ୍ମସାତ କରିଥିବା ସେମାନେ ଅଭିଯୋଗ କରିଛନ୍ତି! ଏହିପରି ଭାବେ ଉକ୍ତ ପଞ୍ଚାୟତର ୭୦ରୁ ଉର୍ଦ୍ଧ୍ବ ସ୍ୱୟଂ ସହାୟକା ଗଷ୍ଠୀ ଇନ୍ଦୁମତୀଙ୍କ ଦ୍ୱାରା ଠକାମୀର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି! ଇତି ମଧ୍ୟରେ ମାତ୍ର ୪ଟି ଗୋଷ୍ଠୀଙ୍କ ପକ୍ଷରୁ ଇନ୍ଦୁମତୀଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିବା ବ୍ୟାଙ୍କର ଶାଖା ପରିଚାଳିକା କହୁଥିଲାବେଳେ ଇନ୍ଦୁମତୀଙ୍କ ପାପ ଘୋଡାଇବାକୁ ବ୍ୟାଙ୍କ ପକ୍ଷରୁ ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛି! ଯାହାକୁନେଇ ୩/୪ ଦିନ ହେବ ବ୍ୟାଙ୍କ ଶାଖାରେ ଏସ ଏଚ ଜି ଗଷ୍ଠୀର ଶହଶହ ସଦସ୍ୟଙ୍କ ଭିଡ ଲାଗିରହିଥିଲା ବେଳେ ଉତ୍ତେଜନା ଯାରୀ ରହିଛି! ଆଜି ଉକ୍ତ ବ୍ୟାଙ୍କ ଶାଖାରେ ପରିସ୍ଥିତି ଅଣ ଆୟତ ହେବାରୁ ସ୍ଥାନୀୟ ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟ ଘଟଣା ସ୍ଥଳକୁ ଆସି ଏସ ଏଚ ଜିର ସଦସ୍ୟ ମାନଙ୍କୁ ବୁଝାସୁଝା କରିଥିଲେ! ତେବେ ଏହି ଘଟଣାର ଉଚ୍ଚସ୍ଥରୀୟ ତଦନ୍ତ କରାଯିବା ସହ ସ୍ୱୟଂ ସହାୟକା ଗୋଷ୍ଠୀଙ୍କ ଠାରୁ ଆଦାୟ ହୋଇଥିବା ସମସ୍ତ ଟଙ୍କା ସେମାନଙ୍କ ଜମାଖାତାରେ ଚଢାଇବା ପାଇଁ ଏସ ଏଚ ଜି ମାନେ ଦାବି କରିଛନ୍ତି! ଏଥିନେଇ ଉକ୍ତ ବ୍ୟାଙ୍କ ଶାଖାରେ ସଦ୍ୟ ନିଯୁକ୍ତ ଶାଖା ପରିଚାଳିକା ଶୁଭ୍ରାରାଣୀ ସାହୁଙ୍କୁ ପଚାରିବାରୁ ସେ ଅଳ୍ପଦିନ ହେବ ଏଠାରେ ଯୋଗଦେଇ ଥିବାରୁ ଏ ସମ୍ପର୍କରେ ସବୁ ତଥ୍ୟ ହାସଲ କରିପାରି ନାହାନ୍ତି ତେବେ ଏହି ଅଭିଯୋଗ ଅତି ଗୁରୁତର ହୋଇଥିବାରୁ ତାହା ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଉଚିତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି!ହୋଇଥିବା ଏହି ଘୋଟାଲାରେ କବାଟବନ୍ଧ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାର କେତେକ କର୍ମଚାରୀ ଓ ସ୍ଥାନୀୟ କେତେକ ପ୍ରଭାବଶାଳୀ ବ୍ୟକ୍ତି ଇନ୍ଦୁମତୀଙ୍କୁ ସହଯୋଗ କରିଥିବା ଆଲୋଚନା ହେଉଛି! ଏହି ଘଟଣା ପ୍ରଘଟ ହେବାପରେ ବ୍ୟାଙ୍କ ମିତ୍ର ଇନ୍ଦୁମତୀ ତାଙ୍କ ମୋବାଇଲ ସୁଇଚ ଅଫକରି ଫେରାର ହୋଇଯାଇଛନ୍ତି ବୋଲି ଓଡିଶା ଗ୍ରାମ୍ୟ ବ୍ୟାଙ୍କ କବାଟବନ୍ଧ ଶାଖା ପକ୍ଷରୁ ସୂଚନା ଦିଆଯାଇଛି!ଏହି ଘଟଣା ପରେ ବ୍ୟାଙ୍କରୁ ରୁଣନେଇ କାମ କରୁଥିବା ସମଗ୍ର ଅଞ୍ଚଳରେ ଥିବା ଶହଶହ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ମଧ୍ୟରେ ଅଜଣା ଭୟ ସୃଷ୍ଟି ହୋଇଛି!