Odisha news

କଣାସ : ପ୍ରୋଜେକ୍ଟ ରକ୍ଷକ ତାଲିମ ଶିବିର ଅନଷ୍ଠିତ

0

କଣାସ୧୭/୦୯/୨୦୨୨ : ପୁରୀ ଜିଲ୍ଲା କଣାସ ରେ ବାଣିଜ୍ୟ ପରିବହନ ଓ କଣାସ ଥାନା ପକ୍ଷରୁ ରକ୍ଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ପରିବହନ ଅଧିକାରୀ ଅମିତି କୁମାର ରଣା,ଥାନା ଅଧିକାରୀ ସୁଜିତ କୁମାର ଦାସ ଓ ତୁଷାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜନ କରାଯାଇଥିଲା ।ଏଥିରେ  କଣାସ ବ୍ଲକ ବିଭିନ୍ନ ବଜାର ସଦସ୍ୟ ଓ ସ୍ଥାନୀୟ ବୁଦ୍ଧିଜବୀ ଏବଂ ଲୋକ ପ୍ରତିନିଧିମାନେ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ସଡ଼କ ଦୁର୍ଘଟଣାରୁ କିଭଳି ଆମେ ସୁରକ୍ଷିତ ରହିପାରିବା  । ଭାରତରେ ପ୍ରତି ବର୍ଷ ସଡ଼କ ଦୁର୍ଘଟଣାରେ ଏକ ଲକ୍ଷ ୪୮ହଜାର ଲୋକ ମୃତ୍ୟୁ ବରଣ କରୁଥିବା ବେଳେ ଓଡ଼ିଶାରେ ଦୈନିକ ୧୬ଜଣ ଲୋକଙ୍କର ଅକାଳରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହଉଥିବା ଜଣାପଡିଛି ।ଏହି ମୂତ୍ୟୁ ହାରକୁ ରୋକିକ ପାଇଁ  ରାଜ୍ୟ ସରକାରଙ୍କ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ପ୍ରୋଜେକ୍ଟ ରକ୍ଷକ ଆରମ୍ଭ କରିଛନ୍ତି ।ପୂର୍ବରୁ ଦୁର୍ଘଟଣା ଘଟୁଥିବା ଲୋକଙ୍କୁ ସହାୟତା କରିବା ପାଇଁ ଲୋକମାନେ ଭୟଭୀତ କରୁଥିବା ବେଳେ କିନ୍ତୁ ଏବେ ଦୁର୍ଘଟଣା ଘଟିଥିବା ବେକ୍ତୀଙ୍କୁ ସହାୟତା କଲେ ସେହି ବିକ୍ତିଙ୍କର କୌଣସି ଥାନା ଓ ମେଡିକାଲ୍ ପକ୍ଷରୁ  କୌଣସି ପଦକ୍ଷେପ ନନିଆଯାଇ ସେମାନଙ୍କୁ କେନ୍ଦ୍ରସରକାରଙ୍କ ତରଫରୁ ୫୦୦୦ ହଜାର ଓ ରାଜ୍ୟ ସରକାରଙ୍କ ତରଫରୁ ୨୦୦୦ ଟଙ୍କା ପୁରସ୍କାର ଦେବା ପାଇଁ  ସରକାର ଘୋଷଣା କରିଛନ୍ତି ।ଏହି ପରିପେଖିରେ ଆଜି ଦୋକନ୍ଦା କଲ୍ୟାଣୀ ମଣ୍ଡପ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ରବୀନ୍ଦ୍ର କୁମାର ସାହୁ ଓ ତପସ୍ଵନୀ ମାନସିଂହ ପ୍ରମୁଖ ବିଭିନ୍ନ ଦୁର୍ଘଟଣାର ସମ୍ମୁଖିନ ହେଉଥିବା ଲୋକମାନଙ୍କୁ କିଭଳି ଭାବରେ ମୃତ୍ୟୁ ମୁଖରୁ ସାହାଯ୍ୟ ସହଯୋଗ କରି ପାରିବା ସମ୍ପର୍କରେ ବିଶେଷ ଭାବେ ଲୋକମାନଙ୍କୁ ବୁଝାଇଥିଲେ ।

Leave A Reply