Odisha news

ଛତ୍ରପୁର ସହର ସମେତ ଆଖପାଖ ଅଂଚଳରେ ପୂଜା ପାଇଲେ ଦେବ ଶିଳ୍ପୀ ବିଶ୍ୱକର୍ମା

0

ଛତ୍ରପୁର, ୧୭/୯ ; ଛତ୍ରପୁର ଆଖପାଖ ଅଂଚଳରେ ଚଳିତ ବର୍ଷ ପବିତ୍ର ବିଶ୍ୱକର୍ମା ପୂଜା ମହା ସମାରୋହ ରେ ପାଳିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟୁତ ବଣ୍ଟନ ବିଭାଗ, ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ ସମେତ ବହୁ ଶିଳ୍ପ ତାଲିମ ଅନୁଷ୍ଠାନ, ଶିଳ୍ପାନୁଷ୍ଠାନ ଗୁଡିକରେ ପବିତ୍ର ବିଶ୍ୱକର୍ମା ପୂଜା ବହୁ ଧମଧାମ ରେ ପାଳନ ହୋଇଯାଇଛି । ସେହିପରି ଛତ୍ରପୁର ବ୍ଲକ ଅନ୍ତର୍ଗତ ଖୁରିଗାଁ ଗ୍ରାମ ରେ ବିଶ୍ୱକର୍ମା ସମାଜ ପକ୍ଷରୁ ମଧ୍ୟ ଏହି ପୂଜା ମହା ଆଡମ୍ଭର ସହକାରେ ପାଳନ କରାଯାଇଛି । ଯାହା ଫଳରେ ଚଳିତ ବର୍ଷ ଛତ୍ରପୁର ଆଖପାଖ ଅଂଚଳ ଚଳଚଂଚଳ ହୋଇପଡିଥିବା ବେଳେ ଭକ୍ତ ମାନେ ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରି ବିଶ୍ୱକର୍ମାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ବିଭିନ୍ନ ପୂଜା ମଣ୍ଡପ ଗୁଡିକ ଚଳିତ ବର୍ଷ ଚିତାକର୍ଷକ ତୋରଣ ସହିତ ଆଲୋକ ସଜ୍ଜାରେ ସୁସଜ୍ଜିତ କରାଯାଇଛି । ସନ୍ଧ୍ୟାରେ ବିଶ୍ୱକର୍ମାଙ୍କ ଦର୍ଶନ ନିମନ୍ତେ ବହୁ ଜନସମାଗମ ହୋଇଛି ।

Leave A Reply