Odisha news

ଚନ୍ଦ୍ରଭାଗା ସମୁଦ୍ର କୂଳରେ ମେଗା ବେଳାଭୂମି ସଫେଇ ଓ ସଚେତନତା କାର୍ଯ୍ୟକ୍ରମ।

0
କୋଣାର୍କ – ଆନ୍ତର୍ଜାତୀୟ ବେଳାଭୂମି ଦିବସ ଅବସରରେ ରାଜ୍ୟ ପ୍ରଦୂଷଣ ବୋର୍ଡ, ପୁରୀ ଜିଲ୍ଲା ପ୍ରଶାସନ, ରାଜ୍ୟ ଜଂଗଲ ଓ ପରିବେଶ ବିଭାଗ ଓ ଶିକ୍ଷା ବିଭାଗର ଜାତୀୟ ସବୁଜ ବାହିନୀ ମିଳିତ ଆନୁକୁଲ୍ୟରେ ଏକ ମେଗା ବେଳାଭୂମି ସଫେଇ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅତିଥି ଭାବରେ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ, କୋଣାର୍କ ଏନଏସି ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, କାଉନସିଲର ବିଶ୍ବମ୍ବର ବିଶ୍ବାଳ, ସାମାଜିକ କର୍ମୀ ରାମକୃଷ୍ଣ ମହାନ୍ତି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କାର୍ତ୍ତିକେଶ୍ୱର ବେହେରା, ରଜତ କୁମାର ସେଠୀ, ସଂଜୀବ କୁଅଁର, ଜଂଗଲ ଓ ପରିବେଶ ବିଭାଗର ପ୍ରଶାନ୍ତ କୁମାର ନାୟକ ଓ ରାଜେଶ ମହନ୍ତ ପ୍ରମୁଖ ଯୋଗଦେଇ ଏହି ଦିବସର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଣାର୍କ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମାନଙ୍କୁ ନେଇ ସୁଦୀର୍ଘ ବେଳାଭୂମି ସଫେଇ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସ୍ବଚ୍ଛ ବେଳାଭୂମି ସୁରକ୍ଷା ବେଳାଭୂମି ସଫେଇ କାର୍ଯ୍ୟକ୍ରମ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିଥିଲେ। ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ପୃଥି ବିଜ୍ଞାନ ମନ୍ତ୍ରଣାଳୟ ଓ ଭାରତୀୟ ତଟରକ୍ଷୀ ବାହିନୀ ମିଳିତ ଭାବେ ସ୍ବଚ୍ଛ ସାଗର ସୁରକ୍ଷା ସାଗର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୃଥି ବିଜ୍ଞାନ ମନ୍ତ୍ରଣାଳୟର ଅଧିକାରୀ ଆରକେ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଣାର୍କ ଭଗବତୀ ମହାବିଦ୍ୟାଳୟ, କୋଣାର୍କ ମହିଳା ମହାବିଦ୍ୟାଳୟ ଓ କୋଣାର୍କ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଏନସିସି ଛାତ୍ର ଛାତ୍ରୀ ମାନେ ଯୋଗଦାନ କରି ବେଳାଭୂମି ସଫେଇ ଓ ସଚେତନତା ସୃଷ୍ଟି କରିଥିଲେ। ଏହି କାର୍ଯ୍ୟକ୍ରମ ଦେଶର ୭୫ଗୋଟି ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ସଂଗେ ଅନୁଷ୍ଠିତ ହେଉଛି ବୋଲି ପୃଥି ବିଜ୍ଞାନ ମନ୍ତ୍ରଣାଳୟର ଅଧିକାରୀ ଆର.କେ ସାହୁ ପ୍ରକାଶ କରିଛନ୍ତି।
Leave A Reply