ଦଶପଲ୍ଲା୧୭/୯ : ଦଶପଲ୍ଲା ବ୍ଲକ ତେଣ୍ଡାବଡି ପଞ୍ଚାୟତ କନ୍ଧ ନୂଆସାହି ନିକଟରେ ଥିବା ଏକ ଆଡ଼ିବନ୍ଧ କୁ ନେଇ ବିବାଦ ଦେଖାଦେଇଛି । ଏହାକୁ ନେଇ ଦଶପଲ୍ଲା ଥାନାରେ କନ୍ଧ ନୂଆସାହି ର ଶ୍ରୀମତୀ ମଳିକ ଙ୍କ ସହ ଗ୍ରାମବାସୀ ମାନେ ଦଶପଲ୍ଲା ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି ।ଅଭିଯୋଗ କୁ ଭିତ୍ତିକରି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ସୂଚନା ଯୋଗ୍ୟ ଯେ, କନ୍ଧ ନୂଆସାହି ନିକଟରେ ବନବିଭାଗ ପକ୍ଷରୁ ଏକ ଆଡ଼ିବନ୍ଧ କରାଯାଇ କନ୍ଧ ନୂଆସାହି ଗ୍ରାମବାସୀଙ୍କୁ ଏହାର ଦାଇତ୍ୱ ଦିଆଯାଇଥିଲା । ଏହାପରେ ଗତ କିଛି ବର୍ଷ ତଳେ କନ୍ଧ ନୂଆସାହି ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ଅର୍ଥ ଖର୍ଚ୍ଚ କରି ସେହି ସ୍ଥାନରେ ମାଟି ପକା ଯାଇଥିବା ବେଳେ ଏହାର ସମ୍ପୂର୍ଣ୍ଣ ଦାଇତ୍ୱ ଜଙ୍ଗଲ ସୁରକ୍ଷା କମିଟି ଓ ଗ୍ରାମବାସୀ ମାନେ ବୁଝି ଆସୁଥିଲେ । ଏବେ ଏହି ଆଡ଼ିବନ୍ଧ କୁ ବ୍ଲକ ପକ୍ଷରୁ ନିଲାମ କରାଯାଇ ବାଢିଆପିଟା ଗ୍ରାମର ପ୍ରଭାତ ସାହୁ ଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଏହାକୁ ଜଙ୍ଗଲ କମିଟି ଓ କନ୍ଧ ନୂଆସାହି ଗ୍ରାମବାସୀ ବିରୋଧ କରିଥିଲେ । ଏପରିକି ଏ ସମ୍ପର୍କ ରେ ଗ୍ରାମବାସୀ ମାନେ ବିଡ଼ିଓ ଙ୍କୁ ଅବଗତ କରିଥିଲେ । ମାତ୍ର ଏହାକୁ ଖାତିରି ନ କରି ପ୍ରଭାତ ଏବଂ ସାକେନି ଗ୍ରାମର ସନ୍ତୋଷ ମହାଖୁଡ ଏହି ଆଡ଼ିବନ୍ଧ ରେ ମାଛ ଜାଆଁଳା ଛାଡ଼ିବାକୁ ଯାଇଥିବା ବେଳେ ଏହାକୁ ନେଇ ବିବାଦ ଦେଖା ଦେଇଥିଲା । ଫଳରେ ପ୍ରଭାତ ଓ ସନ୍ତୋଷ ସେମାନଙ୍କ ଜାତି କୁ ନେଇ ଗାଳିଗୁଲଜ କରିଥିବା ବେଳେ ବିଭିନ୍ନ ଧମକ ଦେଇଥିବା ଦଶପଲ୍ଲା ଥାନାରେ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ବି ଜେ ପି ନେତା ରାଘବ ମଳିକ ଙ୍କ ନେତୃତ୍ୱରେ ଗ୍ରାମବାସୀ ମାନେ ଏହି ଘଟଣା ସମ୍ପର୍କ ରେ ଦଶପଲ୍ଲା ଥାନାରେ ପହଞ୍ଚି ଅଭିଯୋଗ କରିଥିବା ବେଳେ ନିଲାମ ରବ୍ଦ କରିବା ପାଇଁ ଦାବି କରିଛନ୍ତି