Odisha news

ବଜ୍ରପାତରେ ହରିପୁର ଗ୍ରାମର ଦୁଇ ଆହତ

0
ନିରାକାରପୁର, ୧୭/୯: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ନୂଆଗଡ ପଞ୍ଚାୟତ ହରିପୁର ମଝି ସାହିର ଦୁଇ ଜଣ ବ୍ୟକ୍ତି ବଜ୍ରପାତରେ ଆହତ ହୋଇଥିବା ଜଣାପଡିଛି। ସୂଚନା ଯୋଗ୍ୟ କି ଶାଶୁଙ୍କ ଦଶାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପୋଖରୀ ନିକଟକୁ ଯାଇଥିବା ଅଭିମନ୍ୟୁ ପ୍ରଧାନ ଓ ଓକିଲ ସୁବୁଦ୍ଧି ଙ୍କୁ     ଅପରାହ୍ନରେ  ବଜ୍ରପାତ ହେବାରୁ ଦୁହେଁ ଆହତ ହୋଇଯାଇଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକ ଟାଙ୍ଗୀ ହସପିଟାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।
Leave A Reply