ସ୍ୱୟଂ ଭଗବାନ କହିଛନ୍ତି ‘କର୍ମ ତୋହର ବଡ଼ ଗୁରୁ, ଉଦ୍ଧବ କେତେ ତୁ ପଚାରୁ ‘, କିନ୍ତୁ ବେଳେବେଳେ ଏହି କର୍ମ ସହିତ ଇଶ୍ଵରଙ୍କର କୃପା ମଧ୍ୟ ଆବଶ୍ୟକ l କାରଣ ଘରର କିଛିଟା ନକାରାତ୍ମକ ପ୍ରଭାବଦ୍ଵାରା ମଧ୍ୟ କର୍ମରେ ବିଭିନ୍ନ ବାଧା ସୃଷ୍ଟି ହୋଇଥାଏ l ଯାହା ଦ୍ୱାରା ଆମ ଜୀବନ ପ୍ରଭାବିତ ହୋଇଥାଏ ଓ ଯେତେ ରୋଜଗାର କଲେ ମଧ୍ୟ ଲକ୍ଷ୍ମୀ ରୁହନ୍ତି ନାହିଁ l ସର୍ବଦା ରୋଗ ବୈରାଗ ଲାଗି ରହିଥାଏ ଓ ବ୍ୟକ୍ତି ବିଭିନ୍ନ ପ୍ରକାରର ଅସୁବିଧାର ସମୁଖୀନ ହୋଇଥାଏ l
ଆସନ୍ତୁ ଜାଣିବା କେଉଁ ୫ଟି ଜିନିଷ ଘର ସମୁଖରେ ରହିବ ଉଚିତ ନୁହେଁ –
* ଯଦି ଆପଣଙ୍କ ଘର ସମୁଖରେ ବିଜୁଳି ଖୁଣ୍ଟ ରହିଛି ତେବେ ତାହାକୁ ଯଥା ଶୀଘ୍ର ଉଠାଇ ଦିଅନ୍ତୁ l ବସ୍ତୁ ଶାସ୍ତ୍ର ଅନୁସାରେ ଘର ସମୁଖରେ ବିଜୁଳି ଖୁଣ୍ଟ ରହିଲେ ବାସ୍ତୁ ଅନୁସାରେ ସଫଳତାରେ ବାଧା ଉପୁଜି ଥାଏ l ଏହା ସକାରାତ୍ମକ ଉର୍ଜା କୁ ଘରକୁ ପ୍ରବେଶ କରିବାରେ ବାଧା ହୋଇଥାଏ l ଏହି କାରଣରୁ ଘରେ କଳହ ଓ ମନୋମାଳିନ୍ୟ ଦେଖା ଦେଇଥାଏ l
* ବାସ୍ତୁଶାସ୍ତ୍ର ଅନୁସାରେ ଆପଣଙ୍କ ଘର ସାମ୍ନାରେ ଯାଇଥିବା ସଡକ ସର୍ବଦା ଉଚ୍ଚ ହେବା ଆବଶ୍ୟକ l ଯଦି ଏହି ସଡକ ତଳୁଆ ହୋଇଥାଏ ତେବେ ନକାରାତ୍ମକ ଉର୍ଜା ପ୍ରବେଶ କରିଥାଏ l ଯାହାଦ୍ୱାରା ଗୃହ କ୍ଳେଶ ଓ ନକାରାତ୍ମକ ଉର୍ଜା ବାସ କରିଥାଏ l ସେଥିପାଇଁ ଯେବେବି ଆପଣ ନୂଆଘର ପ୍ରସ୍ତୁତ କରୁଛନ୍ତି ତେବେ ଏହି କଥାକୁ ଧ୍ୟାନ ଦିଅନ୍ତୁ l
* ଆପଣ କଦାପି ନିଜ ଘର ସାମ୍ନାରେ ଆବର୍ଜନା ଜଳ ଜମିବାକୁ ଦିଅନ୍ତୁ ନାହିଁ l ଯେଉଁ ଘର ସାମ୍ନାରେ ଆବର୍ଜନା ପାଣି ଜମି ରହିଥାଏ ସେଠାରେ କଦାପି ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ l ଏହି ପାଣି ସକାରାତ୍ମକ ଶକ୍ତିରେ ବାଧକ ସାଜିଥାଏ l ଯେଉଁ କାରଣରୁ ପରିବାରରେ ସର୍ବଦା ରୋଗ ବୈରାଗ ଓ ଆର୍ଥିକ ଅନାଟନ ଲାଗି ରହିଥାଏ l
* ପ୍ରତିଦିନ ସକାଳୁ ଘରର ସାମ୍ନା ସଫାସୁତୁରା ରଖିବା ଉଚିତ l ଘର ଆଗରେ ଅଳିଆ ଗଦା ରଖିବା ଉଚିତ ନୁହେଁ l ଏହା ଉନ୍ନତିରେ ବାଧା ଆଣିଥାଏ l ଏଭଳି ସ୍ଥିତି ଦରିଦ୍ରତା କୁ ଆମନ୍ତ୍ରଣ କରିଥାଏ ଓ ଉନ୍ନତିରେ ବାଧକ ଆଣିଥାଏ l
* ଆମେ ବିଭିନ୍ନ ପ୍ରକାରର କଣ୍ଟାଯୁକ୍ତ ଗଛ ଦ୍ୱାରା ଘରକୁ ସଜାଇବାକୁ ଇଛା କରିଥାଉ l କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଘରର ସମୁଖରେ କଣ୍ଟାଯୁକ୍ତ ଗଛ ରଖିବା ଦ୍ୱାରା ଜୀବନ ରେ ବିଭିନ୍ନ ପ୍ରକାର ବାଧାବିଘ୍ନ ଆସିଥାଏ l