ଅସ୍ୱାସ୍ଥ୍ୟକର ଜୀବନ ଶୈଳୀ ଓ ଦିନକୁ ଦିନ ବଢୁଥିବା ଷ୍ଟ୍ରେସ କାରଣରୁ ହାର୍ଟ ଆଟାକ ର ବିପଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ହୃଦଘାତ ସମୟରେ ରକ୍ତ ସଂଚାଳନ ଠିକ ସମୟରେ ହୋଇ ନଥାଏ l ଗବେଷଣା କହୁଛି ଯେ ଆଜିକାଲି ମହିଳା ମାନଙ୍କ ନିକଟରେ ହୃଦଘାତ ସମସ୍ୟା ଅଧିକ ଦେଖିବାକୁ ମିଳୁଛି l ମିଳିଥିବା ଗୋଟିଏ ରିପୋର୍ଟ ଅନୁସାରେ ୧୮ – ୩୫ ବର୍ଷର ମହିଳା ମାନଙ୍କ ନିକଟରେ ହୃଦଘାତ ସମସ୍ୟା ଅଧିକ ବୃଦ୍ଧି ପାଉଛି l
ଗବେଷଣା କହୁଛି ଯେ ହୃଦଘାତ ପୂର୍ବରୁ ମହିଳା ମାନଙ୍କ ଶରୀର ସଂକେତ ଦେବାକୁ ଆରମ୍ଭ କରିଥାଏ l ସେଥିପାଇଁ ଜରୁରୀ ଅଟେ ଯେ ଲକ୍ଷଣ କୁ ଜାଣି ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l
– ମହିଳା ମାନଙ୍କ ନିକଟରେ ହୃଦଘାତ ର କାରଣ :
– ଗବେଷଣା କହୁଛି ଯେ ଶରୀରରେ ଏଷ୍ଟ୍ରୋଜନ ସ୍ତର ମହିଳା ମାନଙ୍କୁ ହାଇ କୋଲେଷ୍ଟ୍ରଲ ରୁ ରକ୍ଷା କରିଥାଏ , କିନ୍ତୁ ମେନୋପୋଜ ପରେ ମହିଳା ମାନଙ୍କ ନିକଟରେ ଏଷ୍ଟ୍ରୋଜନ ର ସ୍ତର କମ ହେବାକୁ ଲାଗିଥାଏ l ଯେଉଁ କାରଣରୁ ଶରୀରରେ କୋଲେଷ୍ଟ୍ରଲ ର ସ୍ତର ବଢିପାରେ, ଏହି କାରଣରୁ ହୃଦଘାତ ସମସ୍ୟା ବଢି ଯାଇଥାଏ l
– ଗର୍ଭାବସ୍ଥା ସମୟରେ ମହିଳା ମାନଙ୍କ ନିକଟରେ ରକ୍ତଚାପ ବୃଦ୍ଧି କିମ୍ବା ନିମ୍ନ ରକ୍ତଚାପ ସମସ୍ୟା ଦେଖାଯିବ ଏକ ସାଧାରଣ ସମସ୍ୟା l ତେଣୁ ହୃଦଘାତ ସମସ୍ୟା ଦେଖା ଯାଇଥାଏ l ଏହାଛଡା କିଛି ମହିଳା ଗର୍ଭ ନିରୋଧକ ବଟିକା ସେବନ କରି ଥାଆନ୍ତି l ଯାହାକି ତାଙ୍କ ହାର୍ଟ ଉପରେ ବିପରୀତ ପ୍ରଭାବ ପକାଇଥାଏ l ଏହାଦ୍ୱାରା ହୃଦଘାତ ସମସ୍ୟା ବଢି ଯାଇଥାଏ l
– ପୁରୁଷଙ୍କ ତୁଳନାରେ ମହିଳା ଙ୍କର ଷ୍ଟ୍ରେସ, ଏଞ୍ଜାଇଟି ଓ ଡିପ୍ରେସନ ଅଧିକ ଦେଖିବାକୁ ମିଳିଥାଏ l ଯେଉଁ କାରଣରୁ ହୃଦଘାତ ସମସ୍ୟା ବୃଦ୍ଧି ପାଇଥାଏ l ଏହାଛଡା ଅନେକ ପ୍ରକାରରେ ମାନସିକ ସମସ୍ୟା ମଧ୍ୟ ବୃଦ୍ଧି ପାଇଥାଏ l
– ମଧୁମେହ ଓ ମୋଟାପଣ କାରଣରୁ ମହିଳା ମାନଙ୍କ ହୃଦଘାତ ବିପଦ ବଢିବାକୁ ଲାଗିଥାଏ l ଏହାଛଡା କ୍ୟାନ୍ସର କିମ୍ବା କିଡ୍ନୀ ଫେଲିଓର ଭଳି ସ୍ଥିତି ଆସିଥାଏ l ତେଣୁ ହୃଦଘାତ ସମସ୍ୟା ବୃଦ୍ଧି ପାଇଥାଏ l
ଲକ୍ଷଣ –
ହାଡ଼ ଗୋଡ଼ ଯନ୍ତ୍ରଣା
ଛାତିରେ ଯନ୍ତ୍ରଣା ଓ ଛାତି କେଞ୍ଚୀବା
ମୁଣ୍ଡ ବୁଲାଇବା, ଅଣନିଶ୍ୱାସୀ ଲାଗିବ, ମୁଣ୍ଡ ବିନ୍ଧିବା
ହାର୍ଟ ବିଟ ଦ୍ରୁତ ଗତିରେ ବଢିଯିବା