ଆମେ ଏମିତିରେ ଦେଖିବାକୁ ଗଲେ ଅରଖ ଗଛର ଫୁଲ କୁ ମହାଦେବ ଙ୍କୁ ଅର୍ପଣ କରିଥାଉ l କିନ୍ତୁ ଅରଖପତ୍ର ରେ ରହିଛି ଔଷଧୀୟ ଗୁଣ ଯାହାକୁ କି ମଧୁମେହ ପାଇଁ ବ୍ୟବହାର କରାଯାଇ ଥାଏ l ଆୟୁର୍ବେଦ ରେ ମଧ୍ୟ ଅରଖ ପତ୍ର କୁ ରୋଗର ଉପଚାର ପାଇଁ ବ୍ୟବହାର କରାଯାଇ ଥାଏ l
– ଅରଖ ପତ୍ରରେ ରହିଥିବା ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟି ଇମ୍ଫ୍ଲାମେଟୋରି ଗୁଣ ଅନେକ ରୋଗରୁ ରକ୍ଷା କରିଥାଏ l ଏହି ଗଛର ଉପଯୋଗ କୋଷ୍ଠ କାଠିନ୍ୟ, ଝାଡା, ଗଣ୍ଠି ଯନ୍ତ୍ରଣା, ଦାନ୍ତ ସମ୍ବନ୍ଧୀୟ ସମସ୍ୟା ଓ ଶରୀରରେ ହେଉଥିବା ବିଭିନ୍ନ ଯନ୍ତ୍ରଣା ମଧ୍ୟ ଠିକ ହୋଇଥାଏ l
– ଗବେଷଣା କହୁଛି ଯେ ଅରଖ ପତ୍ର ମଧୁମେହ ରୋଗର ମଧ୍ୟ ଚିକିତ୍ସା ହୋଇଥାଏ l ଅନ୍ୟ ପକ୍ଷରେ ଗବେଷକ ମାନେ ମତ ଦେଇଛନ୍ତି ଯେ ଅରଖ ଗଛ ର ଅର୍କ ଇନ୍ସୁଲିନ ପ୍ରେରିତ ପ୍ରତିରୋଧକ କୁ ଅଟକାଇବାରେ ସାହାଯ୍ୟ କରିଥାଏ l
– ମଧୁମେହ ରୋଗକୁ ଅଟକାଇବାରେ ନିଜ ଭୋଜନ ରେ ଭେଣ୍ଡି, ମେଥି, ଜାମୁକୋଳି, ଦଳିଚିନି, ତୁଳସୀ ଶିଳାଯିତ ଓ ତେଜପତ୍ର କୁ ମଧ୍ୟ ନିଜ ଖାଦ୍ୟରେ ସାମିଲ କରନ୍ତୁ l
– ଅରଖ ଗଛର ଚେର ବା ମୂଳ କୁ କୁଷ୍ଠ ରୋଗ, ଏଗଜିମା, ଅଲସର, ଝାଡ଼ାବାନ୍ତି, କାଶ ପାଇଁ ଖୁବ ଉପଯୋଗୀ ଅଟେ l ଏହାଛଡା ଅରଖ ପତ୍ର ଯେ କୌଣସି ପ୍ରକାରର ଘାକୁ ଠିକ କରିବାରେ ସାହାଯ୍ୟ କରିଥାଏ l
– ମଧୁମେହ ରୋଗୀମାନେ ନିୟମିତ ରାତିରେ ଅରଖ ପତ୍ର କୁ ନିଆଁ ରେ ସେକି ତଳିପା ରେ ଲଗାଇ ନିଅନ୍ତୁ l ଏହାପରେ ତା ଉପରେ ମୋଜା ପିନ୍ଧି ଶୋଇ ପଡନ୍ତୁ l ପରଦିନ ମୋଜାକୁ ଖୋଲନ୍ତୁ l ଏଭଳି ୧ମାସ କରିବା ପରେ ନିଜର ବ୍ଲଡ଼ ସୁଗାର ଚେକ କରନ୍ତୁ l