Odisha news

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର ଘଟଣା ଗଜପତି ମହେନ୍ଦ୍ରଗଡ଼ରୁ ଅଭିଯୁକ୍ତ ଗିରଫ

0

ଵ୍ରହ୍ମପୁର ୨୧/ ୮-  ଜନୈକା ଯୁବତୀଙ୍କୁ ବିବାହର ମିଥ୍ୟା  ପ୍ରତିଶ୍ରୁତି ଦେଇ  ଦୀର୍ଘ ବର୍ଷ ଧରି ବଳାତ୍କାର ପରେ  ପ୍ରତାରଣା ଦେଇଥିବା ନେଇ ବଡବ୍ଜ଼ାର ଥାନାରେ ଗତ ମାସ ୧୪ ରେ ଅଭିଯୋଗ ହୋଇଥିଲା। ଘଟଣା ପରେ ଫେରାର ହୋଇ ଲୁଚି ରହିଥିବା ବଳାତ୍କାରୀଙ୍କୁ ପୋଲିସ ଗଜପତି ଜିଲା ମହେନ୍ଦ୍ରଗଡରୁ କାବୁ କରିଥିଲା। ଅଭିଯୁକ୍ତ ଜଣଙ୍କ ଗାନ୍ଧିନଗର ୭ମ ଲାଇନରେ ରହୁଥିବା ସୋମନାଥ ନାହାକଙ୍କ ପୁଅ ସୁନୀଲ କୁମାର ନାହାକ(୩୬)। ମାମଲା ନମ୍ବର ୧୭୫ /୨୨ ରେ ସୁନିଲଙ୍କୁ  ଗିରଫ କରିବା ସହ ତାଙ୍କର  ଡାକ୍ତରୀ ମଇନା କରାଯାଇଛି। ସନ୍ଧ୍ୟାରେ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। କୋର୍ଟ ନିର୍ଦେଶ ଅନୁସାରେ ବଳାତ୍କାରୀଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେହିପରି ଧାରା ୧୬୪ ଅନୁସାରେ କୋର୍ଟରେ ପିଡ଼ିତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି ବୋଲି ପୋଲିସ ସୂଚନା ଦେଇଛି। ଘଟଣାରୁ ପ୍ରକାଶ ଯେ, ଗତ ଦେଢ଼ ବର୍ଷ ତଳେ  ଜଣେ ଯୁବତୀଙ୍କ ସହ ସୁନୀଲ ପ୍ରେମ କରିଥିଲେ। ପରେ ତାଙ୍କୁ ବିବାହର ମିଥ୍ୟା ପ୍ରତିଶୃତି ଦେଇ ଭୁବନେଶ୍ୱର , ରମ୍ଭା, ଵ୍ରହ୍ମପୁରର ବିଭିନ୍ନ ଲଡ଼ଜିଂ ଓ ପାନ୍ଥ ନିବାସରେ ନେଇ ରଖିଥିଲେ। ଯୁବତୀଙ୍କ ଅନିଚ୍ଛାସତ୍ତ୍ୱେ ସୁନୀଲ ତାଙ୍କ ସହ ବଳପୁର୍ବକ ଶାରୀରିକ ସମ୍ପର୍କ ରଖିଥିଲେ। ଏପରିକି ଉକ୍ତ ଯୁବତୀଙ୍କ ସହ ସୁନୀଲ ଅନେକ ତାହାର ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ। ଇତିମଧ୍ୟରେ ଯୁବତୀ ଜଣଙ୍କ ୪ଥର ଗର୍ଭବତୀ ହୋଇଥିଲେ। ହେଲେ ସୁନୀଲ ଯୁବତୀଙ୍କୁ ବିଭିନ୍ନ ପ୍ରକାର ଭୟ ଦେଖାଇ ତାଙ୍କର ସମସ୍ତ ଗର୍ଭପାତ କରିଥିଲେ। ଶେଷରେ ସୁନୀଲ  ପିଡ଼ିତାଙ୍କୁ ଜଣେ ଦଳିତ ଝିଅ ବୋଲି କଟୁ ମନ୍ତବ୍ୟ ଦେବା ସହ ତାଙ୍କୁ ବିବାହ କରିବାକୁ ସିଧାସଳଖ ମନା କରିଦେଇଥିଲେ। ସେହିପରି  ଏନେଇ ଥାନାରେ ଅଭିଯୋଗ କଲେ ଜୀବନରେ ମାରିଦେବାକୁ ସେ , ପିଡ଼ିତାଙ୍କୁ ଧମକ ମଧ୍ୟ ଦେଇଥିଲେ। ଶେଷରେ ପିଡ଼ିତା ଜଣଙ୍କ ଏନେଇ ଗତ ଜୁଲାଇ ୧୪ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Leave A Reply