ଭଦ୍ରକ, ତା୨୧ା୮ : ଆଜି ସ୍ଥାନୀୟ ଏକ ହୋଟେଲ ସମ୍ମିଳନୀ କକ୍ଷରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁନର୍ବାର ଜିଲ୍ଲା ଯୁବ ବିଜେଡି ସଭାପତି ହୋଇଥିବା ମୁକୁନ୍ଦଦେବ ସାମଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଛାତ୍ର ସଭାପତି ଦୀପ୍ତିସୂର୍ଯ୍ୟ ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟ ପ୍ରିନ୍ସ ରାକେଶ ନାୟକ, ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ତଥାଗତ ସାମଲ,ଯୁଗ୍ମ ସମ୍ପାଦକ ଭାସ୍କର ମହାଳିକ, ନଳିନୀକାନ୍ତ ପଣ୍ଡା, ରାଜ୍ୟ ବିଜୁ ଯୁବ ଜନତା ଦଳର ସମ୍ପାଦକ ବିକାଶ ଶ୍ରେଷ୍ଠା,ଗଣେଶ ନାୟକ, ସୁଶାନ୍ତ ପଣ୍ଡା, ରାଜ୍ୟ ଛାତ୍ର ଉପସଭାପତି ଚିନ୍ମୟ ସାହୁ ପ୍ରମୁଖ ଯୋଗଦେଇ ଜିଲ୍ଲା ମଧ୍ୟରେ ୱାର୍ଡ ଠାରୁ ପଂଚାୟତରେ ଦଳର ସଙ୍ଗଠନକୁ ମଜବୁତ କରିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବାକୁ ଆୟୋଜିତ ସଭାରେ ମତ ପ୍ରକାଶ ପାଇଛି । ଏହି ପ୍ରସ୍ତୁତି ବୈଠକରେ କାଉନସିଲର ଆଶିଷ ଅମିତାଭ ମହାପାତ୍ର, ଭଦ୍ରକ ବ୍ଲକ ଅଧକ୍ଷଙ୍କ ପ୍ରତିନିଧି ପ୍ରିୟବ୍ରତ ନାୟକ ,ଅରବିନ୍ଦ ପାଢ଼ୀ,ସୁଶାନ୍ତ ନାୟକ, ସ୍ୱାଧୀନ ଦାସ, ଦୀପକ ଜେନା, ଦେବପ୍ରସାଦ ପାଢ଼ୀ, ତାପସ ରଂଜନ ନାଏକ, ନିତିଶ କୁମାର ପଣ୍ଡା, ଅମରେସ୍ୱର ମହାପାତ୍ରଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକର ବିଜୁ ଯୁବ ଓ ଛାତ୍ର ସଙ୍ଗଠନର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ