କେନ୍ଦୁଝର -ଯୋଡା ବ୍ଲକ ବିରି କଳା ପଞ୍ଚାୟତ ବିଲେଇପଦାସ୍ଥିତ ଟାଟା ଷ୍ଟିଲ ଲଙ୍ଗ ପ୍ରାଃ ଲିଃର ଖେଳ ପଡିଆରେ ମଙ୍ଗଳବାର ଅପରାହ୍ନରେ ପଞ୍ଚସଖା ଫୁଟବଲ ପ୍ରତିଯୋଗିତା ଉଦ୍ବବୋଧନ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୨୮ନଂ ଜୋନରେ ଅଂଶେଇକଳା,ଦେଓଝର,କଣ୍ଠଦାନ,ଚମକପୁର ଓ ବିରି କଳା ୫ଟିପଞ୍ଚାୟତର ଖେଳାଳୀ ମାନେ ଅଂଶଗ୍ରହଣ କରିଥିଲେ।ଉଦ୍ ଘାଟନୀ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ରୂପେ ଟିଏ ସ ଏଇପିଲ ସିନିୟର୍ ଜିଏମ ମଣୀକାକ୍ତ ନାଏକ ଯୋଗ ଦେଇଥିବା ବେଳେ ବରିଷ୍ଠ ବିଏଚ ଆର କେ,ମନଚନ୍ଦା,୨୮ନଂଜୋନ ଜିଲ୍ଲା ପରିଷଦ ଡମ୍ବରୁଧର କୁଦାଦାଃ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ।ଏଥି ସହିତ ଯୋଡ଼ା ବ୍ଲକ ପ୍ରୋଜେକ୍ଟ କୋଡିନେଟର ଅଜୟ କୁମାର ସାହୁ,ବ୍ଲକ ପ୍ରୋଜେକ୍ଟ ଅଧିକାରୀ ଦିବାକର ମାଝି ଙ୍କ ସମେତ ଟିଏ ସ ଏଲପିଏଲ ଶ୍ରମିକ ସଂଘର ସଭାପତି ବଳବନ୍ତ ବେହେରା ଓ ସମ୍ପାଦକ ଦେବେନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ପ୍ରତିଯୋଗିତା ଖେଳରେ ଭାଗନେଇ ଥିବା ୫ଟି ଦଳର ସମସ୍ତ ଖେଳାଳୀଙ୍କୁ ଜର୍ଶି ପ୍ରଦାନ କରାଯାଇଥିବା ବେଳେ ଖେଳାଳୀଙ୍କ ଦ୍ବାରା ଖେଳ ପ୍ରଦର୍ଶନ କରାଯାଇଥିଲା।ଖେଳ ଆରମ୍ଭ ସମୟରେ ଅତିଥି ମାନଙ୍କୁ ସ୍ଵାଗତ କରିବା ପାଇଁ ସ୍ଥାନୀୟ ଅଂଚଳର ଯୁବତୀ ମାନଙ୍କୁ ନେଇ ଗଠିତ ଏକ ଆଦିବାସୀ ନୃତ୍ୟ ସଂଗଠନ ତରଫରୁ ଚିତ୍ତାକର୍ଷଣ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା।ଟିଏ ସ ଏଲପିଏଲର ସାମାଜିକ ଦାୟିତ୍ଵ ବିଭାଗ ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ ଦୀର୍ଘ ଏକମାସ ଧରି ଏହି ପ୍ରତିଯୋଗିତା ଖେଳଚାଲିବ ବୋଲି ସୂଚନା ମିଳିଛି।