କେନ୍ଦୁଝର : କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହାର କାର୍ଯ୍ୟ କ୍ଷେତ୍ର ପାର୍ଶ୍ଵବର୍ତ୍ତି ଗ୍ରାମୀଣ ଅଞ୍ଚଳରେ ସ୍ବଚ୍ଛ ପରିମଳ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଟାଟାଷ୍ଟିଲ ଲିମିଟେଡ ର ସିଏସଆର ସଂସ୍ଥା ଟାଟାଷ୍ଟିଲ ଫାଉଣ୍ଡେସନ (କିଏସଏଫ) ପକ୍ଷରୁ ଗତ ୪ ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ୨୮୮ଟି ଶୈଚାଳୟ ନିର୍ମାଣ କରାଯାଇଛି। ଖୋଲାମଳ ତ୍ୟାଗକୁ ବନ୍ଦ କରିବା ଓ କଠିନ ବର୍ଜ୍ୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଭାରତ ସରକାରଙ୍କ ସ୍ବଚ୍ଛଭାରତ ଅଭିଯାନ ଅନ୍ତର୍ଗତ ନିଆଯାଇଥିବା ଏହି ପଦକ୍ଷେପ ଦ୍ବାରା ପଳସା (କ)ପଳସା (ଖ) (ଗୁରୁବାର) ଖଣ୍ଡବନ୍ଧ (କେନ୍ଦୁଝର ଜିଲ୍ଲା) ଏବଂ ଗୁଆ(ସୁନ୍ଦରଗଡ଼) ଗ୍ରାମର ପ୍ରାୟ ୧୪୪୦ର ଉର୍ଦ୍ଧ ବାସିନ୍ଦା ଉପକୃତ ହୋଇଛନ୍ତି। ସମସ୍ତଙ୍କୁ ଶୈ।ଚାନ୍ଦ ବ୍ୟବହାର କରିବା ସହିତ ଖୋଲାରେ ଅଳିଆ ଆବର୍ଜ୍ଜନା ପକାଇବାରୁ ନିବୃତ କରାଇବା ହେଉଛି ଟିଏ ସ ଏଫର ଏହି ପଦକ୍ଷେପର ମୂଖ୍ୟ ଉଦେଶ୍ୟ। ପଳସା(ଖ) ଗ୍ରାମର ହୀତାଧିକାରୀ ଲିପିକା ମୁଣ୍ଡା କହିଛନ୍ତି ଟିଏସ ଏଫର ଏହି ପଦକ୍ଷେପ ବ୍ୟକ୍ତିଗତ ଘରୋଇ ଶୈ।ଚାଳୟନିର୍ମାଣ ମାଧ୍ୟମରେ ପରିଷ୍କାର ପରିଚ୍ଛନ୍ନତା ଓସ୍ବଛତାର ପ୍ରସାର ଦ୍ବାରା ଆମର ଗ୍ରାମୀଣ ଅଞ୍ଚଳରେ ସାଧାରଣ ଲୋକଙ୍କ ଜୀବନ ଧାରଣ ମାନରେ ବହୁ ପରିମାଣ ରେ ଉନ୍ନତି ଆଣିପାରିଛି। ଏହା ସହିତ ଖଣି ପ୍ରଭାବିତ ଅଞ୍ଚଳରେ ସୁସ୍ଥ ଜୀବନ ଯାପନ ଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଟିଏ ଏଫ ପକ୍ଷରୁ ପରସା ଖ, ଗଣୁଆ ଓ ଖଣ୍ଡବନ୍ଧ ଗ୍ରାମରେ ଜଳସୁବିଧା ବିଶିଷ୍ଟ ଶୈ।ଚାଳୟ ଓ ଗାଧୁଆ ଘର ନିର୍ମାଣ କରାଯାଇଛି