Odisha news

ଡେଲାଙ୍ଗ ବ୍ଲକରେ ୩୫ଟି ଗ୍ରାମ ଏବେ ଜଳବନ୍ଦୀ

0

ଡେଲାଙ୍ଗ-ଲଘୁଚାପ ଜନିତ ଲଗାଣ ବର୍ଷାରେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଯୋଗୁଁ ଦୟା ଓ ଭାର୍ଗବୀ ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହ କରୁଛି । ଦୟା ନଦୀର କଣ୍ଟି ଓ ଭାରତୀପୁର କାଜ ପାଣିରେ ଡେଲାଙ୍ଗ ବ୍ଲକର ୧୦ଟି ପଂଚାୟତର ୩୫ଟି ଗ୍ରାମ ଉପରେ ଏବେ ସୁଧା ଜଳ ବନ୍ଦୀରେ ପ୍ରଭାବିତ ରହିଥିବା ବିଡିଓ ଦିଲ୍ଲିପ କୁମାର ଷଡଙ୍ଗି ସୁଚନା ଦେଇଛନ୍ତି । ସେହୀଗ୍ରାମଗୁଡିକ ହେଲା ସିଂହବ୍ରହ୍ମପୁର ମଳିଗାଁ,ସିଂହବ୍ରହ୍ମପୁର ପୁର୍ବବାଡ,ପଶ୍ଚିମବାଡ,ସୁଜନପୁର ପଟଣପୁର,ରତନପୁର,ଗୈାରାଦେଇପୁର,ସୁଜନପୁର,ମୁନିଦା,ଶଂଖପାଟ,ଡାକପଡା,ଅଳଉତାବେଲପଡା, ,ହରିରାଜପୁର ଗୋଲାପଡା,ଗଡମୋଟରୀ ଗଣ୍ଡପଡା,ଆଙ୍କୋଇ,ଡେଲାଙ୍ଗ କୋଠବାଡ ଅମାଳଙ୍ଗ,ଆଙ୍କୁଲା,ଡେଲାଙ୍ଗ କୋଠବାଡ,ରାମଚନ୍ଦ୍ରପୁର,ଚାଇଁପୁର ଷଡାଙ୍ଗୋଇ ଦକ୍ଷୀଣବାଡ,ପଶ୍ଚିମବାଡ,ଚାଇଁପୁର,ସଡଙ୍ଗୋଇ ଉତରବାଡ, ଅରିସଲ ନାରପୁର,ଜୟପୁର,ସିଙ୍ଗାରକେରୀ,ଖଣ୍ଡିମଙ୍ଗଳପୁର,ବଙ୍କିଲୋ,ଅରିସଲ, ରଇଁସଲ,ଖଣ୍ଡିଗାଁ,ଓଡାଲଙ୍ଗ,ଘନିପୁର ଜୋରକଣି,ତିଗିରିଆ,ରେଙ୍ଗଳ ମାଣିତ୍ରି ଗ୍ରାମ ସବୁ ପାଣିଘେରରେ ରହିଥିବା ଜଣାପଡିଛି । ଆହୁରୀ ଏହି ସଂଖ୍ୟା ବଢିବା ସହିତ ଅନେକ ଗ୍ରାମ ଜଳମଗ୍ନ ହେବ ବୋଲି ସୁଚନା ମିଳିଛି । ବ୍ଲକ ପ୍ରଶାସନ ପକ୍ଷରୁ ଟିମ ଗଠନ କରାଯାଇଛି । ପ୍ରତ୍ୟକ ପଂଚାୟତରେ ଲୋକମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝିବା ସହିତ ଯେପରୀ କୈାଣସି ଅସୁବିଧା ନହେବ ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି । ଡେଲାଙ୍ଗ ବ୍ଲକରେ ୩ଟି ଓଡ୍ରାଫ ଟିମ ,ରିଲିଫ କମିଶନରଙ୍କ ୩ଟି ବୋଟ ମହଜୁଦ ରହିଥିବା ବେଳେ ମୁନିଦା,ସିଂହବ୍ରହ୍ମପୁର ମଳିଗାଁ,ଦୟା ନଦୀର ତିଗିରିଆ ଠାରେ ବୋଟ ଯୋଗାଇ ଦିଆଯାଇଛି ।ସେହୀପରୀ ସୁଜନପୁର,କାଳୁପଡା,ଚାଇଁପୁର ପାଇଁ ଓଡ୍ରାଫ୍ ଟିମ ମହଜୁଦ ରହିଥିବା ସୁଚନା ମିଳିଛି ।ପାଣିଘେରରେ ରହିଥିବା କେତେକ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । ଚୁଡା ୧୫୫କୁଇଣ୍ଟାଲ ୧୫ କୁଇଣ୍ଟାଲ ଗୁଡ ଜଳମଗ୍ନ ଗ୍ରାମକୁ ପଠାଯାଇଥିବା ବ୍ଲକ ପକ୍ଷରୁ ସୁଚନା ମିଳିଛି ।ଏବେ ସୁଧା ଡେଲାଙ୍ଗ ବ୍ଲକରେ ଜିରୋ କାଜୁଆଲଟି ରହିଥିବା ବିଡିଓ ଶ୍ରୀଷଡଙ୍ଗି ସୁଚନା ଦେଇଛନ୍ତି । ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ,ଉପାଧ୍ୟକ୍ଷ ଦୁର୍ବାଶା ନିସଙ୍କ ,ସରପଂଚ ,ଜିଲ୍ଲାପରିଷଦ ଓ ନିର୍ବାଚିତ ପ୍ରତିନିଧିମାନେ ଜଳମଗ୍ନ ଗ୍ରାମରେ ପହଂଚି ସୁରକ୍ଷିତ ସ୍ଥାନକୁ ଆସିବା ପାଇଁ ପରାମର୍ଶ ଦେବା ସହିତ ଲୋକମାନଙ୍କୁ ଭୟଭିତ ନହେବା ପାଇଁ କହିଛନ୍ତି ।

Leave A Reply