ରାତିରେ ବାରମ୍ବାର ପରିସ୍ରା ଲାଗିବା ଦ୍ଵାରା ଆମର ନିଦ ପ୍ରଭାବିତ ହେବା ସହ ଚିଡି ଚିଡ଼ା ମଧ୍ୟ ଲାଗି ଥାଏ । ଏହା ଆମର ଟେଂଶନ ସହିତ ଅଧିକାଂଶ ରୋଗର କାରଣ ହୋଇଥାଏ । ଏହା ବିଶେଷ ଭାବରେ ୫୦ ବର୍ଷ କିମ୍ବା ତା ଠାରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ନିକଟରେ ଦେଖିବାକୁ ମିଳିଥାଏ । ବାରମ୍ବାର ପରିସ୍ରା ଲାଗିବାକୁ ନୋକ୍ତୁରିଆ ନାମକ ରୋଗର ଲକ୍ଷଣ ବୋଲି କୁହାଯାଏ ।
ଆମେରିକା ର ନେସନାଲ ହେଲ୍ଥ ସର୍ଭିସ୍ ର ତଥ୍ୟ ଅନୁସାରେ ବାରମ୍ବାର ପରିସ୍ରା ଲାଗିବା ମୂତ୍ର ମାର୍ଗରେ ଟ୍ୟୁମର ର ଲକ୍ଷଣ ହୋଇପାରେ । ମିଳିଥିବା ତଥ୍ୟ ଅନୁସାରେ ନୋକ୍ଚରିଆ ପ୍ରୋଟେଷ୍ଟ କ୍ୟାନ୍ସର ର ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ରଡିଏସନ୍ ର ପ୍ରଭାକର କାରଣ ବୋଲି କୁହାଯାଏ ।
ହୋଇପାରେ ଏହିସବୁ ରୋଗର କାରଣ :-
* ହାର୍ଟ ଓ କିଡନୀ ସମସ୍ୟା –
ରାତିରେ କିଡନୀ ରେ ଖୁବ୍ ଅଧିକ ଲିକୁଇଡ୍ ଜମା ହୋଇ ଯାଇଥାଏ । ଏହି କାରଣରୁ ବାରମ୍ବାର ପରିସ୍ରା ଲାଗିଥାଏ ।
* ମଧୁମେହ ର ଲକ୍ଷଣ –
ରାତିରେ ବାରମ୍ବାର ପରିସ୍ରା ଲାଗିବା ହୋଇପାରେ ମଧୁମେହ ର ଗୋଟିଏ ବଡ଼ ଲକ୍ଷଣ ।
* ଗର୍ଭ ଧାରଣ –
ଗର୍ଭ ଧାରଣ କରିଥିବା ସମୟରେ ମଧ୍ୟ ବାରମ୍ବାର ପରିସ୍ରା ଲାଗିଥାଏ । କାରଣ ଏହି ସମୟରେ ୟୁଟ୍ରସ୍ ବଡ ହେବାକୁ ଲାଗିଥାଏ । ଯେଉଁ କାରଣରୁ ବ୍ଲାଡର୍ ଉପରେ ପ୍ରେସର୍ ପଡ଼େ ଓ ପରିସ୍ରା ଲାଗିଥାଏ ।
* ଉଚ୍ଚ ରକ୍ତଚାପ –
ଉଚ୍ଚ ରକ୍ତଚାପ ର ଔଷଧ ଗୁଡ଼ିକ କିଡନୀ ଉପରେ ଅଧିକ ଲିକୁଇଡ୍ ପକାଇବାର ପ୍ରକ୍ରିୟା ଆରମ୍ଭ କରିଥାଏ । ଯେଉଁ କାରଣରୁ ବାରମ୍ବାର ପରିସ୍ରା ଲାଗିଥାଏ ।
ନିଜକୁ କିପରି ଏଥିରୁ ଦୂରେଇ ରଖିବେ –
– ଖାସ୍ କରି ଶୋଇବା ପୁର୍ବରୁ ମାଦକ ପାନୀୟ ଓ କାଫୀନ କମ୍ ନେବା କିମ୍ବା ସେଥିରୁ ଦୂରେଇ ରଖିବା ।
– ପେଟକୁ ସୁସ୍ଥ ରଖିବା ପାଇଁ ନିଜ ଖାଦ୍ୟରେ ଫାଇବର ର ମାତ୍ରା ବଢ଼ାଇବା ।
– ଅଧିକ ମସଲା ଯୁକ୍ତ ଖାଦ୍ୟ ଠାରୁ ରାତିରେ ଦୂରେଇ ରହିବା ।
– ମାସଲ୍ସ ଓ ବ୍ଲାଡର୍ କୁ ଠିକ୍ ରଖୁଥିବା ବ୍ୟାୟାମ କରିବା ।