Odisha news

ଆଜି ହେଉଛି ସିଂହ ସଂକ୍ରାନ୍ତି : ସୂର୍ଯ୍ୟଦେବ ଙ୍କୁ ଏଭଳି କରନ୍ତୁ ପୂଜା, ମିଳିବ ଐଶ୍ୱର୍ଯ୍ୟ ଓ ସୁଖ ସମୃଦ୍ଧି ପ୍ରାପ୍ତି

0

ଚଳିତ ବର୍ଷ ଅଗଷ୍ଟ ୧୭ ତାରିଖ ବୁଧବାର ଦିନ ସିଂହ ସଂକ୍ରାନ୍ତି ଅଟେ l ସୂର୍ଯ୍ୟ ଯେଉଁ ରାଶିରେ ପ୍ରବେଶ କରିଥାଆନ୍ତି, ସେହି ରାଶିରେ ସଂକ୍ରାନ୍ତି ହୋଇଥାଏ l ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ୧୨ ମାସରେ ୧୨ ଟି ସଂକ୍ରାନ୍ତି ରାଶି ଅନୁସାରେ ପଡିଥାଏ l ସୂର୍ଯ୍ୟଦେବ ପ୍ରତି ମାସରେ ନିଜର ସ୍ଥାନ ପରିବର୍ତ୍ତନ କରନ୍ତି l ତେଣୁ ଚଳିତ ମାସରେ ସୂର୍ଯ୍ୟଦେବ ସିଂହ ରାଶିରେ ପ୍ରବେଶ କରୁ ଥିବାରୁ ସିଂହ ସଂକ୍ରାନ୍ତି ପଡୁଛି l

ସିଂହ ସଂକ୍ରାନ୍ତି ରେ ସୂର୍ଯ୍ୟଦେବ, ଶ୍ରୀହରି ବିଷ୍ଣୁ ଓ ନୃସିଂହ ମହାପ୍ରଭୁ ଙ୍କୁ ପୂଜା କରାଯିବ ଖୁବ ଶୁଭ ଅଟେ l ହିନ୍ଦୁ ଧର୍ମରେ ସୂର୍ଯ୍ୟଦେବ ଙ୍କୁ ସାକ୍ଷାତ ଈଶ୍ୱର ଭାବରେ ଗ୍ରହଣ କରାଯାଏ l ଏହିଦିନ ସୂର୍ଯ୍ୟ କର୍କଟ ରାଶିରୁ ଯାଇ ସିଂହ ରାଶିରେ ପ୍ରବେଶ କରି ଥାଆନ୍ତି l ସିଂହ ସଂକ୍ରାନ୍ତିରେ ସ୍ନାନ-ଦାନ ଓ ସୂର୍ଯ୍ୟ ପୂଜନ ର ବିଶେଷ ମହତ୍ୱ ରହିଛି , ଯାହାଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇଥାଏ l

* ସିଂହ ସଂକ୍ରାନ୍ତିରେ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ ସାରି ସୂର୍ଯ୍ୟଦେବ ଙ୍କୁ ଦୁଗ୍ଧରେ ଅର୍ଘ୍ୟଦେବା ଦେବା ଦ୍ୱାରା ଯଶ ପ୍ରାପ୍ତି ହୋଇଥାଏ l

* ଏହିଦିନ ନାଲି ରଙ୍ଗର ବସ୍ତ୍ର ଧାରଣ କରି ସୂର୍ଯ୍ୟଦେବ ଙ୍କୁ ପୂଜା କରିବା ଉଚିତ ଯାହାଦ୍ୱାରା ଜୀବନର ସମସ୍ତ ଦୁଃଖ ଦୁର୍ଦଶା ଦୂର ହୋଇଥାଏ l

* ଆଜିର ପବିତ୍ର ଦିନରେ ତମ୍ବା ଗଡୁ ରେ ଜଳ ଭରି ସେଥିରେ ନାଲି ଫୁଲ, ରକ୍ତ ଚନ୍ଦନ, ସିନ୍ଦୁର ଓ ଗହମ ର କିଛି ଦାନା ମିଶାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ , ଏହି ଅର୍ଘ୍ୟଦେବା ସମୟରେ ଓଂ ଆଦିତ୍ୟାୟ ନମଃ ମନ୍ତ୍ର ଉଚ୍ଚାରଣ କରନ୍ତୁ l ଏହା କରିବା ଦ୍ୱାରା ପରିବାରର ମଙ୍ଗଳ ହେବା ସହିତ ଜୀବନରେ ସଫଳତା ଲାଭ ହୋଇଥାଏ ଓ ଶରୀରର ସମସ୍ତ କଷ୍ଟ ଦୂର ହୋଇଥାଏ l

* ଆଜିର ଦିନରେ ସୂର୍ଯ୍ୟଦେବ ଙ୍କ ପୂଜା କରିବା ଦ୍ୱାରା ନବଗ୍ରହ ଙ୍କ କୃପା ଲାଭ ହୋଇଥାଏ ଓ ଜୀବନ ସୁଖମୟ ହୋଇଥାଏ l

* ଏହିଦିନ ସୂର୍ଯ୍ୟଦେବ ଙ୍କ ପୂଜା କରିବା ପରେ ଭଗବାନ ବିଷ୍ନୁ ଓ ନୃସିଂହ ଠାକୁରଙ୍କୁ ପୂଜା କରିବା ଜରୁରୀ ଅଟେ l ଏହି ପୂଜାରେ ବିଷ୍ନୁ ଏବଂ ନୃସିଂହ ଠାକୁରଙ୍କୁ ତୁଳସୀ ଅର୍ପଣ କରିବାକୁ ଭୁଲିବେ ନାହିଁ l ଏପରି କରିବା ଦ୍ୱାରା ଜୀବନରେ ସୁଖଶାନ୍ତି, ସଫଳତା ପ୍ରାପ୍ତି ହୋଇଥାଏ l ଆହୁରି ମଧ୍ୟ ଆଜିର ଦିନରେ ଯଦି ଆପଣ ଗାଈ ଘିଅ ସେବନ କରିବେ ତେବେ ବିଶେଷ ଭାବରେ ଶାରୀରିକ ଓ ମାନସିକ ବିକାଶ ହୋଇଥାଏ l

Leave A Reply