Odisha news

ମୁଖ୍ୟମନ୍ତ୍ରୀଙ୍କୁ ହାତ ତିଆରି ଜାତୀୟ ପତାକା ପ୍ରଦାନ କଲେ ମିଶନ ଶକ୍ତିର ମା ମାନେ

0
ଭୁବନେଶ୍ୱର 14/8/22 :  ସ୍ୱାଧୀନତାର ପଚସ୍ତରୀ   ବର୍ଷ ପାଳନ  ଅବ୍ୟବହିତ   ପୂର୍ବରୁ ଆଜି  ରାଜ୍ୟ ର ବିଭିନ୍ନ ଅଂଚଳର  ମିଶନ  ଶକ୍ତି ର ମା ମାନେ ନବୀନ ନିବାସ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ  ପଟନାୟକ ଙ୍କୁ ଭେଟି  ସେମାନଙ୍କ ହାତ ତିଆରି ଜାତୀୟ ପତାକା  ପ୍ରଦାନ କରିଥିଲେ l ମୁଖ୍ୟମନ୍ତ୍ରୀ  ଶ୍ରୀ ପଟନାୟକ ପତାକା ଗ୍ରହଣ କରି  ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ
ଜାତୀୟ ପତଳା ତିଆରି ପରି  ଏକ ମହାନ  ଦାୟିତ୍ୱ ମିଶନ  ଶକ୍ତି  ମା ମାନଙ୍କୁ  ଦେଇଥିବାରୁ   ଏହା ସେମାନଙ୍କ ପାଇଁ ଗର୍ବ ର କଥା  ବୋଲି କହିବା  ସହ  ଏହିପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇ ଥିଲେ
ସୂଚନା ଯୋଗ୍ୟ ଯେ  ସ୍ୱାଧୀନତା ର ପଚସ୍ତରୀ  ବର୍ଷ  ଉପଲକ୍ଷେ ତିରିଶ ଲକ୍ଷ  ତ୍ରିରଙ୍ଗା ପ୍ରସ୍ତୁତି ଓ ମାଗଣାରେ ବଣ୍ଟନ  ଦାୟିତ୍ୱ ରାଜ୍ୟ ସରକାର  ମିଶନ  ଶକ୍ତି  ଗୋଷ୍ଠୀ କୁ ଅର୍ପଣ କରିଛନ୍ତି
Leave A Reply