Odisha news

ଚୀନ – ତାଇୱାନର ସ୍ଥିତିକୁ ନେଇ ଦୀର୍ଘଦିନର ନୀରବତା ପରେ ପାଟି ଖୋଲିଲା ଭାରତ

0

ନୂଆଦିଲ୍ଲୀ : ଚୀନ – ତାଇୱାନ ମଧ୍ୟରେ ଦେଖାଦେଇ ଥିବା ଅସନ୍ତୋଷ କୁ ନେଇ ଭାରତର ପ୍ରତିକ୍ରିୟା ପ୍ରଥମ ଥର ପାଇଁ ସାମ୍ନା କୁ ଆସିଛି l ଭାରତ ପକ୍ଷରୁ ଉତେଜନା କମ୍ କରି କ୍ଷେତ୍ରରେ ଶାନ୍ତି ସ୍ଥିରତା ରଖିବା ପାଇଁ ପ୍ରୟାସ କରିବାକୁ କହିଛି l ତାଇୱାନର ବର୍ତମାନର ସ୍ଥିତିକୁ ନେଇ ବିଦେଶ ମନ୍ତ୍ରଣାଳୟ ର ପ୍ରବକ୍ତା ଅରିନ୍ଦମ ବାଗଚି କହିଛନ୍ତି ଯେ ଅନ୍ୟ ଦେଶ ଭଳି ଭାରତ ମଧ୍ୟ ଏହି ଘଟଣା କୁ ନେଇ ଚିନ୍ତିତ ରହିଛି l ଆମେ ସଂଯମ ରଖିବା, ସ୍ଟାଟସ କୁ ବଦଳାଇବା ପାଇଁ ଏକତରଫା କାର୍ଯ୍ୟରୁ ଦୂରେଇ ରହିବା ଉଚିତ, ଚିନ୍ତା କମ କରିବା ଓ ନିଜ ନିଜ ଅଞ୍ଚଳ ରେ ଶାନ୍ତି ଓ ସ୍ଥିରତା ରଖିବା ଉଚିତ ବୋଲି ଭାରତ ଅନୁରୋଧ କରୁଛି l

ଆମେରିକାରର ସ୍ପିକର ନେନ୍ସି ପେଲୋସି ଙ୍କ ତାଇୱାନ ଗସ୍ତପରେ ଚୀନ ଏହି ଅଂଚଳରେ ନିଜର ସୈନ୍ୟ ଅଭ୍ୟାସ କୁ ଦ୍ରୁତ ଗତିରେ ବଢ଼ାଇ ଦେଇଛି l ଭାରତର ବିଦେଶ ମନ୍ତ୍ରଣାଳୟ କହିଛନ୍ତି ଉଭୟ ପକ୍ଷ କୁ ଯଥା ସ୍ଥିତିକୁ ବଦଳାଇବା ପାଇଁ ଏକତରଫା କାର୍ଯ୍ୟାନୁଷ୍ଠାନ ରୁ ରକ୍ଷା ପାଇବା ଆବଶ୍ୟକ l ଅରିନ୍ଦମ ବାଗଚି ଆଗକୁ କହିଛନ୍ତି ଯେ ଏହାଦ୍ୱାରା ଭାରତର ପ୍ରାସଙ୍ଗିକ ନୀତି ର ପ୍ରସିଦ୍ଧି କୁ ଦୋହରାଇବା ଆବଶ୍ୟକ ନାହିଁ l

ନେନ୍ସି ପେଲୋସି ଙ୍କର ତାଇୱାନ ଗସ୍ତକୁ ଚୀନ ବିରୋଧ କରିଥିଲା ଓ ଆମେରିକାକୁ ଧମକ ଦେଇଥିଲା l ଏହାପରେ ତାଇୱାନ ର ଚତୁର୍ପାର୍ଶ୍ୱରେ ଯୁଦ୍ଧ ଜାହାଜ ଓ ଫାଇଟର ଜେଟ ମୁତୟନ କରିଥିଲା ଚୀନ l ଏହାକୁ ଚୀନ ନିଜର ଯୁଦ୍ଧ ଅଭ୍ୟାସ ବୋଲି ପ୍ରତିକ୍ରିୟା ରଖିଥିଲା l ଏହାଛଡା ତାଇୱାନ ଚୀନ ର କାର୍ଯ୍ୟକୁ ବିରୋଧ କରିଥିଲା l ଏହି ମାମଲାକୁ ନେଇ ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ ମଧ୍ୟ ଚୀନ ଦ୍ୱାରା କରାଯାଇ ଥିବା ବେଲିସ୍ଟିକ ମିସାଇଲ କୁ ପ୍ରକ୍ଷେପଣ ର ନିନ୍ଦା କରିଛି l

Leave A Reply