Odisha news

ଷ୍ଟ୍ରେସ ରହିବା ଦ୍ୱାରା ଶରୀରରେ ଦେଖା ଦେଇଥାଏ ଏହିସବୁ ଲକ୍ଷଣ, ଜାଣନ୍ତୁ ଚିନ୍ତାମୁକ୍ତ ରହିବାର ଉପାୟ

0

ଆଜିକାଲିର ଦୈନନ୍ଦିନ ଜୀବନ ରେ ଷ୍ଟ୍ରେସ ହେଉଛି ଗୋଟିଏ ବଡ ସମସ୍ୟା l ଏହି ସମସ୍ୟା ଧନୀ ରୁ ଧନୀ ଶ୍ରେଣୀର ବ୍ୟକ୍ତି ଓ ଗରିବରୁ ଗରିବ ଶ୍ରେଣୀରେ ଦେଖା ଯାଇଥାଏ l କେତେବେଳେ ଆମେ ନିଜର ଗୋଟିଏ ଇଛାକୁ ପୁରଣ କରିବାକୁ ଯାଇ ଓ ଅନେକ ସମସ୍ୟା ର ସମୁଖୀନ ହୋଇଥାଉ l ଯାହାକୁ ନେଇ ଆମେ ଚିନ୍ତାଗ୍ରସ୍ତ ହୋଇ ଯାଇଥାଉ l

ବର୍ତମାନ ଲୋକମାନଙ୍କର ସହନଶୀଳତା ଗୁଣ ସରିସରି ଯାଉଛି l ସମସ୍ତେ ପ୍ରାୟ ନିଜର ଚିନ୍ତାକୁ ନେଇ ଉତକ୍ଷିପ୍ତ ହୋଇ ଛୋଟ ଛୋଟ କଥାରେ ପ୍ରତିକ୍ରିୟା ଦେଖାଉଛନ୍ତି l ଏପରି ସ୍ଥିତି ସେତିକିବେଳେ ଦେଖା ଦେଇଥାଏ ଯେତେବେଳେ କୌଣସି ବ୍ୟକ୍ତି ଦୀର୍ଘ ସମୟ ଧରି ଗଭୀର ଭାବରେ ଚିନ୍ତାରେ ରହିଥାଏ l

ମାନସିକ ଚାପର ମୁଖ୍ୟ କାରଣ –
– କୌଣସି କାମରେ ଧ୍ୟାନ ନରହିବା
– ମୁଣ୍ଡରେ ଗଭୀର ଯନ୍ତ୍ରଣା
– ଅଣ୍ଟାରେ ଯନ୍ତ୍ରଣା
– ସ୍ମରଣଶକ୍ତି ପ୍ରଭାବିତ ହେବା
– ପେଟ ଠିକ ଭାବରେ ସଫା ନହେବା
– ସେକ୍ସ ଇଛା କମିଯିବା

ଚିନ୍ତାକୁ ଦୂରେଇବାର ଉପାୟ –
– ସର୍ବ ପ୍ରଥମେ ଚିନ୍ତାକୁ ଜାଣିବାର କାରଣ କଣ ତାହାକୁ ଜାଣନ୍ତୁ
– ନିଜ କାମରୁ କିଛିଦିନ ର ଛୁଟି ନିଅନ୍ତୁ
– ନିଜ ପାଇଁ ସମୟ ଦିଅନ୍ତୁ
– କେଉଁଥିରେ ଖୁସି ରହିବେ ତାହା ଚିନ୍ତା କରନ୍ତୁ
– କୌଣସି ଗୋଟିଏ ସ୍ଥାନକୁ ବୁଲି ଯାଆନ୍ତୁ
– ଫାଷ୍ଟ ଫୁଡ କମ ଖାଆନ୍ତୁ ଓ ସବୁଜ ପନିପରିବା ଅଧିକ ସେବନ କରନ୍ତୁ

ମାନସିକ ଚାପର ଚିକିତ୍ସା –
– ଯଦି ମାନସିକ ଚାପ ଅଧିକ ବଢି ଯାଉଛି ତେବେ ଭଲ ମନୋବିଜ୍ଞାନୀ ଙ୍କୁ ସାକ୍ଷାତ କରନ୍ତୁ l କାହିଁକି ନା ଚିନ୍ତାର କାରଣ ଅଧିକାଂଶ ସମୟ ଶରୀରରେ ହାପି ହର୍ମୋନସ ସିକ୍ରେସନ ଅଭାବ କାରଣରୁ ହୋଇଥାଏ l

– ଏହାଛଡା ମାନସିକ ଚାପ କମାଇବା ପାଇଁ ଗୀତ ଶୁଣିବା, ନାଚିବା କିମ୍ବା ପେଣ୍ଟିଙ୍ଗ କରିବା ଅଭ୍ୟାସ କରନ୍ତୁ l ଗାର୍ଡେନିଂ ହେଉଛି ମାନସିକ ଚାପ ହ୍ରାସ କରିବାର ଗୋଟିଏ ଭଲ ଉପାୟ l

Leave A Reply