ନିଜ ଦିନଚର୍ଯ୍ୟା ରେ ଆମେ ଅନେକ କାମ କରିଥାଉ l ଯେଉଁ କାରଣରୁ ଜୀବନ ରେ ଖୁସି ଆସିଥାଏ ଓ ଚାଲି ମଧ୍ୟ ଯାଇଥାଏ l ଅଜାଣତରେ ଆମେ ଏଭଳି କିଛି କାର୍ଯ୍ୟକୁ କରିଦେଇ ଥାଉ ଯାହାକି ଆମକୁ ନକରିବା ଉଚିତ l ଆଜିର ଜ୍ୟୋତିଷ ଶାସ୍ତ୍ରରେ ସେହିଭଳି କିଛି ନିୟମ ବିଷୟରେ କୁହାଯାଇଛି, ଯାହାକୁ ଆମେ ନକରିବା ଉଚିତ l ଏଭଳି କିଛି ଜିନିଷ ରହିଛି ଯାହାକୁ ଆମେ ଅନ୍ୟକୁ ଦେବା ସମୟରେ ସିଧାସଳଖ କିମ୍ବା ଅନ୍ୟ ନିକଟରୁ ଆଣିବା ସମୟରେ ହାତରେ ଦେବା ଉଚିତ ନୁହେଁ l
* ଲୁଣ –
ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିକୁ ଲୁଣ କଦାପି ତା ହାତରେ ଦେବା ଉଚିତ ନୁହେଁ l ଏହାଦ୍ୱାରା ଘରୁ ଲକ୍ଷ୍ମୀଙ୍କ କୃପା ଚାଲିଯାଇ ଥାଏ l ଲୁଣକୁ ସର୍ବଦା ଗୋଟିଏ ପାତ୍ରରେ ଦେବା ଉଚିତ l ଯାହାଦ୍ୱାରା କଳହ ଠାରୁ ଦୂରେଇ ରହିବେ l
* ପାଣି –
ଯଦି ଆପଣଙ୍କୁ ପାଣି ମାଗୁଛି ତେବେ ପାଣି ଗ୍ଲାସ ତା ହାତରେ ଦିଅନ୍ତୁ ନାହିଁ l ପାଣି ଗ୍ଲାସ କୁ କୌଣସି ଟେବୁଲ୍ ଉପରେ ରଖି ଦିଅନ୍ତୁ କିମ୍ବା ଟ୍ରେ ରେ ଦିଅନ୍ତୁ l ହାତକୁ ପାଣି ଦେବା ଦ୍ୱାରା ଧନ ସମସ୍ୟା ଦେଖା ଦେଇଥାଏ l
* ଲଙ୍କା –
ଲଙ୍କା କୌଣସି ବ୍ୟକ୍ତିର ହାତକୁ ଦେବା ଉଚିତ ନୁହେଁ l ଲଙ୍କା ଦେବାପାଇଁ ସର୍ବଦା ପ୍ଲେଟ କିମ୍ବା ଅନ୍ୟ କୌଣସି ପାତ୍ର କୁ ବ୍ୟବହାର କରନ୍ତୁ l ହାତରେ ଲଙ୍କା ଦେବା ଦ୍ୱାରା କଳହ ଦେଖା ଦେଇଥାଏ l
* ରୁମାଲ୍ –
ନିଜର ରୁମାଲ କଦାପି କାହାକୁ ଦେବା ଉଚିତ ନୁହେଁ l ଯଦି ବି କେହି ଆପଣଙ୍କୁ ରୁମାଲ ମାଗୁଛି ଆପଣ ତା ହାତକୁ ଦେଉଛନ୍ତି ତେବେ ହାତକୁ ନଦେବା ଉଚିତ l ଏହାଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି l
* ରୁଟି –
ରୁଟି ପରଷିବା ସମୟରେ ସର୍ବଦା ଏହିକଥା ଧ୍ୟାନ ରଖିବେ ଯେ ରୁଟି କାହାରି ହାତକୁ ଦେବେ ନାହିଁ l ସର୍ବଦା କୌଣସି ପାତ୍ର ରେ ରୁଟି ଦେବା ଉଚିତ l ନଚେତ ଲକ୍ଷ୍ମୀଙ୍କ କୃପାରୁ ଦୁରେଇ ରହିବେ l