ବାରିପଦା : ଜିଲ୍ଲା ଉଚ୍ଚ ପ୍ରାଥମିକ ଶିକ୍ଷକ ସମନ୍ୱୟ ସମିତିର କୋର କମିଟିର ବୈଠକ ଜିଲ୍ଲା ଶିକ୍ଷକ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟତ ବିଭିନ୍ନ ବର୍ଗର ଶିକ୍ଷା ସହୟକ ଓ ଏମଏଲଇ ଶିକ୍ଷା ସହାୟକଙ୍କ ନିୟମିତ ବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଉପ-ଶିକ୍ଷା ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଥିଲା । ପଦନ୍ନତି ଓ ନୀୟମିତର ବିଳମ୍ବ ପାଇଁ ସଂଘର କର୍ମକର୍ତ୍ତାମାନେ ଉଦ୍ବେଗ ପ୍ରକାଶ କରିବା ସହ ପଦନ୍ନତି ଓ ନୀୟମିତର ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଆଲୋଚନା କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ ବିଳମ୍ବ ପାଇଁ ସମସ୍ତ ଦିଗକୁ ବି·ରକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଆସନ୍ତା ୧୫ ଦିନ ମଧ୍ୟରେ ପଦନ୍ନତି ଓ ନୀୟମିତ କରାଇଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଯଦି ଶିକ୍ଷା ଅଧିକାରୀ ଆସନ୍ତା ୧୫ ଦିନ ମଧ୍ୟରେ ଏହି କାମ ଗୁଡିକୁ ନସାରନ୍ତି ତା ହେଲେ ଆସନ୍ତା ୨୭ତାରିଖ ଶନିବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଘ ପକ୍ଷରୁ ଧାରଣା ଦିଆଯିବାର ସ୍ଥିର କରାଯାଇ ସଭାସାଙ୍ଗ କରାଗଲା । ଆଜିର ବୈଠକରେ ଜିଲ୍ଲା ସମନ୍ୱୟ ସମିତିର ଅଧ୍ୟକ୍ଷ ପୂର୍ଣ୍ଣାନନ୍ଦ ଆ·ର୍ଯ୍ୟ, ସଂଯୋଜକ ହରେକୃଷ୍ଣ ବାରିକ, ଶିକ୍ଷା ସହାୟକ ସଂଘର ସଭାପତି ରାକେଶ ପ୍ରଧାନ, ସମ୍ପାଦକ ବେଣୁ ଗୋପାଲ ମହାନ୍ତ, ଏକ୍ସକେଡର ସଂଘର ସଭାପତି ଛବିରାଣି ବାରିକ, ସମ୍ପାଦକ ଶ୍ରୀ ଲେଙ୍କା, ଏମଏଲଇ ଶିକ୍ଷକ ସଂଘର ସଭାପତି ରବିନ୍ଦ୍ର ସୋରେନ, ମିଡିଆ ସମ୍ପାଦକ ଗଦାଧର ନାଏକ, ପ୍ରଦୀପ କୁମାର ନାଥ, ଶିଦେ୍ଧଶ୍ୱର ମିଶ୍ର, ଜାମିନିକାମନ୍ତ ପଣ୍ଡା, ରାଜେନ୍ଦ୍ର ମହାନ୍ତ, ଶିବନାରାୟଣ ମହାନ୍ତ, ସୁର୍ଯ୍ୟ କୁମାର ସେଠୀ, ପ୍ରବୀଣ କୁମାର ମହାନ୍ତ, ଭବେଶ ପାଣିଗ୍ରାହି ଓ ପୁରୁଷୋତ୍ତମ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।